ଓଡିଶା

odisha

ETV Bharat / bharat

ରାମ ମନ୍ଦିର ନିର୍ମାଣରେ ଦେଶର 74% ମୁସଲିମ ଖୁସି: ମୁସଲିମ ରାଷ୍ଟ୍ରୀୟ ମଞ୍ଚ

Ram Temple Consecration: ଦେଶରେ 74 ପ୍ରତିଶତ ମୁସଲିମ ଭାଇ-ଭଉଣୀ ରାମ ମନ୍ଦିର ନିର୍ମାଣରେ ଖୁସି ଅଛନ୍ତି । ମୁସଲିମ ରାଷ୍ଟ୍ରୀୟ ମଞ୍ଚ କରିଥିବା ସର୍ଭେ ରିପୋର୍ଟରେ ପ୍ରକାଶ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 14, 2024, 10:29 AM IST

ମୁସଲିମ ରାଷ୍ଟ୍ରିୟ ମଞ୍ଚ
Ram Mandir consecration

ନୂଆଦିଲ୍ଲୀ:ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ବଢିବାରେ ଲାଗିଛି । ସେହି ଦିନକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ପ୍ରତିଟି ହିନ୍ଦୁ । ଖାଲି ହିନ୍ଦୁମାନେ ନୁହଁନ୍ତି ବରଂ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ଦେଶର 74 ପ୍ରତିଶତ ମୁସଲିମ ଖୁସି ଅଛନ୍ତି ବୋଲି ମୁସଲିମ ରାଷ୍ଟ୍ରୀୟ ମଞ୍ଚ ଦାବି କରିଛି । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ ବୋଲି କହିଛି ମୁସଲିମ ସଂଗଠନ ।

ମୁସଲିମ ରାଷ୍ଟ୍ରୀୟ ମଞ୍ଚ ଦେଶରେ ମୁସଲମାନଙ୍କୁ ନେଇ ଏକ ସର୍ଭେ କରିଥିଲା । ଗୁଜୁରାଟର ଏକଧିକ ଅନୁସନ୍ଧାନ ଏବଂ ସର୍ବେକ୍ଷଣ କମ୍ପାନୀ ଆୟୁର୍ବେଦ ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟ ମାଧ୍ୟମରେ ଏହି ସର୍ଭେ କରିଥିଲା ଏମଆରଏମ । ସର୍ଭେ ପରେ ମୁସଲମାନ ସଂଗଠନ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ, ପ୍ରଭୁ ରାମଚନ୍ଦ୍ର ଲୋକଙ୍କ ମନରେ ଅଛନ୍ତି ଏବଂ ନରେନ୍ଦ୍ର ମୋଦି ହେଉଛନ୍ତି ଭାରତର ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ । ଯାହାଙ୍କର କଥା କେବଳ ଭାରତ ନୁହଁ ବରଂ ପୁରା ବିଶ୍ବ ଶୁଣୁଛି । ସର୍ଭେରୁ ଆହୁରି ମଧ୍ୟ ଜଣାପଡିଛି ଯେ, ତଥାକଥିତ ଉଲେମା, ମୌଲାନା ଏବଂ ବିରୋଧୀ ଦଳ ନେତା ଯେଉଁମାନେ କି ମୁସଲମାନ ନାମରେ ରାଜନୀତି କରୁଛନ୍ତି ସେମାନଙ୍କୁ ବୟକଟ କରାଯାଉ । ସର୍ଭେ ସମୟରେ ବହୁ ସଂଖ୍ୟାର ମୁସଲମାନ ଭାଇ-ଭଉଣୀ ଜୟ ଶ୍ରୀ ରାମ ନାରା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁୃ-ରାମଲାଲାଙ୍କ ଉତ୍ସବ ପାଇଁ ସାରା ବିଶ୍ୱରେ ଉତ୍ସାହ; ୨୨ ତାରିଖରେ ମରିସସ୍‌ରେ ସ୍ବତନ୍ତ୍ର ଛୁଟି ଘୋଷଣା

ମୁସଲିମ ରାଷ୍ଟ୍ରୀୟ ମଞ୍ଚ ଦାବି କରିଛି ଯେ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ 74 ପ୍ରତିଶତ ମୁସଲମାନ ଖୁସି ଅଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 70 ପ୍ରତିଶତ ମୁସଲମାନ ବିଶ୍ବାସ କରନ୍ତି । ବିରୋଧୀଙ୍କର କୌଣସି ପ୍ରସଙ୍ଗ ନାହିଁ ବୋଲି 72 ପ୍ରତିଶତ ମୁସଲମାନ ସହମତି ପ୍ରକାଶ କରିଥିଲେ । ସେହିପରି 70 ପ୍ରତିଶତ ମୁସଲମାନ ଅନୁଭବ କରୁଛନ୍ତି ଯେ ଭାରତ ବିଶ୍ୱରେ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହୋଇଛି । ମୋଦି ସରକାରଙ୍କ ଅଧୀନରେ ମୁସଲମାନମାନେ ସୁରକ୍ଷିତ ଅଛନ୍ତି ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି । ପିଏମ ମୋଦିଙ୍କ ଯୋଗୁଁ ବିଜେପି ଉପରେ ଲୋକଙ୍କ ବିଶ୍ୱାସ ବଢିଛି । ଅଯୋଧ୍ୟାରେ ମନ୍ଦିର ନିର୍ମାଣକୁ ଦୃଷ୍ଟିରେ ରଖି ଏହି ସର୍ଭେ ହୋଇଥିବା ଦାବି କରିଛି ମୁସଲିମ ସଂଗଠନ ।

ସର୍ଭେ ରିପୋର୍ଟରୁ ଆହୁରି ମଧ୍ୟ ଜଣାପଡିଛି, ଦେଶର ମୁସଲମାନ ଭାଇ-ଭଉଣୀମାନେ ବିଶ୍ୱାସ କରନ୍ତି ଯେ, ରାମ ସମସ୍ତଙ୍କର ଏବଂ ସମସ୍ତେ ରାମଙ୍କର ଅଟନ୍ତି । ଯେଉଁମାନେ ରାମଙ୍କ ନାମରେ ଦେଶରେ ପରିବେଶକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଉପଯୁକ୍ତ ଜବାବ ଦିଆଯିବା ଉଚିତ । କେନ୍ଦ୍ର ସରକାରଙ୍କର ଅନେକ ଯୋଜନାର ଲାଭ ଉଠାଇ ପାରିଛନ୍ତି ମୁସଲମାନ ସମ୍ପ୍ରଦାୟ । ଜନ ଧନ ଯୋଜନା ଠାରୁ ଆରମ୍ଭ କରି ଶୌଚାଳୟ ନିର୍ମାଣ, ଉଜ୍ବଳା ଯୋଜନା, ମାଗଣା ରାସନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ପାଇ ପାରୁଛନ୍ତି ମୁସଲମାନ ସମ୍ପ୍ରଦାୟ । ଦେଶରେ ଶାନ୍ତି ବଜାୟ ରଖିବା ସହ ବିକାଶ ଓ ବିଶ୍ବାସ ସହିତ ଆଗକୁ ବଢିବା ଉଚିତ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

ABOUT THE AUTHOR

...view details