ଓଡିଶା

odisha

ETV Bharat / bharat

Rajasthan Political Crisis: ଗେହେଲଟ ଗୋଷ୍ଠୀର ୭୬ ବିଧାୟକଙ୍କ ଇସ୍ତଫା - ରାଜସ୍ଥାନ ରାଜନୈତିକ ଖବର

ରାଜସ୍ଥାନରେ ଇସ୍ତଫା ଦେଲେ 76 ଜଣ ବିଧାୟକ । ବାଚସ୍ପତିଙ୍କୁ ଭେଟି ଦେଲେ ସମୂହ ଇସ୍ତଫା (Congress MLA resignation)। ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ନିଷ୍ପତ୍ତି ଗ୍ରହଣ କରିପାରୁ ନାହାନ୍ତି ଗେହେଲଟ ଗୋଷ୍ଠୀ । ଅଧିକ ପଢନ୍ତୁ

Rajasthan Political Crisis: ଇସ୍ତଫା ଦେଲେ ୭୬ ବିଧାୟକ
Rajasthan Political Crisis: ଇସ୍ତଫା ଦେଲେ ୭୬ ବିଧାୟକ

By

Published : Sep 26, 2022, 8:36 AM IST

ଜୟପୁର: ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ସମାଧାନ ହେବା ପରିବର୍ତ୍ତେ କ୍ରମଶଃ ଜଟିଳ ହେବାରେ ଲାଗିଛି । କନ୍ଦଳକୁ ପ୍ରଶମିତ କରିବା ପାଇଁ ଦିଲ୍ଲୀରୁ ଜୟପୁର ଗସ୍ତ କରିଥିବା ଦଳୀୟ ପର୍ଯ୍ୟବେକ୍ଷକ ଅଜୟ ମାକେନ୍ ଏବଂ ମଲ୍ଲିକାର୍ଜୁନ୍ ଖଡଗେଙ୍କ ହସ୍ତକ୍ଷେପ ପରେ ମଧ୍ୟ ସଙ୍କଟରେ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ । ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ଗୋଷ୍ଠୀର (Rajasthan cm Ashoka gehlot) 76 ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ଗତକାଲି (ରବିବାର) ଏହି ବିଧାୟକମାନେ ବାଚସ୍ପତି ସିପି ଜୋଶୀଙ୍କୁ ଭେଟି ସମୂହ ଇସ୍ତଫା ଦେଇଛନ୍ତି ।

Rajasthan Political Crisis: ଇସ୍ତଫା ଦେଲେ ୭୬ ବିଧାୟକ

ଗତକାଲି ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ରାଜସ୍ଥାନ ଗସ୍ତ କରିଥିବା ମଲ୍ଲିକାର୍ଜୁନ ଖଡଗେ, ଅଜୟ ମାକେନ, ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ଉପସ୍ଥିତିରେ ଦଳୀୟ ବିଧାୟକଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ କୌଣସି ନିର୍ଦ୍ଦିଷ୍ଟ ନିଷ୍କର୍ସରେ ପହଞ୍ଚି ପାରିନଥିଲେ ବିଧାୟକମାନେ । ପରେ ସେମାନେ ଦଳର ବରିଷ୍ଠ ନେତା ଶାନ୍ତି ଧରୱାଲଙ୍କ ବାସଭବନରେ ଏକାଠି ହୋଇ ରୁଦ୍ଧଦ୍ବାର ଆଲୋଚନା କରିଥିଲେ । ସେଠାରୁ ବାହାରି ସେମାନେ ସିଧାସଳଖ ବାଚସ୍ପତି ସି.ପି ଜୋଶୀଙ୍କୁ ଭେଟି ସମୂହ ଇସ୍ତଫା ଦେଇଥିଲେ ।

ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କଂଗ୍ରେସ ହାଇକମାଣ୍ଡ ପଦ ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଅପସାରଣ କରି ଯୁବନେତା ସଚିନ ପାଇଲଟଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଦେବା ପାଇଁ ଦଳ ଚାହୁଁଥିବା ବେଳେ ଗେହେଲଟ ଗୋଷ୍ଠୀର କିଛି ବିଧାୟକ ଏହାକୁ ପ୍ରଥମରୁ ବିରୋଧ କରି ଆସୁଛନ୍ତି । ଗତକାଲି ବୈଠକରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦଳ ଦାୟିତ୍ବ ଦେବାକୁ ଚାହୁଁଥିବା ପ୍ରସଙ୍ଗ ଉଠିବା ପରେ ଏହାକୁ ବିରୋଧ କରି ଗେହେଲଟଙ୍କ ସମର୍ଥିତ ବିଧାୟକମାନେ ଇସ୍ତଫା ଦେଇଛନ୍ତି ।

ଲାଗି ରହିଥିବା ସଙ୍କଟ ମଧ୍ୟରେ କଂଗ୍ରେସ ଦଳ ମଧ୍ୟ କର୍ତ୍ତୃତ୍ବ ହରାଇବା ସ୍ଥିତିକୁ ଆସିଛି । ଗୋଟିଏ ପଟେ ଦଳ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଭାରତ ଯୋଡୋ ଯାତ୍ରାର ଆୟୋଜନ କରିଛି । ଅନ୍ୟପଟେ ହାଇକମାଣ୍ଡ ପରିବର୍ତ୍ତନ ପାଇଁ ମଧ୍ୟ ନିର୍ବାଚନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଛି । ଏହାରି ମଧ୍ୟରେ ରାଜସ୍ଥାନରେ କ୍ଷମତା ପାଇଁ କନ୍ଦଳ ଦଳର ଚିନ୍ତା ବଢାଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details