ଓଡିଶା

odisha

By

Published : Jul 26, 2021, 6:46 AM IST

ETV Bharat / bharat

'2024 ଲୋକସଭା ନିର୍ବାଚନ ଲଢିବା ପାଇଁ ଆଞ୍ଚଳିକ ଦଳର ଏକତା ଜରୁରୀ'

ଆଞ୍ଚଳିକ ଦଳ ଗୁଡିକ 2024 ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଏକାଠି ଲଢିବା ପାଇଁ ଏକ ମୋର୍ଚ୍ଚାର ଆବଶ୍ୟକତା ରହିଛି ବୋଲି ଶିରୋମଣି ଅକାଳି ଦଳ ମୁଖ୍ୟ ସୁଖବୀର ସିଂ ବାଦଲ କହିଛନ୍ତି । ଅଧିକ ପଢନ୍ତୁ...

'2024 ଲୋକସଭା ନିର୍ବାଚନ ଲଢିବା ପାଇଁ ଆ଼ଞ୍ଚଳିକ ଦଳର ଏକତା ଜରୁରୀ'
'2024 ଲୋକସଭା ନିର୍ବାଚନ ଲଢିବା ପାଇଁ ଆ଼ଞ୍ଚଳିକ ଦଳର ଏକତା ଜରୁରୀ'

ନୂଆଦିଲ୍ଲୀ: ଆଞ୍ଚଳିକ ଦଳ ଗୁଡିକ 2024 ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଏକାଠି ଲଢିବା ପାଇଁ ଏକ ମୋର୍ଚ୍ଚାର ଆବଶ୍ୟକତା ରହିଛି ବୋଲି ଶିରୋମଣି ଅକାଳି ଦଳ ମୁଖ୍ୟ ସୁଖବୀର ସିଂ ବାଦଲ କହିଛନ୍ତି । ଦେଶର ସମସ୍ତ ଆଞ୍ଚଳିକ ଦଳ ଏକତ୍ର ହେବାର ଆବଶ୍ୟକତା ରହିଛି । ସେହିପରି ବିଜେପି ସହିତ ଅକାଳୀ ଦଳର ସମ୍ପର୍କ ଶେଷ ହୋଇଯାଇଛି ବୋଲି ସୁଖବୀର କହିଛନ୍ତି ।

ଏହାସହ ସେ ଆହୁରି କହିଛନ୍ତି କି, ଅକାଳୀ ଦଳ କୃଷକଙ୍କ ଦଳ ଓ ସେମାନଙ୍କ ସମସ୍ୟା ହିଁ ଦଳର ମୂଳମନ୍ତ୍ର । ଯାହା ବି ହେଉ ଆମେ ଏହି ନୂତନ କଳା କୃଷକ ଆଇନକୁ ପଞ୍ଜାବରେ ଲାଗୁ କରିବା ପାଇଁ ଦେବୁ ନାହିଁ । ଏହା କୃଷକଙ୍କ ହିତରେ ନାହିଁ । ଏହା ବିରୋଧରେ ଆମେ ଲଢେଇ ଜାରି ରଖିବୁ । ଗତବର୍ଷ ଏହି ବିଲକୁ ବିରୋଧ କରି କେନ୍ଦ୍ରମନ୍ତ୍ରୀ ହରସିମରତ କୌର ଇସ୍ତଫା ଦେଇଥିଲେ । ଏହା ସହ ନୂତନ କୃଷି ଆଇନକୁ ବିରୋଧ କରି ଏନଡିଏରୁ ଓହରି ଥିବା ଶିରୋମଣି ଅକାଳି ଦଳ ।

ପଞ୍ଜାବରେ ଆଗାମୀ ବିଧାନସଭା ନିର୍ବାଚନକୁ ନଜରରେ ରଖି ନିଜର ରାଜନୈତିକ ରଣନୀତି ପ୍ରସ୍ତୁତ କରୁଛି । ଦୀର୍ଘ ବର୍ଷ ଧରି ବିଜେପି ସହିତ ମେଣ୍ଟ ସରକାର କରିଥିବା ଅକାଳି ଦଳ ଶେଷରେ ସମ୍ପର୍କ ଛିନ୍ନ କରିଛନ୍ତି । ପଞ୍ଜାବରେ ବର୍ତ୍ତମାନ ଶିରୋମଣି ଅକାଳି ଦଳ ବିଏସପି ସହ ମେଣ୍ଟ କରି ଆଗାମୀ ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ହେବ ।

ସେହିପରି ଆଗାମୀ 2024 ଲୋକସଭା ନିର୍ବାଚନକୁ ନେଇ ମଧ୍ୟ ମତ ରଖିଛନ୍ତି ସୁଖବୀର ସିଂ ବାଦଲ । ଆଞ୍ଚଳିକ ଦଳ ଗୁଡିକ 2024 ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଲଢିବା ପାଇଁ ଏକତ୍ର ହୋଇ ଲଢିବାର ଆବଶ୍ୟକତା ରହିଛି । ଆଞ୍ଚଳିକ ଦଳ ଗୁଡିକ ନିମ୍ନ ସ୍ତରର ଲୋକଙ୍କ ସହିତ ଜଡିତ ରହିଛନ୍ତି ଲୋକଙ୍କ ସମସ୍ୟାକୁ ନେଇ ଅବଗତ ରହିଛନ୍ତି । ଆମେ ବଭିନ୍ନ ଦଳ ସହିତ କଥାବାର୍ତ୍ତା କରୁଛୁ ଏବଂ ଆଗାମୀ ଲୋକସଭା ନିର୍ବାଚନ ପୂ୍ର୍ବରୁ ଏକ ନୂତନ ମୋର୍ଚ୍ଚାର ଆବଶ୍ୟକତା ରହିଛି ଯାହା ବିଜେପି ବିରୋଧି ଲଢେଇରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବ ବୋଲି କହିଛନ୍ତି ।

ସେହିପରି ପେଗାସସ୍ ସ୍ପାଏୱେୟାର ମାଧ୍ୟମରେ ରାଜନେତା, କାର୍ଯ୍ୟକର୍ତ୍ତା ଏବଂ ସାମ୍ବାଦିକଙ୍କ ଗୁପ୍ତଚର ଅଭିଯୋଗ ସମ୍ପର୍କରେ ପଚରାଯିବାରୁ ବାଦଲ ଏହାକୁ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଛନ୍ତି । ଏହି ଘଟଣାର ଯାଞ୍ଚ ପାଇଁ ବିରୋଧୀଦଳଙ୍କ ନେତୃତ୍ୱରେ ମିଳିତ ସଂସଦୀୟ କମିଟି (ଜେପିସି) ଆହ୍ବାନ କରିଛନ୍ତି ।

ବାଦଲ କହିଛନ୍ତି ଯେ, ଏହି ଗୁପ୍ତଚର ଘଟଣା ସମ୍ବିଧାନ, ଗଣତନ୍ତ୍ର ଏବଂ ଲୋକଙ୍କ ଅଧିକାର ଉପରେ ଆକ୍ରମଣ। ଏହା ସଂପୂର୍ଣ୍ଣ ଅନୈତିକ ଏବଂ ଏହାର ଯାଞ୍ଚ ପାଇଁ ବିରୋଧୀ ସାଂସଦଙ୍କ ନେତୃତ୍ୱରେ ଏକ ଜେପିସି ଗଠନ କରାଯିବା ଉଚିତ ।

ABOUT THE AUTHOR

...view details