ନୂଆଦଲ୍ଲୀ:ପ୍ରକୃତ ସାମ୍ବାଦିକତା ସତ୍ୟର ଉପସ୍ଥାପନା କରେ । ତଥ୍ୟ ଉପରେ ଆଧାରିତ ଥାଏ । ଘଟଣା ବା ଖବର ସହ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ସେମାନଙ୍କ ମତ ରଖିବାର ସୁଯୋଗ ମଧ୍ୟ ଦେଇଥାଏ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର । 20 ତମ ଏସିଆ ପାସିଫିକ ଇଣ୍ଟିଚ୍ୟୁଟ ଅଫ ବ୍ରୋଡକାଷ୍ଟିଂ ଡେଭଲ୍ପମେଣ୍ଟ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହା କହିଛନ୍ତି ମନ୍ତ୍ରୀ ଅନୁରାଗ (Anurag Thakur on journalism )।
ବର୍ତ୍ତମାନ ଗଣମାଧ୍ୟମ ଓ ଏହା ପ୍ରତି ଥିବା ଆହ୍ବାନ ସମ୍ପର୍କରେ ଅନୁରାଗ (union minister Anurag Thakur ) କହିଛନ୍ତି, ବର୍ତ୍ତମାନ ସମୟରେ ଡିଜିଟାଲ ପ୍ଲାଟଫର୍ମର ଉତ୍ଥାନ ମୁଖ୍ୟସ୍ରୋତ ଗଣମାଧ୍ୟମ ପାଇଁ ବିପଦ କିମ୍ବା ଆହ୍ବାନ ନୁହେଁ ବରଂ ମୁଖ୍ୟସ୍ରୋତ ଗଣମାଧ୍ୟମ ନିଜେ ହିଁ ନିଜ ପ୍ରତି ଆହ୍ବାନ ସୃଷ୍ଚି କରିଛି । ପ୍ରକୃତ ସାମ୍ବାଦିକତା କିପରି ହେବା ଉଚିତ ସେ ସମ୍ପର୍କରେ ସୂଚନା ଦେଇ ଅନୁରାଗ କହିଛନ୍ତି, ଗଣମାଧ୍ୟମରେ ପ୍ରସାରିତ ଖବର ତଥ୍ୟ ଉପରେ ଆଧାରିତ ହେବାର ଆବଶ୍ୟକତା ରହିଛି । ସେହିପରି ଗଣମାଧ୍ୟମକୁ ସତ୍ୟକୁ ଉପସ୍ଥାପନା କରିବାର ଆବଶ୍ୟକତା ରହିଛି । ଖବର ପ୍ରସାରଣ କରିବା ବେଳେ ସମସ୍ତ ଦିଗ ଓ ସମସ୍ତ ପକ୍ଷଙ୍କୁ ମଧ୍ୟ ସେମାନଙ୍କ ମତ ରଖିବାର ସୁଯୋଗ ପ୍ରକୃତ ସାମ୍ବାଦିକତା ହିଁ ଦେଇଥାଏ ।