ନୂଆଦିଲ୍ଲୀ:ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ, ଲସ୍କର-ଇ-ତୋଇବା (LeT)ର ପ୍ରତିଷ୍ଠାତା ତଥା ମୁମ୍ବାଇ ଆତଙ୍କୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହାଫିଜ ସଇଦକୁ ତୁରନ୍ତ ହସ୍ତାନ୍ତର କରିବାକୁ ପାକିସ୍ତାନ ନିକଟରେ ଦାବି କରିଛନ୍ତି ଭାରତ ସରକାର । ହାଫିଜର ପ୍ରତ୍ୟାର୍ପଣକୁ ନେଇ ସମସ୍ତ ଆଇନଗତ କାର୍ଯ୍ୟ ଶେଷ ହୋଇଥିବାରୁ ତୁରନ୍ତ ତାକୁ ଭାରତ ସରକାରଙ୍କ ନିକଟରେ ହାଜର କରିବାକୁ ପଡ଼ୋଶୀ ଦେଶ ନିକଟରେ ଭାରତ ଦାବି କରିଛି ।
ଏକ ବିଶେଷ ସୂତ୍ରରୁ ସୂଚନା ଅନୁସାରେ ଏ ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନ ସରକାରଙ୍କୁ ଏକ ଚିଠି ଲେଖାଯାଇଛି । ଏହି ଚିଠିରେ ହାଫିଜକୁ ହସ୍ତାନ୍ତର କରିବା ଲାଗି ଅନୁରୋଧ କରାଯାଇଛି । ହେଲେ ଏ ନେଇ ଏଯାବତ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରତିକ୍ରିୟା ରଖାଯାଇନାହିଁ । ସୂଚନା ଥାଉ କି ଆତଙ୍କବାଦୀ ହାଫିଜ ସଇଦ ୨୦୦୮ ମୁମ୍ବାଇ ଆକ୍ରମଣ ଓ ୨୦୧୯ ପୁଲୱାମା ଆକ୍ରମଣ ସମେତ ଅନେକ ଆତଙ୍କୀ କାର୍ଯ୍ୟକଳାପରେ ତାର ସମ୍ପୃକ୍ତି ରହିଛି । ବିଶ୍ବ ସ୍ତରରେ ମଧ୍ୟ ହାଫିଜ ସଇଦକୁ ଆତଙ୍କବାଦୀ ଘୋଷଣା କରାଯାଇଛି ।
ଏହା ବି ପଢନ୍ତୁ- ପାକିସ୍ତାନରେ ନିର୍ବାଚନ ଲଢ଼ିବ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ ସଇଦ, ଲାହୋରରୁ ଲଢ଼ିବ ପୁଅ