ଓଡିଶା

odisha

ETV Bharat / bharat

Farm laws Repealed: ଆଜି ଦେଶବ୍ୟାପୀ କିଷାନ ବିଜୟ ଦିବସ ପାଳିବ କଂଗ୍ରେସ

କୃଷି ଆଇନକୁ ନେଇ ସବୁଠୁ ଅଧିକ ଖୁସି ହୋଇଛି କଂଗ୍ରେସ। ସାରା ଦେଶରେ କଂଗ୍ରେସ କୃଷକଙ୍କ ଏକତାକୁ ସମ୍ମାନ ଦେବା ସହ ତାଙ୍କର ଏହି ବିଜୟକୁ କିଷାନ ବିଜୟ ଦିବସ ଭାବରେ ଆଜି ପାଳନ କରିବ କଂଗ୍ରେସ । ଅଧିକ ପଢନ୍ତୁ

Repeal of 3 farm laws
କାଲି ଦେଶବ୍ୟାପୀ କିଷାନ ବିଜୟ ଦିବସ ପାଳିବ କଂଗ୍ରେସ

By

Published : Nov 19, 2021, 10:12 PM IST

Updated : Nov 20, 2021, 12:33 PM IST

ନୂଆଦିଲ୍ଲୀ:ପିଏମ ମୋଦି ତିନୋଟି ନୂତନ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ଘୋଷଣା କରିଛନ୍ତି । କୃଷି ଆଇନକୁ ନେଇ ସବୁଠୁ ଅଧିକ ଖୁସି ହୋଇଛି କଂଗ୍ରେସ । ଏହାକୁ ନେଇ କଂଗ୍ରେସ ଆଜି ଦେଶବ୍ୟାପି 'କିଷାନ ବିଜୟ ଦିବସ' ପାଳନ କରିବ । ସାରା ଦେଶରେ କଂଗ୍ରେସ କୃଷକଙ୍କ ଏକତାକୁ ସମ୍ମାନ ଦେବା ସହ ତାଙ୍କ ଏହି ବିଜୟକୁ କିଷାନ ବିଜୟ ଦିବସ ଭାବରେ ପାଳନ କରିବ ବୋଲି ଘୋଷଣା କିରିଛି ।

ଦୀର୍ଘ ୧୪ ମାସ ନିରନ୍ତର ଆନ୍ଦୋଳନ ପ୍ରତିବାଦ ପରେ ଶେଷରେ କୃଷକଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି କେନ୍ଦ୍ର ସରକାର । ନୂତନ ଭାବରେ ପ୍ରଣୟନ ହୋଇଥିବା କୃଷି ଆଇନକୁ ଗୁରୁ ନାନକଙ୍କ ପ୍ରକାଶ ପର୍ବ ଅବସରରେ ପ୍ରତ୍ୟାହାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର କୃଷକ ଚାଷୀ ମାନଙ୍କ ନିରନ୍ତର ଲଢେଇ ତାଙ୍କୁ ଶେଷରେ ବିଜୟ କଲା ବୋଲି କହିଛି କଂଗ୍ରେସ । ତେବେ ରାହୁଲ ଗାନ୍ଧୀ ମଧ୍ୟ ଏହି ଆଇନକୁ ନେଇ ପିଏମ ମୋଦିକୁ ଟାର୍ଗେଟ କରିଛନ୍ତି । ଦେଶରେ ଅନ୍ନଦାତାଙ୍କ ଆଗରେ ଅହଂକାରୀର ମୁଣ୍ଡ ନଇଁଗଲା ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ସରକାରଙ୍କ ଭୁଲ ନିଷ୍ପତ୍ତିକୁ ନେଇ ଦେଶର ଅନ୍ନଦାତାମାନେ ଏକତ୍ର ଭାବରେ ଲଢେଇ କରିଥିଲେ ଶେଷରେ ସଫଳ ହେଲେ ବୋଲି କହିଛନ୍ତି।

ଚାଷୀଙ୍କ ସମର୍ଥନରେ ସାରା ଦେଶରେ କଂଗ୍ରେସ ' କିଷାନ ବିଜୟ ଦିବସ' ପାଳନ କରିବ । ପ୍ରଦେଶ କଂଗ୍ରେସ କମିଟି ଠାରୁ ଆରମ୍ଭ କରି ଜିଲ୍ଲା କଂଗ୍ରେସ କମିଟି ଓ ବ୍ଲକ କଂଗ୍ରେସ କମିଟି ରାଲି ଓ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବେ । କଂଗ୍ରେସ ସମସ୍ତ କର୍ମୀ ନେତା ସାମିଲ ହୋଇ କୃଷକଙ୍କ ବିଜୟ ଦିବସ ଆଜି ପାଳନ କରିବେ ବୋଲି କଂଗ୍ରେସ ଗତକାଲି ଘୋଷଣା କରିଥିଲା । କଂଗ୍ରେସ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଦେଶରେ ଅରାଜକତା ସୃଷ୍ଟି କରୁଛି ବୋଲି ପୂର୍ବରୁ ବିଜେପି ଅଭିଯୋଗ କରିଥିଲା।

Last Updated : Nov 20, 2021, 12:33 PM IST

ABOUT THE AUTHOR

...view details