ଓଡିଶା

odisha

ETV Bharat / bharat

ରେଳ ବିଭାଗ ପ୍ରତି ଅସୀମ ଆତ୍ମୀୟତା, ଘରକୁ ରେଳଡବା ଭଳି ଗଢ଼ି ତୋଳିଲେ ଅବସରପ୍ରାପ୍ତ କର୍ମଚାରୀ

ଘରକୁ ରେଳ ଡବା ଭଳି ଗଢ଼ି ତୋଳିଲେ ଅବସର ପ୍ରାପ୍ତ ରେଳ ବିଭାଗ କର୍ମଚାରୀ। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଶୁଭାଷ ନଗରର ରୋହିଦାସ ସିନ୍ଦେ ଏଭଳି ଏକ ଘର କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଅଧିକ ପଢ଼ନ୍ତୁ...

By

Published : Nov 6, 2020, 9:46 PM IST

ରେଳ ବିଭାଗ ପ୍ରତି ଅସୀମ ଆତ୍ମୀୟତା, ଘରକୁ ରେଳଡବା ଭଳି ଗଢ଼ି ତୋଳିଲେ ଅବସରପ୍ରାପ୍ତ କର୍ମଚାରୀ
ରେଳ ବିଭାଗ ପ୍ରତି ଅସୀମ ଆତ୍ମୀୟତା, ଘରକୁ ରେଳଡବା ଭଳି ଗଢ଼ି ତୋଳିଲେ ଅବସରପ୍ରାପ୍ତ କର୍ମଚାରୀ

ମୁମ୍ବାଇ: ଘରକୁ ରେଳ ଡବା ଭଳି ଗଢ଼ି ତୋଳିଲେ ଅବସର ପ୍ରାପ୍ତ ରେଳ ବିଭାଗ କର୍ମଚାରୀ। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି। ସାଙ୍ଗଲି ଜିଲ୍ଲାର ଶୁଭାଷ ନଗରର ରୋହିଦାସ ସିନ୍ଦେ ବାସ କରନ୍ତି। ରେଳ ବିଭାଗରୁ ଅବସର ନେବା ପରେ ରେଳ ଡବା ଭଳି ଅବିକଳ ଏକ ଘର ନିର୍ମାଣ କରିଛନ୍ତି। ଯାହାକୁ ନେଇ ସେ ନିଜ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଏହି ଘରକୁ ଦେଖିଲେ ଲାଗୁଛି ଯେମିତି ଏକ ଟ୍ରେନ ଛିଡ଼ା ହୋଇଛି।

ରେଳ ବିଭାଗ ପ୍ରତି ଅସୀମ ଆତ୍ମୀୟତା, ଘରକୁ ରେଳଡବା ଭଳି ଗଢ଼ି ତୋଳିଲେ ଅବସରପ୍ରାପ୍ତ କର୍ମଚାରୀ

ଏହି ଘର ଭିତରକୁ ପଶିଲେ ମଧ୍ୟ ରେଳ ବଗି ଭଳି ମନେ ହେବ। ଘର ଭିତରେ ରହିଛି ଯାତ୍ରୀଙ୍କ ପାଇଁ କୋଚ ସେବା ରହିଛି। ରେଳ ଷ୍ଟେସନରେ ଆଗାମୀ ଟ୍ରେନ ପାଇଁ ଘୋଷଣା ହେବା ପରି ମାଇକ ମଧ୍ୟ ଖଞ୍ଜା ଯାଇଛି। ସତେ ଯେମିତି ଏହି ଟ୍ରେନ ପରେ ଅନ୍ୟ ଏକ ଟ୍ରେନ ଆସିବା ନେଇ ଷ୍ଟେସନରେ କେହି ସୂଚନା ଦେଉଛି।

1950ରେ ରେଳ ବିଭାଗରେ କାର୍ଯ୍ୟ ଆରମ୍ଭ କରିଥିଲେ ରୋହିଦାସ ସିନ୍ଦେ। 38 ବର୍ଷ ରେଳ ବିଭାଗ ପାଇଁ କାର୍ଯ୍ୟ କରିବା ପରେ 1988ରେ ସେ ରେଳ ବିଭାଗ ପକ୍ଷରୁ ଅବସର ନେଇଥିଲେ। 6ଟି ପୁଅ ଓ ଗୋଟିଏ ଝିଅକୁ ନେଇ ଥିଲା ତାଙ୍କ ପରିବାର। ତେବେ ଛୋଟ ଘର ଯୋଗୁଁ ଘରେ ସଭିଙ୍କୁ ଶୋଇବାକୁ ଯାଗା ହୁଏ ନାହିଁ। ଫଳରେ ପୁଅ ଝିଅଙ୍କୁ ନେଇ ରେଳ ବଗିରେ ଶୋଇବାକୁ ଚାଲି ଯାଆନ୍ତି ରୋହିଦାସ। ଏଭଳି ପରିସ୍ଥିତିରେ ରେଳ ଷ୍ଟେସନ ଏବଂ ରେଳ ତାଙ୍କ ପରିବାରକୁ ବହୁ ସାହାଯ୍ୟ କରିଥିବା କଥା କହିଛନ୍ତି ରୋହିଦାଶ ଶିନ୍ଦେ।

ଏହସହ ରୋହିଦାସ କହିଛନ୍ତି ରେଳ ବିଭାଗରେ ଚାକିରୀ ଯୋଗୁଁ ନିଜ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେଇପାରିଥିଲେ। ଏଥିପାଇଁ ସେମାନେ ବିଭିନ୍ନ ଯାଗାରେ ଭଲ ଚାକିରୀ ଖଣ୍ଡିଏ ପାଇ ପାରିଥିଲେ। ଏଥିପାଇଁ ସେ ରେଳ ବିଭାଗକୁ ଭଗବାନ ସମକକ୍ଷ ବୋଲି କହିଛନ୍ତି। ପ୍ରତ୍ୟେକ ସ୍ଥିତିର ମୁକାବିଲା କରିବା ପାଇଁ ଏହି ରେଳ ବିଭାଗ ଚାକିରୀ ହିଁ ତାଙ୍କୁ ସାହାସ ଦେଇଥିଲା। ଏଥିପାଇଁ ଚାକିରୀରୁ ଅବସର ନେବା ପରେ ମଧ୍ୟ ରେଳ ଡବା ଓ ଷ୍ଟେସନ ପ୍ରତି ତାଙ୍କର ଆତ୍ମୀୟତା ତୁଟି ନଥିଲା। ଏଥିଯୋଗୁଁ ସେ ନିଜ ଘରକୁ ରେଳ ବଗି ଭଳି ସଜାଇବାକୁ ଚାହିଁଥିଲେ। ତାଙ୍କର ଏହି ସ୍ବପ୍ନକୁ ତାଙ୍କ ପୁଅମାନେ ପୂରଣ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details