ଓଡିଶା

odisha

ETV Bharat / bharat

ରାଜ୍ୟସଭାରେ ସ୍ବର ସାମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳି - ରାଜ୍ୟସଭାରେ ଲତାଙ୍କୁ ଶ୍ରଦ୍ଧାଞ୍ଜଳି

ମହାନ ଗାୟିକାଙ୍କୁ ମନେ ପକାଉଛି ଦେଶ । ରାଜ୍ୟସଭାରେ ଭାରତର ସ୍ବର ତଥା ପୂର୍ବତନ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ରାଜ୍ୟସଭା ଅଧକ୍ଷ ଭେଙ୍କେୟା ନାଇଡୁ ସ୍ବର ସାମ୍ରାଜ୍ଞୀଙ୍କ ଅବିଶ୍ବସନୀୟ ଯାତ୍ରା ବିଷୟରେ ସଂସଦରେ କହିଛନ୍ତି । ଅଧିକ ପଢନ୍ତୁ

ରାଜ୍ୟସଭାରେ ସ୍ବର ସାମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳି
ରାଜ୍ୟସଭାରେ ସ୍ବର ସାମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳି

By

Published : Feb 7, 2022, 10:28 AM IST

ନୂଆଦିଲ୍ଲୀ: ଅଫେରା ରାଇଜରେ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର । ଆଜି ସେ ଏମିତି ଜାଗାରେ ଅଛନ୍ତି ଯେଉଁଠିକୁ ଗଲେ କେହି କେବେ ଫେରେନା । ଆଜି ଏହି ମହାନ ଗାୟିକାଙ୍କୁ ମନେ ପକାଉଛି ଦେଶ । ରାଜ୍ୟସଭାରେ ଭାରତର ସ୍ବର ତଥା ପୂର୍ବତନ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ରାଜ୍ୟସଭା ଅଧକ୍ଷ ଭେଙ୍କେୟା ନାଇଡୁ ସ୍ବର ସାମ୍ରାଜ୍ଞୀଙ୍କ ଅବିଶ୍ବସନୀୟ ଯାତ୍ରା ବିଷୟରେ ସଂସଦରେ କହିଛନ୍ତି ।

ରାଜ୍ୟସଭାରେ ସ୍ବର ସାମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳି

ସେ କହିଛନ୍ତି ଲତା ମଙ୍ଗେକରଙ୍କ ଦେହାନ୍ତରେ ଦେଶ ଏକ କିମ୍ବଦନ୍ତୀ ପ୍ଲେବ୍ୟାକ୍ ଗାୟକ, ଦୟାଳୁ ମଣିଷ ଏବଂ ଭାରତୀୟ ସଙ୍ଗୀତ ଏବଂ ଚଳଚ୍ଚିତ୍ର ଜଗତରେ ଏକ ଉଚ୍ଚକୋଟୀର ବ୍ୟକ୍ତିତ୍ବଙ୍କୁ ହରାଇଛି । ତାଙ୍କର ପରଲୋକ ଏକ ଯୁଗର ସମାପ୍ତି ହୋଇଛି । ତାଙ୍କ ନିଧନ ସଙ୍ଗୀତ ଜଗତରେ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଥିବା କହିଛନ୍ତି ରାଜ୍ୟସଭା ଅଧକ୍ଷ ଏମ ଭେଙ୍କେୟା ନାଇଡୁ ।

ସଂସଦ ଗୃହରେ ମହାନ ଗାୟିକା ତଥା ଗୃହର ସଦସ୍ୟ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଛି । ଏହା ସହ 1 ଘଣ୍ଟା ପାଇଁ ଗୃହକାର୍ଯ୍ୟ ମୁଲତବୀ ରଖାଯାଇଛି । ପ୍ରକାଶ ଥାଉ କି ଗତକାଲି (ରବିବାର) ୯୨ ବର୍ଷ ବୟସରେ ଲତା ମଙ୍ଗେସକରଙ୍କ ପରଲୋକ ଘଟିଛି । ସମସ୍ତଙ୍କୁ ଲୁହରେ ଭିଜାଇ ଆରପାରିକୁ ଚାଲି ଯାଇଛନ୍ତି ସଭିଙ୍କ ପ୍ରିୟ ଲତା ଦିଦି ।

@ANI

ABOUT THE AUTHOR

...view details