ନୂଆଦିଲ୍ଲୀ: ବଢିଲା ରେପୋ ରେଟ । ୨୦୧୮ ପରେ ପ୍ରଥମ ଥର ପାଇଁ ବଢିଲା ରେପୋ ରେଟ୍ । ରେପୋ ରେଟ୍ରେ ୪୦ ବେସିସ୍ ପଏଣ୍ଟ ବୃଦ୍ଧି । ଏହି ସୂଚନା ଦେଲେ ଭାରତୀୟ ରିର୍ଜଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ମାର୍ଚ୍ଚ ୨୭ ସୁଦ୍ଧା ଦେଶରେ ୭ ପ୍ରତିଶତ ମୁଦ୍ରାସ୍ଫିତ ବୃଦ୍ଧି ହୋଇଥିବାରୁ ରେପୋ ରେଟକୁ ବୃଦ୍ଧି କରାଯାଇଛି ।
ତେବେ ମୁଦ୍ରାସ୍ଫିତକୁ ନିୟନ୍ତ୍ରଣରେ ରଖିବା ଲାଗି ୪୦ ବେସିସ ପଏଣ୍ଟ ରେପୋ ରେଟ ବଢାଇଲା ଆରବିଆଇ । ପୂର୍ବରୁ ରେପୋ ରେଟ ୪ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ଏହା ୪.୪୦ ପ୍ରତିଶତ ବୃଦ୍ଧି ପାଇଛି । ଏଥିସହ ୨୦୧୮ ପରେ ପ୍ରଥମ ଥର ପାଇଁ ରେପୋ ରେଟ ବୃଦ୍ଧି କରାଯାଇଛି ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । ତେବେ ବର୍ଦ୍ଧିତ ରେପୋ ରେଟ୍ ଆସନ୍ତା 21 ତାରିଖରୁ ଲାଗୁ ହେବ ।
ମାର୍ଚ୍ଚ ୨୭ ସୁଦ୍ଧା ଦେଶରେ ମୁଦ୍ରାସ୍ଫୀତି ୭% ବଢ଼ିଛି ।
ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ପାଇଁ ରେପୋ ରେଟ୍ ବଢ଼ାଇଲା RBI