ଓଡିଶା

odisha

ETV Bharat / bharat

କେରଳ ବିଧାନସଭାରେ କୃଷି ଆଇନ ବିରୋଧରେ ସଙ୍କଳ୍ପ ପ୍ରସ୍ତାବ ଆଗତ - କୃଷି ଆଇନ

କୃଷି ଆଇନ ବିରୋଧରେ ସଙ୍କଳ୍ପ ପ୍ରସ୍ତାବ ଆଣିଲେ କେରଳ ସରକାର । ଅଧିକ ପଢନ୍ତୁ...

କେରଳ ବିଧାନସଭା
କେରଳ ବିଧାନସଭା

By

Published : Dec 31, 2020, 11:41 AM IST

ଥିରୁଅନନ୍ତପୁରମ୍‌: କେନ୍ଦ୍ରର କୃଷି ଆଇନ ବିରୋଧରେ ସଙ୍କଳ୍ପ ପ୍ରସ୍ତାବ ଆଣିଲେ କେରଳ ସରକାର । ରାଜ୍ୟ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଏହି ପ୍ରସ୍ତାବ ଆସିଛି । ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏହି ପ୍ରସ୍ତାବ ଆଣିଛନ୍ତି ।

କେନ୍ଦ୍ର ସରକାର ଆଣିଥିବା କୃଷି ସମ୍ବନ୍ଧୀୟ ତିନୋଟି ଆଇନ ବିରୋଧରେ ଏହି ସଙ୍କଳ୍ପ ଅଣାଯାଇଛି । ଚାଷୀଙ୍କ ବିରୋଧରେ ଏହି ତିନୋଟି ଆଇନ ହୋଇଥିବାରୁ ଏହା ବିରୋଧରେ କେରଳ ସରକାର ଏପରି କରିଛନ୍ତି ।

ପ୍ରସ୍ତାବ ଆଣି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଯଦି ଚାଷୀମାନେ ଏପରି ଆନ୍ଦୋଳନ କରନ୍ତି ତେବେ କେରଳ ଅଧିକ ପ୍ରଭାବିତ ହେବ । ଯଦି ଅନ୍ୟ ରାଜ୍ୟରୁ ଖାଦ୍ୟ କେରଳକୁ ରପ୍ତାନୀ ନହୁଏ ତେବେ ରାଜ୍ୟ ଭୋକିଲା ରହିବ ଏଥିରେ ସନ୍ଦେହ ନାହିଁ ।’

କେରଳ ଅଧିକ ମାତ୍ରାରେ ଏହି ଆନ୍ଦୋଳନ ପାଇଁ ପ୍ରଭାବିତ ହେବ । ତେଣୁ ଏହା ବିରୋଧରେ ସରକାର ସଙ୍କଳ୍ପ ଆଣିଛନ୍ତି ବୋଲି ସେ କହିଛନ୍ତି ।

ସୂଚନାଥାଉକି, କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀସୀମାରେ ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି । ଆଜିକୁ 35 ଦିନ ଧରି ଆନ୍ଦୋଳନ ଚାଲିଛି । ସେପଟେ ସରକାର କୃଷକଙ୍କ ସହିତ ଆଲୋଚନା କରିବାକୁ ଆଗ୍ରହ ଥିବାବେଳେ ଏବେ ସୁଦ୍ଧା ମାତ୍ର 6 ଥର ବୈଠକ ବସିଛି । ତେବେ ପୂର୍ବ 5ଟି ବୈଠକରେ କୌଣସି ନିଷ୍କର୍ସ ବାହାରିନଥିବାବେଳେ ଗତକାଲି(ବୁଧବାର) ବସିଥିବା ବୈଠକରେ ଦୁଇଟି ପ୍ରସଙ୍ଗରେ ସମ୍ମତି ହୋଇଥିବା ଜଣାପଡିଛି ।

@ANI

ABOUT THE AUTHOR

...view details