ଓଡିଶା

odisha

By

Published : Jun 3, 2023, 9:58 PM IST

ETV Bharat / bharat

Train Tragedy: ଭର୍ତ୍ତି ହୋଇଥିଲେ ୧୧୭୫ ଆହତ, ଡିସଚାର୍ଜ ହେଲେଣି ୭୯୩

ବାହାନଗା ଟ୍ରେନ ଦୁର୍ଘଟଣା । ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୧୧୭୫ ଆହତ ଯାତ୍ରୀଙ୍କ ମଧ୍ୟରୁ ୭୯୩ଜଣ ଡିସଚାର୍ଜ ହୋଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ବାହାନଗା ଷ୍ଟେସନ ନିକଟରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୧୧୭୫ ଜଣ ଆହତ ଯାତ୍ରୀ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୭୯୩ଜଣ ଡିସଚାର୍ଜ ହୋଇଛନ୍ତି । ବାକି ୩୮୨ ଜଣ ଆହତ ଯାତ୍ରୀ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୨ ଜଣ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ବାଲେଶ୍ବର ଜିଲ୍ଲା ହସ୍ପିଟାଲ, ସୋର, କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯାଉଛି । ଏହାସହିତ କିଛି ଘରୋଇ ହସ୍ପିଟାଲରେ ମଧ୍ୟ ଚିକିତ୍ସିତ ହେଉଛନ୍ତି ଯାତ୍ରୀ । ତେବେ ରିପୋର୍ଟ ଅନୁସାରେ ମୋଟ ୧୧୭୫ ଜଣ ଆହତ ଯାତ୍ରୀ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୯୩ ଜଣଙ୍କୁ ଡିସଚାର୍ଜ କରାଯାଇଛି । ସେପଟେ ମୃତକଙ୍କ ସଂଖ୍ୟା ୨୮୮ରେ ପହଞ୍ଚିଛି ।

ପଶ୍ଚିମବଙ୍ଗରେ ପହଞ୍ଚିଲେ ୬୦୦ ଯାତ୍ରୀ:- ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଥିବା ପଶ୍ଚିମବଙ୍ଗର ଯାତ୍ରୀ ନିଜ ରାଜ୍ୟରେ ପହଞ୍ଚିଛନ୍ତି । ରେଳ ବିଭାଗ ଓ ରାଜ୍ୟ ସରକାରଙ୍କ ଦ୍ବାରା ସ୍ବତନ୍ତ୍ର ବ୍ୟବସ୍ଥା ଯୋଗେ ସେମାନେ ନିଜ ରାଜ୍ୟରେ ପହଞ୍ଚିଥିବା ନେଇ ହାୱଡା ଉତ୍ତରାଞ୍ଚଳ ଡିସିପି ଅନୁପମ ସିଂ ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗରେ ପହଞ୍ଚିଥିବା ଏହି ୬୦୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୩୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ମୃତକଙ୍କ ଲାଗି ଆର୍ଥିକ ସହାୟତା ରାଶି ମଧ୍ୟ ଘୋଷଣା କରାଯାଇଛି ।

ଏହା ବି ପଢନ୍ତୁ- Train Tragedy: ଟ୍ରେନର ପାଇଲଟ ଓ ଗାର୍ଡଙ୍କ ସ୍ଥିତି କଣ ? ଜାଣନ୍ତୁ ଗୋଟିଏ କ୍ଲିକରେ

ସେପଟେ ଏହି ଭୟାବହ ଟ୍ରେନ ଦୁର୍ଘଟଣା ନେଇ ଓଡ଼ିଶା ସରକାର ପ୍ରାଥମିକ ରିପୋର୍ଟ ଜାରି କରିଛନ୍ତି । ଏହି ରିପୋର୍ଟ ଅନୁସାରେ ସିଗ୍ନାଲ ଫେଲ୍‌ ଯୋଗୁଁ ଭୟଙ୍କର ଦୁର୍ଘଟଣା ଘଟିଥିବା ନେଇ ସୂଚନା ଦିଆଯାଇଛି । ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ, ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ଗୋଟିଏ ମାଲବାହୀ ଟ୍ରେନ ମଧ୍ୟରେ ପୁରା ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଛି ।

ଜାତୀୟ ଗଣମାଧ୍ୟମ ସଂସ୍ଥା ପିଟିଆଇକୁ ମିଳିଥିବା ସୂଚନା ଅନୁସାରେ କରମଣ୍ଡଳ ଏକ୍ସପ୍ରେସକୁ ପ୍ରଥମେ ସିଗ୍ନାଲ ଦିଆଯାଇଥିଲା । ସିଗ୍ନାଲ ଅନୁଯାୟୀ କରମଣ୍ଡଳ ଏକ୍ସପ୍ରେସ ଟ୍ରାକ ବଦଳାଇ ଲୁପ ଲାଇନରେ ଯାଇଥିଲା । ତେବେ ଏହି ଲୁପ ଲାଇନରେ ପୂର୍ବରୁ ମାଲବାହୀ ଟ୍ରେନ ରହିଥିଲା । ଫଳରେ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା କରମଣ୍ଡଳ । ଏହାପରେ ବଗିଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହୋଇ ଅନ୍ୟ ଟ୍ରାକରେ ପଡ଼ିଥିଲା ।

ABOUT THE AUTHOR

...view details