ଓଡିଶା

odisha

ETV Bharat / bharat

Women's Day: ରାମୋଜୀ ଫିଲ୍ମ ସିଟିରେ ମହିଳା ଦିବସ ସେଲିବ୍ରେସନ୍, ମାସେ ବ୍ୟାପି ସ୍ପେଶାଲ୍ ଅଫର୍

ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ରାମୋଜୀ ଫିଲ୍ମ ସିଟିରେ ଆରମ୍ଭ ହେବ ଏକ ମାସ ବ୍ୟାପି ସ୍ବତନ୍ତ୍ର କାର୍ଯ୍ୟକ୍ରମ । କାଲି ଠାରୁ ଆରମ୍ଭ ହେଉଛି ସ୍ବତନ୍ତ୍ର ଆୟୋଜନ । ମହିଳାଙ୍କ ପାଇଁ ଟିକେଟରେ ‘ବାଏ ଓ୍ବାନ ଗେଟ ଓ୍ବାନ’ ଅଫର । ଅଧିକ ପଢନ୍ତୁ

ରାମୋଜୀ ଫିଲ୍ମ ସିଟିରେ ଚାଲିଛି ମାସେ ବ୍ୟାପି ସ୍ବତନ୍ତ୍ର କାର୍ଯ୍ୟକ୍ରମ
ରାମୋଜୀ ଫିଲ୍ମ ସିଟିରେ ଚାଲିଛି ମାସେ ବ୍ୟାପି ସ୍ବତନ୍ତ୍ର କାର୍ଯ୍ୟକ୍ରମ

By

Published : Feb 28, 2023, 10:22 PM IST

ହାଇଦ୍ରାବାଦ: ମାର୍ଚ୍ଚ ୮ ତାରିଖରେ ବିଶ୍ବ ପାଳନ କରିବାକୁ ଯାଉଛି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ରାମୋଜୀ ଫିଲ୍ମ ସିଟିରେ ଏହି ଦିବସକୁ ଭିନ୍ନ ଢଙ୍ଗରେ ପାଳନ କରାଯିବାକୁ ଯାଉଛି । କେବଳ ଏକ ଦିବସୀୟ କାର୍ଯ୍ୟକ୍ରମ ନୁହେଁ ବରଂ ପୁରା ଏକ ମାସ ବ୍ୟାପି ମହିଳାଙ୍କ ବିଭିନ୍ନ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ମାର୍ଚ୍ଚ ପହିଲା (ଆସନ୍ତାକାଲି) ଠାରୁ ଏକ ମାସ ଧରି ଆୟୋଜିତ ହେବାକୁଥିବା ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ଏବେ ସମର ଭ୍ୟାକେସନ ପାଇଁ ରାମୋଜୀ ଫିଲ୍ମ ସିଟି ପର୍ଯ୍ୟଟକଙ୍କ ପାଇଁ ପ୍ରଥମ ପସନ୍ଦ ରହିଆସିଥିବା ବେଳେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ପର୍ଯ୍ୟଟକଙ୍କୁ ଭିନ୍ନ ଅନୁଭବ ପ୍ରଦାନ କରିବ ।

ରାମୋଜୀ ଫିଲ୍ମ ସିଟିରେ ଚାଲିଛି ମାସେ ବ୍ୟାପି ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଏହିି ସ୍ବତନ୍ତ୍ର ଆୟୋଜନ ସମ୍ପର୍କରେ ଫିଲ୍ମ ସିଟିର ମୁଖପାତ୍ର ଇଟିଭି ଭାରତକୁ ଦେଇଥିବା ସୂଚନା ଅନୁସାରେ, ମାର୍ଚ୍ଚ ପହିଲାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ମାର୍ଚ୍ଚ ୩୧ ରେ ଶେଷ ହେବ । ତେବେ ଏଥିରେ ଫିଲ୍ମ ସିଟି କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ପାଇଁ ଏକ ସ୍ବତନ୍ତ୍ର ରିହାତିର ବ୍ୟବସ୍ଥା ରଖିଛନ୍ତି । ଜଣେ ମହିଳା ପର୍ଯ୍ୟଟକ ଗୋଟିଏ ଟିକେଟ ବୁକିଂ କରି ସାଥିରେ ଜଣେ ସମ୍ପର୍କୀୟ ମହିଳା କିମ୍ବା ଯୁବତୀଙ୍କୁ ଦେୟମୁକ୍ତ ଭାବେ ଫିଲ୍ମ ସିଟି ପରିଦର୍ଶନରେ ଆଣିପାରିବେ । ଯଦି କେହି ମହିଳା ପର୍ଯ୍ୟଟକ ନିଜ ସହ ମହିଳା ଓ ଯୁବତୀଙ୍କୁ ଆଣୁଛନ୍ତି ସେମାନେ ନିଜ ଟିକେଟ ସହ ଫିଲ୍ମସିଟି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବେ । ଏଥିପାଇଁ ରାମୋଜୀ ଫିଲ୍ମ ସିଟିର ଅଫିସିଆଲ ଓ୍ବେବସାଇଟ www.ramojifilmcity.com ଓ ଏକ ଦେୟମୁକ୍ତ ନମ୍ବର (1800 120 2999) ମଧ୍ୟ ଜାରି କରାଯାଇଛି । ଅଧିକ ଜାଣିବା ପାଇଁ ଏହି ମାଧ୍ୟମରେ ମହିଳା ପର୍ଯ୍ୟଟକମାନେ ଫିଲ୍ମ ସିଟି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ମଧ୍ୟ କରିପାରିବେ ।

