ଓଡିଶା

odisha

ETV Bharat / bharat

ଉତ୍ତରାଖଣ୍ଡ ବିପର୍ଯ୍ୟୟ; 56 ମୃତଦେହ ଉଦ୍ଧାର, ସର୍ଚ୍ଚ ଅପରେସନ ଜାରି - glacier burst of chamoli incident

ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହୋଇଥିବା ହିମସ୍ଖଳନରେ ବର୍ତ୍ତମାନ ପର୍ଯ୍ୟନ୍ତ 56 ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ 148 ଜଣ ଏବେବି ନିଖୋଜ ଅଛନ୍ତି । ଦେବଭୂମିରେ ଦେବଦୂତ ସାଜି ନିଖୋଜ ଲୋକଙ୍କ ଉଦ୍ଧାରରେ ଲାଗିଛନ୍ତି ଉଦ୍ଧାରକାରୀ ଦଳ । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ ବିପର୍ଯ୍ୟୟ; 56 ମୃତଦେହ ଉଦ୍ଧାର, ସର୍ଚ୍ଚ ଅପରେସନ ଜାରି
ଉତ୍ତରାଖଣ୍ଡ ବିପର୍ଯ୍ୟୟ; 56 ମୃତଦେହ ଉଦ୍ଧାର, ସର୍ଚ୍ଚ ଅପରେସନ ଜାରି

By

Published : Feb 16, 2021, 11:01 AM IST

ଡେରାଡୁନ: ଚମୋଲି ଜିଲ୍ଲାର ଯୋଶୀମଠରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଦେବଭୂମିରେ ଦେବଦୂତ ସାଜି ନିଖୋଜ ଲୋକଙ୍କ ଉଦ୍ଧାରରେ ଲାଗିଛନ୍ତି ଉଦ୍ଧାରକାରୀ ଦଳ । ତେବେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହୋଇଥିବା ହିମସ୍ଖଳନରେ ବର୍ତ୍ତମାନ ପର୍ଯ୍ୟନ୍ତ 56 ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ 148 ଜଣ ଏବେବି ନିଖୋଜ ଅଛନ୍ତି । ଯୋଶୀମଠ ବିପର୍ଯ୍ୟୟକୁ ଦଶ ଦିନ ବିତିଗଲାଣି, ହେଲେ ଏବେ ବି ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଏବଂ ଅନ୍ୟାନ୍ୟ ସିଷ୍ଟର ଏଜେନ୍ସି ସହିତ ଭାରତ-ତିବ୍ଦତୀୟ ସୀମା ପୋଲିସ କର୍ମଚାରୀ ଚାମୋଲି ଜିଲ୍ଲାରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ତେବେ ତପୋବନ ଟନେଲ ଭିତରେ 135 ମିଟର ପର୍ଯ୍ୟନ୍ତ ଭଗ୍ନାବଶେଷକୁ ସଫା କରାଯାଇସାରିଛି ଏବଂ ମୃତଦେହକୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ପାଇଁ ସତର୍କତାର ସହ ଉଦ୍ଧାର କରାଯାଉଛି ବୋଲି ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ (ଏନଟିପିସି) ଜଳ ବିଦ୍ୟୁତ୍ ପ୍ରକଳ୍ପର ନିର୍ଦ୍ଦେଶକ ଉଜ୍ବଲ ଭଟ୍ଟଚାର୍ଯ୍ୟ କହିଛନ୍ତି ।

ତେବେ ଗତ ସପ୍ତାହରେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ତାପୋବନ-ରୈନି ଅଞ୍ଚଳରେ ଗ୍ଲାସିଅର ଭାଙ୍ଗିବା ଯୋଗୁଁ ଧଉଳିଗଙ୍ଗା ଓ ଆଲାକନନ୍ଦ ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଫଳରେ ଅନେକ ଘର ଓ ନିକଟସ୍ଥ ଋଷିଗଙ୍ଗା ବିଦ୍ୟୁତ ପ୍ରକଳ୍ପ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details