ଶ୍ରୀନଗର: ସିଆରପିଏଫ ଯବାନଙ୍କୁ ଉଦ୍ଧାର କରିବା ପାଇଁ ଜମ୍ମୁକାଶ୍ମୀର ସରକାରଙ୍କୁ ପ୍ରତିବାଦ ଜଣାଇଲେ ପରିବାର ଓ ସମ୍ପର୍କୀୟ । ସିଆପିଏଫ ଯବାନ ରାକେଶ୍ବର ସିଂ ମାନହାସଙ୍କୁ ନକ୍ସଲଙ୍କ କବଳରୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି ।
ଗତ 3 ତାରିଖ ଦିନ ଛତିଶଗଡର ସୁକମା-ବିଜାପୁର ସୀମାରେ ନକ୍ସଲ ଓ ସୁରକ୍ଷାବଳ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା । ଏହି ଲଢେଇରେ ନକ୍ସଲ ମାନଙ୍କ ପକ୍ଷରୁ ସୁରକ୍ଷାବଳକୁ ଆମ୍ବୁସ ଲଗାଇ ଆକ୍ରମଣ କରିଥିଲେ । ଏହି ଅପରେସନରେ ବିଏସଏଫର ଯବାନ ରାକେଶ୍ବର ସିଂହ ମାନହାସ ମଧ୍ୟ ସାମିଲ ହୋଇଥିଲେ । ଏହି ଲଢେଇ ପରେ ସିଆପିଏଫ ଯବାନ ନିଖୋଜ ଥିଲେ । ଏହାପରେ ନକ୍ସଲଙ୍କ ମାନଙ୍କ କବଜାରେ ସିଆପିଏଫ ଯବାନ ରାକେଶ୍ବର ସିଂହ ମାନହାସ ରହିଛନ୍ତି ବୋଲି ଜଣାପଡିଛି ।ଏ ନେଇ ସେଠାକାର ସାମ୍ବାଦିକଙ୍କୁ ଜଣାଇଥିବା ଜଣାପଡିଥିଲା । ଏଥିରେ ପ୍ରାୟ 22 ଜଣ ଶହୀଦ ହୋଇଥିବାବେଳେ 31 ଯବାନ ଆହତ ହୋଇଛନ୍ତି । ସେପଟେ ନକ୍ସଲମାନଙ୍କ ମଧ୍ୟର 15 ରୁ18 ନକ୍ସଲକୁ ସୁରକ୍ଷା ବାହିନୀ ମାରିଥିବା ଜଣାପଡିଛି ।