ଓଡିଶା

odisha

By

Published : Apr 25, 2021, 7:10 PM IST

ETV Bharat / bharat

18 ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ମାଗଣା ଟିକା ଦେବ ରାଜସ୍ଥାନ, ଖର୍ଚ୍ଚ ହେବ 3 ହଜାର କୋଟି

ବିଭିନ୍ନ ରାଜ୍ୟ ମାଗଣା ଟୀକାକରଣ ଘୋଷଣା କ୍ରମରେ ସାମିଲ ହେଲା ରାଜସ୍ଥାନ । ଖର୍ଚ୍ଚ ହେବ 3 ହଜାର କୋଟି । ଅଧିକ ପଢନ୍ତୁ....

ରାଜ୍ୟର 18 ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ମାଗଣା ଟିକା ଦେବ ରାଜସ୍ଥାନ, ଖର୍ଚ୍ଚ ହେବ 3 ହଜାର କୋଟି
ରାଜ୍ୟର 18 ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ମାଗଣା ଟିକା ଦେବ ରାଜସ୍ଥାନ, ଖର୍ଚ୍ଚ ହେବ 3 ହଜାର କୋଟି

ଜୟପୁର: ବିଭିନ୍ନ ରାଜ୍ୟ ମାଗଣା ଟିକା ପ୍ରଦାନ ନେଇ ଘୋଷଣା କରିସାରି ଥିବାବେଳେ ଏହି କ୍ରମରେ ସାମିଲ ହୋଇଛି ରାଜସ୍ଥାନ । ରାଜସ୍ଥାନ ମୁଖ୍ଯମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଆଜି ରାଜ୍ୟର ସମସ୍ତ 18 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ପାଇଁ ମାଗଣା ଟିକା ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି । ଏନେଇ ଗେହଲଟ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ରାଜ୍ୟର 18 ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ମାଗଣା ଟିକା ଦେବ ରାଜସ୍ଥାନ, ଖର୍ଚ୍ଚ ହେବ 3 ହଜାର କୋଟି

ଗେହଲଟ କହିଛନ୍ତି ରାଜ୍ୟ ସରକାରଙ୍କ ଏହି ଯୋଜନା ପାଇଁ ପ୍ରାୟ 3 ହଜାର କୋଟି ଟଙ୍କା ବ୍ୟୟ କରିବାକୁ ପଡିବ । ରାଜ୍ୟରେ ସମସ୍ତ 18 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରିବାର କାର୍ଯ୍ୟକ୍ରମ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟ ସରକାରଙ୍କ ଦାବି ମୁତାବକ କେନ୍ଦ୍ର ସରକାର ପ୍ରଥମେ 60 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଓ ପରବର୍ତ୍ତୀ ସମୟରେ 45 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରିଥିଲା । ସେହିପରି ବର୍ତ୍ତମାନ ଯଦି କେନ୍ଦ୍ର ସରକାର ଅନୁରୁପ ଭାବେ 18 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷଙ୍କ ଟିକାକରଣ ଖର୍ଚ୍ଚ ବହନ କରନ୍ତା ତାହାଲେ ରାଜ୍ୟ ସରକାରମାନେ ସାମାନ୍ୟ ଆର୍ଥିକ ସହାୟତା ପାଇପାରନ୍ତେ । ସେହିପରି ରାଜ୍ଯମାନଙ୍କ ବଜେଟରେ ମଧ୍ୟ ଅସ୍ଥିରତା ଦେଖାଯାଆନ୍ତା ନାହିଁ ବୋଲି ଅଶୋକ କହିଛନ୍ତି ।

@ANI

ABOUT THE AUTHOR

...view details