ଲକ୍ଷ୍ନୌ: ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର । ଉତ୍ତର ପ୍ରଦେଶ ସରକାର ଖୁବ ଶୀଘ୍ର ବିଭିନ୍ନ ବିଭାଗ ପାଇଁ ୫୦ ହଜାର ପଦରେ ନିଯୁକ୍ତି ପ୍ରକିୟା ଆରମ୍ଭ କରିବାକୁ ଯାଉଛନ୍ତି । ସିଏମ ଯୋଗୀ ଆଦିତ୍ୟନାଥ ଏଥିରେ ସହମତି ଦେଇ ଖୁବ ଶୀଘ୍ର ଦ୍ବିସ୍ତରୀୟ ପରୀକ୍ଷା ପ୍ରଣାଳୀ ଅନୁସାରେ UPSSSCର ଭର୍ତ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଆଦେଶ ଦେଇଛନ୍ତି ।
50 ହଜାର ଲୋକଙ୍କୁ ନିଯୁକ୍ତି ଦେବେ ଯୋଗୀ ସରକାର
ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର । ଉତ୍ତର ପ୍ରଦେଶ ସରକାର ଖୁବ ଶୀଘ୍ର ବିଭିନ୍ନ ବିଭାଗ ପାଇଁ ୫୦ ହଜାର ପଦରେ ନିଯୁକ୍ତି ପ୍ରକିୟା ଆରମ୍ଭ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ...
ସୂଚନା ଅନୁସାରେ 2020 ପୂର୍ବରୁ ବିଚାରାଧୀନ ଥିବା 13ଟି ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ମଧ୍ୟ ଆସନ୍ତା ଦୁଇ ମାସ ମଧ୍ୟରେ ଆୟୋଗ ପ୍ରକାଶ କରିବ। ଏହାକୁ ଆଧାର କରି 5000ରୁ ଅଧିକ ଲୋକ ସରକାରୀ ଚାକିରି ପାଇବେ। ଏହା ପରେ 50,000 ଖାଲି ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଏହି ନିଯୁକ୍ତି ପ୍ରକ୍ରିୟା ସଂପୂର୍ଣ୍ଣ ସ୍ବଚ୍ଛ ଏବଂ ନିରପେକ୍ଷ ହେବ । ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇସାରିଛି ଏବଂ ସିଏମ ଏନେଇ ମଞ୍ଜୁରି ଦେଇ ସାରିଛନ୍ତି ।
ଆୟୋଗଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହେବ। ସର୍ବପ୍ରଥମେ ସେଠାରେ ପ୍ରାଥମିକ ଯୋଗ୍ୟତା ପରୀକ୍ଷା (PET) ହେବ | ଏହି ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନଙ୍କର ଏକ ସଂକ୍ଷିପ୍ତ ତାଲିକା କରି ସେମାନଙ୍କୁ ମୁଖ୍ୟ ପରୀକ୍ଷାରେ ବସିବାକୁ ସୁଯୋଗ ଦିଆଯିବ । ଏଥିରେ ସଫଳତା ହାସଲ କରିଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦିଆଯିବ ।