ଓଡିଶା

odisha

By

Published : Jan 11, 2022, 2:51 PM IST

ETV Bharat / bharat

ରାଜସ୍ଥାନ ସରକାରଙ୍କ ମହାନତା: ପ୍ରାଇଭେଟ ଲ୍ୟାବରେ କୋଭିଡ ଟେଷ୍ଟର ମୂଲ୍ଯ ୫୦ଟଙ୍କା ଧାର୍ଯ୍ୟ

ରାଜସ୍ଥାନରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏନେଇ କୋଭିଡ ଟେଷ୍ଟକୁ ବ୍ୟାପକ କରିଛନ୍ତି ରାଜସ୍ଥାନ ସରକାର । ତେଣୁ ପ୍ରାଇଭେଟ ଲ୍ୟାବରେ ଆଣ୍ଟିଜେନ ଟେଷ୍ଟର ମୂଲ୍ୟ ମାତ୍ର ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଅଧିକ ପଢ଼ନ୍ତୁ

rajasthan government caps covid rapid antigen test at rs 50 in private labs
ପାଇଭେଟ ଲ୍ୟାବରେ କୋଭିଡ ଟେଷ୍ଟର ମୂଲ୍ଯ ୫୦ଟଙ୍କା ଜାରି କଲେ ରାଜସ୍ଥାନ ସରକାର

ଜୟପୁର:ରାଜସ୍ଥାନରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏନେଇ କୋଭିଡ ଟେଷ୍ଟକୁ ବ୍ୟାପକ କରିଛନ୍ତି ରାଜସ୍ଥାନ ସରକାର । ତେଣୁ ପ୍ରାଇଭେଟ ଲ୍ୟାବରେ ଆଣ୍ଟିଜେନ ଟେଷ୍ଟର ମୂଲ୍ୟ ମାତ୍ର ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏନେଇ ଗତ ସୋମବାର ରାଜସ୍ଥାନ ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି ।

ଏଣିକି ରାଜସ୍ଥାନର ପ୍ରତ୍ୟେକ ପ୍ରାଇଭେଟ ଲ୍ୟାବରେ କୋଭିଡ ଟେଷ୍ଟ କରିବାକୁ ହେଲେ ୫୦ ଟଙ୍କା ଦେବାକୁ ପଡ଼ିବ । ରାଜସ୍ଥାନ ମୁଖ୍ୟ ଶାସନ ସଚିବ ବୈଭବ ଗାଲାରିଆ ସୂଚନା ଦେଇ କହିଛନ୍ତି, ପ୍ରାଇଭେଟ ଲ୍ୟାବରେ କୋଭିଡ ଟେଷ୍ଟ ପାଇଁ ଧାର୍ଯ୍ୟରତ ମୂଲ୍ୟ ସ୍ଥିର ରହିବ । ଏହାଦ୍ବାରା ଜନସାଧାରଣଙ୍କୁ କମ୍ ମୂଲ୍ୟରେ ସୁବିଧାଜନକ କୋଭିଡ ଟେଷ୍ଟ ଯୋଗାଇ ଦିଆଯାଇପାରିବ । ଯାହାଦ୍ବାରା ଯେଉଁ ବ୍ୟକ୍ତିଙ୍କ ପାଖରେ କୋଭିଡ ଲକ୍ଷଣ ଥିବ, ଟେଷ୍ଟ କରିବା ପାଇଁ କୁଣ୍ଠାବୋଧ ପ୍ରକାଶ କରିବେ ନାହିଁ । ତେବେ ସାୱାଇ ମାନସିଂ ମେଡ଼ିକାଲ କଲେଜ କମିଟି ପକ୍ଷରୁ ଏହାର ଧାର୍ଯ୍ୟ ସ୍ଥିର କରାଯାଇଛି ।

ତେବେ ଆଣ୍ଟିଜେନ ଟେଷ୍ଟ ପାଇଁ ସ୍ଥିର ହୋଇଥିବା ମୂଲ୍ୟ ତୁରନ୍ତ ଲାଗୁ କରିବା ପାଇଁ ଶାସନ ସଚିବ ବୈଭବ ଗାଲାରିଆ କହିଛନ୍ତି । ଏଥିସହ ଏହି ଆଦେଶକୁ କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହି ନିୟମ ଅନୁପାଳନ ନ ହେଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଭବ ଗାଲାରିଆ କହିଛନ୍ତି ।

@ANI

For All Latest Updates

ABOUT THE AUTHOR

...view details