ଦିସପୁର:ଆସାମରେ ରେଡ ଆଲର୍ଟ ଜାରି । ପାକିସ୍ତାନ ଆଇଏସଆଇ ଏବଂ ଅଲ-କାଏଦା ସାମ୍ପ୍ରଦାୟିକ ହିଂସା ସୃଷ୍ଟି ନେଇ ଗୁଇନ୍ଦା ତଥ୍ୟ ପାଇବା ପରେ ରାଜ୍ୟରେ ରେଡ ଆଲର୍ଟ ଜାରି କରିଛି ଆସାମ ପୋଲିସ । ସାମ୍ପ୍ରଦାୟିକ ହିଂସା ନେଇ ଶନିବାର ପ୍ରତି ଜିଲ୍ଲା ପୋଲିସ ହେଡକ୍ବାର୍ଟରକୁ ଏହି ସୂଚନା ଦିଆଯାଇଥିଲା ।
ଆସାମ ପୋଲିସ ଏଡିଜିପି ହିରେନ ନାଥ ଗଣମାଧ୍ୟମକୁ କହିଛନ୍ତି ଗୌହାଟୀର ଲାଖ୍ରା ସହରରେ ଅକ୍ଟୋବର 6 ତାରିଖରେ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା । ଏହାପରେ ସମସ୍ତ ଏସପିଙ୍କୁ ଜରୁରୀକାଳିନ ବାର୍ତ୍ତା ପଠାଯାଇଥିଲା । ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଜରୁରୀକାଳୀନ ନିର୍ଦ୍ଦେଶ ଜାରି କରାଯାଇଥିବା କହିଛନ୍ତି ପୋଲିସ ଏଡିଜିପି ।