ଓଡିଶା

odisha

By

Published : Nov 28, 2022, 1:52 PM IST

ETV Bharat / bharat

ରେସ୍ତୋରାଁରେ ଖାଉଥିଲେ ସାବଧାନ ! ଚିକେନ ବଦଳରେ ପରସା ଯାଉଛି ପାରା

ମୁମ୍ବାଇର ବିଭିନ୍ନ ରେସ୍ତୋରାଁ ଚିକେନ ପରିବର୍ତ୍ତେ ଗ୍ରାହକଙ୍କୁ ପରସା ଯାଉଛି ପାରା । ଏଭଳି ଅଭିଯୋଗ ଆସିଛି ମୁମ୍ବାଇରୁ । ଅଧିକ ପଢ଼ନ୍ତୁ

Retired Army officers Police complaint on Pigeon Biryani instead chicken Biryani in Mumbai hotels
ରେସ୍ତୋରାଁରେ ଚିକେନ ବଦଳରେ ପରସା ଯାଉଛି ପାରା!

ମୁମ୍ବାଇ: ଆପଣମାନେ ଖାଇବା ପାଇଁ ରେସ୍ତୋରାଁ ଯାଉଛନ୍ତି କି ? ତାହାଲେ ହୋଇଯାଆନ୍ତୁ ସାବଧାନ । କାରଣ ଷ୍ଟାଟରରେ ଚିକେନ ବଦଳରେ ପରସା ଯାଉଛି ପାରା । ମୁମ୍ବାଇର କିଛି ରେସ୍ତୋରାଁ ଏବଂ ବାରରେ ପାରା ମାଂସ ପରସା ଯାଉଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଅଭିଯୋଗ ଆଧାରରେ ସିଓନ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

ମୁମ୍ବାଇର ସିଓନ ଥାନା ଅଞ୍ଚଳରେ ଏକ ବିଲ୍ଡିଂର ଛାତ ଉପରେ ପାରା ପାଳନ କରି ହୋଟେଲକୁ ଯୋଗାଉଥିବା ଜଣେ ସେନା ଅଧିକାରୀ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ସେନା ଅଧିକାରୀ ରହୁଥିବା ବିଂଲ୍ଡିଂରେ ଅଭିଷେକ ସାୱନ୍ତ ନାମକ ଜଣେ ବ୍ୟକ୍ତି ରୁହନ୍ତି । ସେ ଘରେ ପାରା ପାଳନ କରୁଥିଲେ । ଗତ ମାର୍ଚ୍ଚ ମାସରୁ ମେ’ ଯାଏ ପାରାକୁ ରଖିବା ପରେ ମୁମ୍ବାଇର କିଛି ହୋଟେଲକୁ ବିକ୍ରି କରିଥିଲେ । ଅଭିଷେକ ପାରା ବିକ୍ରି ପାଇଁ ନିଜ ଡ୍ରାଇଭରଙ୍କ ସହାୟତା ନିଅନ୍ତି । ଡ୍ରାଇଭର ମାଧ୍ୟମରେ ବିଭିନ୍ନ ରେସ୍ତୋରାଁ ଏବଂ ବାର ଗୁଡ଼ିକରେ ପାରା ମାଂସ ବିକ୍ରି କରୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:2 ବର୍ଷର ଝିଅକୁ ଖୁଆଇବାକୁ ପାଖରେ ଅର୍ଥ ନଥିଲା, ମାରିଦେଲା ଇଞ୍ଜିନିୟର ବାପା

ଅବସରପ୍ରାପ୍ତ ସେନା ଅଧିକାରୀ ଏହା ଜାଣିବା ପରେ ଏହି ଘଟଣାର କିଛି ଫଟୋ ମଧ୍ୟ ଉଠାଇ ରଖିଛନ୍ତି । ପ୍ରମାଣ ସଂଗ୍ରହ କରିବା ପରେ ସେ ଥାନାରେ ଅଭିଯୋଗ କରିଛନ୍ତି । ପାରା ବିକ୍ରି କାର୍ଯ୍ୟରେ ସମ୍ପୃକ୍ତ ଥିବା କେତେକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି । ତେବେ ଏହି ମାମଲାର ବର୍ତ୍ତମାନ ସୁଦ୍ଧା କେହି ଗିରଫ ହୋଇନଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

mumbai news

ABOUT THE AUTHOR

...view details