ଲଣ୍ଡନ:ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ବିଧିବଦ୍ଧ ଭାବେ ଗ୍ରେଟ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ବ୍ରିଟେନର ମହାରାଜା ଚାର୍ଲ୍ସ- ତୃତୀୟ (Rishi Sunak appointed new British PM )। ଆଜି ଅପରାହ୍ନରେ ଋଷି ସୁନକ ବଙ୍କିମହାମ ପ୍ୟାଲେସରେ ରାଜା ଚାର୍ଲ୍ସଙ୍କୁ ସାକ୍ଷାତ କରି ଏହି ଦାୟିତ୍ବ ଗ୍ରହଣ କରିଛନ୍ତି ।
ଋଷି ସୁନକ ବ୍ରିଟେନର ନୂତନ ତଥା ୫୭ତମ ତଥା ବ୍ରିଟିଶ ଇତିହାସରେ ଗତ ଦୀର୍ଘ ୨ ଶତାବ୍ଦୀ ମଧ୍ୟରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ (Rishi Sunak new UK PM) ଭାବେ ରେକର୍ଡ କରିଛନ୍ତି । ପୂର୍ବରୁ ମଧ୍ୟ ସେ ପ୍ରଧାନମନ୍ତ୍ରୀ ଦୌଡରେ ଥିବାବେଳେ ତାଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଲିଜ ଟ୍ରସ । ହେଲେ ଟ୍ରସଙ୍କ ଇସ୍ତଫା ପରେ ପୁଣିଥରେ ପ୍ରତିଦ୍ବନ୍ଦିତା କରି ବ୍ରିଟେନର ଶାସନର ଶୀର୍ଷ ପଦରେ ଅଧିଷ୍ଠିତ ହୋଇଛନ୍ତି । ଗତକାଲି ସେ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଥିଲେ ।