ଓଡିଶା

odisha

ETV Bharat / bharat

ଶୁଣିଲେନି ଜନପ୍ରତିନିଧି, ଅସ୍ଥାୟୀ ବସଷ୍ଟାଣ୍ଡ କରି ମଇଁଷି ଦ୍ବାରା ଉଦ୍‌ଘାଟନ କଲେ ଗ୍ରାମବାସୀ - କର୍ଣ୍ଣାଟକ ନ୍ୟୁଜ

ବସଷ୍ଟାଣ୍ଡ ତିଆରି କରି ମଇଁଷି ଦ୍ବାରା ଉଦ୍‌ଘାଟନ କଲେ ଗ୍ରାମବାସୀ । କର୍ଣ୍ଣାଟକର ଶିରାହତି ତାଲୁକର ବାଲେହୋସୁର ଗ୍ରାମରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ଶୁଣିଲେନି ସାଂସଦ ବିଧାୟକ, ଅସ୍ଥାୟୀ ବସଷ୍ଟାଣ୍ଡ କରି ମଇଁଷି ଦ୍ବାରା ଉଦଘାଟନ କଲେ ଗ୍ରାମବାସୀ
ଶୁଣିଲେନି ସାଂସଦ ବିଧାୟକ, ଅସ୍ଥାୟୀ ବସଷ୍ଟାଣ୍ଡ କରି ମଇଁଷି ଦ୍ବାରା ଉଦଘାଟନ କଲେ ଗ୍ରାମବାସୀ

By

Published : Jul 21, 2022, 1:31 PM IST

ବେଙ୍ଗାଲୁରୁ: ଶୁଣିଲେନି ଜନପ୍ରତିନିଧି, ଶେଷରେ ବସଷ୍ଟାଣ୍ଡ୍‌ ତିଆରି କରି ମଇଁଷି ଦ୍ବାରା ଉଦଘାଟନ କଲେ ଗ୍ରାମବାସୀ । କର୍ଣ୍ଣାଟକର ଗଡାଗ ଜଲ୍ଲାର ଶିରାହତି ତାଲୁକର ବାଲେହୋସୁର ଗ୍ରାମରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ବିଧାୟକ ଏବଂ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଗ୍ରାମବାସୀ ଏକ ମଇଁଷି ଦ୍ବାରା ରିବନ କାଟି ଅସ୍ଥାୟୀ ବସଷ୍ଟାଣ୍ଡର ଉଦଘାଟନ କରିଛନ୍ତି ।

ଗ୍ରାମରେ ବସଷ୍ଟାଣ୍ଡଟିଏ ନଥିବାରୁ ଦୀର୍ଘ ୧୫ ବର୍ଷ ଧରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଗ୍ରାମବାସୀ । ଏନେଇ ଅନେକ ଥର ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଆସୁଥିଲେ । କିନ୍ତୁ ସେଠାକାର ସାଂସଦ ଓ ବିଧାୟକ ଏଥିପ୍ରତି ଦୃଷ୍ଟି ନଦେବାରୁ ଗ୍ରାମବାସୀ ଏପରି ଅଭିନବ ଉପରେ ବିରୋଧ କରିଛନ୍ତି । ଲୋକମାନେ ଗାଁ ପରିସରରେ ଏକ ବନ୍ୟାର ଲଗାଇ ଏହା ହେଉଛି ବିଧାୟକ ଏବଂ ସାଂସଦଙ୍କ ଅନୁଦାନରେ ନିର୍ମିତ ଏକ ନୂତନ ବସ୍ ଷ୍ଟାଣ୍ଡ ଲେଖି ମଇଁଷି ଦ୍ବାରା ଉଦଘାଟନ କରିଛନ୍ତି ।

ABOUT THE AUTHOR

...view details