ରାମୋଜୀ ଫିଲ୍ମ ସିଟିରେ ଚାଲିଛି ମାସେ ବ୍ୟାପି ସ୍ବତନ୍ତ୍ର କାର୍ଯ୍ୟକ୍ରମ

କେବଳ ଭିିଜିଟିଂ ଟିକେଟରେ ବାଏ ଓ୍ବାନ, ଗେଟ ଓ୍ବାନ ନୁହେଁ, ବରଂ ଫିଲ୍ମସିଟିର ଦୈନଦିନ ପରିଭ୍ରମଣ ତାଲିକାରେ ମଧ୍ୟ ମହିଳାଙ୍କ ପାଇଁ ଅନେକ ବିଶେଷ କାର୍ଯ୍ୟକ୍ରମ ସାମିଲ କରାଯାଇଛି । ମହିଳା ପର୍ଯ୍ୟଟକମାନେ ଷ୍ଟୁଡିଓ ଟୁର, ଗ୍ରାଣ୍ଡ ଫ୍ଯାମିଲି ସେଟର ମଜା ନେବା ସହ ଏକାଧିକ ଗାର୍ଡେନ ଓ ବାର୍ଡ ପାର୍କ, ବଟରଫ୍ଲାଏ ପାର୍କ, ବୋନସାଇ ଗାର୍ଡେନ ପ୍ରମୁଖ ପରିଦର୍ଶନ କରିବେ । ସେହିପରି ଆଡଭେଞ୍ଜର ସେଗମେଣ୍ଟ ‘ସାହସ’ ର ମଜା ମଧ୍ୟ ନେଇ ପାରିବେ । ଏହା ସହ ଏକାଧିକ ପ୍ରତିଯୋଗିତା ମୂଳକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆୟୋଜନ କରାଯାଇଥିବା କହିଛନ୍ତି ଫିଲ୍ମସିଟି ମୁଖପାତ୍ର ।

ରାମୋଜୀ ଫିଲ୍ମ ସିଟିରେ ଚାଲିଛି ମାସେ ବ୍ୟାପି ସ୍ବତନ୍ତ୍ର କାର୍ଯ୍ୟକ୍ରମ
ରାମୋଜୀ ଫିଲ୍ମ ସିଟିରେ ଚାଲିଛି ମାସେ ବ୍ୟାପି ସ୍ବତନ୍ତ୍ର କାର୍ଯ୍ୟକ୍ରମ

୨୦୦ ଏକର ପରିମିତ ସ୍ଥାନରେ ନିର୍ମିତ ‘ରାମୋଜୀ ଫିଲ୍ମ ସିଟି’ ହେଉଛି ବିଶ୍ବର ସର୍ବବୃହତ ଫିଲ୍ମ ସିଟି । ଏହା ଗିନିଜ ବୁକ ଅଫ ରେକର୍ଡ ପକ୍ଷରୁ ପୁରସ୍କୃତ ମଧ୍ୟ ହୋଇସାରିଛି । ପ୍ରତ୍ୟେକ ବର୍ଷ ଏହି ସ୍ଥାନ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ରହିଆସିଛି । କେବଳ ଦେଶ ନୁହେଁ ବରଂ ସମଗ୍ର ବିଶ୍ବରୁ ପର୍ଯ୍ୟଟକମାନେ ଏଠାକୁ ବୁଲିବାକୁ ଆସିଥାନ୍ତି । କେବଳ ପର୍ଯ୍ୟଟନ ନୁହେଁ, ବରଂ ସିନେମା ନିର୍ମାଣ କ୍ଷେତ୍ରରେ ସାରା ବିଶ୍ବରେ ବୈଷୟିକ ଭାବେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ରାମୋଜୀ ଫିଲ୍ମ ସିଟି । ପ୍ରତିବର୍ଷ ବିଭିନ୍ନ ଭାଷାର ପ୍ରାୟ ୨୦୦ ସିନେ ନିର୍ମାତା ନିଜ ସିନେମାର ସୁଟିିଂ ଓ ପରବର୍ତ୍ତୀ ପୋଷ୍ଟ ପ୍ରଡକ୍ସନ କାର୍ଯ୍ୟ ପାଇଁ ଫିଲ୍ମ ସିଟିକୁ ବାଛୁଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨,୫୦୦ ସିନେମା ଏଠାରେ ସୁଟିଂ ହୋଇସାରିଲାଣି । ଯାହା ରାମୋଜୀ ଫିଲ୍ମ ସିଟିକୁ ପର୍ଯ୍ୟଟନ ଓ ସିନମା ଜଗତରେ ବିଶ୍ବ ରେକର୍ଡର ଅଧିକାରୀ କରିଛି ।

ରାମୋଜୀ ଫିଲ୍ମ ସିଟିରେ ଚାଲିଛି ମାସେ ବ୍ୟାପି ସ୍ବତନ୍ତ୍ର କାର୍ଯ୍ୟକ୍ରମ
ରାମୋଜୀ ଫିଲ୍ମ ସିଟିରେ ଚାଲିଛି ମାସେ ବ୍ୟାପି ସ୍ବତନ୍ତ୍ର କାର୍ଯ୍ୟକ୍ରମ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details