ହାଇଦ୍ରାବାଦ:ମୁମ୍ବାଇରେ ଆୟୋଜିତ ଏସିଆ ମହାଦେଶର ସର୍ବବୃହତ ବାଣିଜ୍ୟିକ ପ୍ରଦର୍ଶନୀ (OTM) । ଏଥିରେ ଅଂଶଗ୍ରହଣ କରିଛି ରାମୋଜୀ ଫିଲ୍ମ ସିଟି । ପ୍ରଦର୍ଶନୀରେ ରାମୋଜୀ ଫିଲ୍ମ ସିଟି ଦ୍ବାରା ପ୍ରସ୍ତୁତ ଷ୍ଟଲ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି । ମୁମ୍ବାଇର ଜିଓ ଓ୍ବାର୍ଲ୍ଡ କନଭେନସନ ସେଣ୍ଟରରେ ଏହି ଅନ୍ତର୍ଜାତୀୟ ଟ୍ରେଡ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏଥିରେ ଦେଶର 30 ରାଜ୍ୟ ଓ 50 ଦେଶର ବିଭିନ୍ନ ଷ୍ଟଲ ଅଶଂଗ୍ରହଣ କରିଛନ୍ତି । ତେବେ ଏଗୁଡିକ ମଧ୍ୟରୁ ପ୍ରଦର୍ଶନୀକୁ ଆସୁଥିବା ଦର୍ଶକଙ୍କ ପାଇଁ ଆକର୍ଷଣର ମୁଖ୍ୟ ବିନ୍ଦୁ ସାଜିଛି ରାମୋଜୀ ଫିଲ୍ମ ସିଟି ଦ୍ବାରା ପ୍ରସ୍ତୁତ ହୋଇଥିବା ଷ୍ଟଲ୍ ।
ଦୁଇ ବର୍ଷର କୋଭିଡ କଟକଣା ପରେ ଏହି ଆରମ୍ଭ ହୋଇଥିବା ଏହି ଅନ୍ତର୍ଜାତୀୟ ପ୍ରଦର୍ଶନୀ ଫେବୃଆରୀ 5 ତାରିଖ ପର୍ଯ୍ୟନ୍ତ ଚାଲିବ । ବିଶ୍ବ ପର୍ଯ୍ୟଟନ ବ୍ୟାପାରକୁ ପର୍ଯ୍ୟଟକ ଓ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ସହ ପର୍ଯ୍ୟଟନ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନୀ ବ୍ୟତୀତ ଦେଶ ଓ ସମଗ୍ର ବିଶ୍ବରୁ ପ୍ରାୟ ଏକ ହଜାରରୁ ଅଧିକ ପର୍ଯ୍ୟଟନ କମ୍ପାନୀ ଅଂଶଗ୍ରହଣ କରିଛନ୍ତି । ତେବେ ପ୍ରଦର୍ଶିତ ହେଉଥିବା ଷ୍ଟଲଗୁଡିକରେ ରାମୋଜି ଫିଲ୍ମ ସିଟି ଷ୍ଟଲ ପର୍ଯ୍ୟଟକ ଓ ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛି । ଅନ୍ୟ ଷ୍ଟଲ୍ ଅପେକ୍ଷା ଏଠାରେ ଅଧିକ ଭିଡ ଦେଖିବାକୁ ମିଳୁଛି ।
ଏହି ସେଟ ବା ଷ୍ଟଲରେ ରାମୋଜୀ ଫିଲ୍ମ ସିଟି ସମ୍ପର୍କରେ ତଥ୍ୟ ପାଇ ପାରୁଛନ୍ତି ଦର୍ଶକ । ସେହିପରି ଫିଲ୍ମ ସିଟିରେ ଥିବା ବିଶ୍ବସ୍ତରୀୟ ସୁଟିଂ ସେଟ ଓ ଅନ୍ୟ ପର୍ଯ୍ୟଟନସ୍ଥଳୀର ଭିଡିଓ ମଧ୍ୟ ଦେଖିପାରୁଛନ୍ତି । ଏ ବିଷୟରେ ପ୍ରତିକ୍ରିୟା ରଖି ପ୍ରଦର୍ଶନୀ ଉପଭୋଗ କୁରଥିବା ମୟୂର ଗାଏକୱାଡ ନାମକ ଜଣେ ପର୍ଯ୍ୟଟକ କହିଛନ୍ତି, ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟି ପରିଦର୍ଶନ କରିବା ଏବେ ଏକ ଉତ୍ସାହର ବଷୟ । ହାଇଦ୍ରାବାଦ ଏବଂ ରାମୋଜି ଫିଲ୍ମ ସିଟି ବର୍ତ୍ତମାନ ଏବେ ଏକ ପର୍ଯ୍ୟଟନ ସମୀକରଣରେ ପରିଣତ ହୋଇଛି ।