ଓଡିଶା

odisha

Rajasthan Poll: ବଦଳିଲା ମତଦାନ ତାରିଖ, 23 ପରିବର୍ତ୍ତେ 25ରେ ଭୋଟିଂ

ବଦଳିଲା ରାଜସ୍ଥାନ ମତଦାନ ତାରିଖ । ନଭେମ୍ବର 23 ନୁହେଁ 25ରେ ଭୋଟିଂ । ମତଗଣନା ତାରିଖ ଅପରିବର୍ତ୍ତିତ । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 11, 2023, 4:58 PM IST

Published : Oct 11, 2023, 4:58 PM IST

Updated : Oct 11, 2023, 5:29 PM IST

Rajasthan Poll: ବଦଳିଲା ରାଜସ୍ଥାନ ମତଦାନ ତାରିଖ, 23 ପରିବର୍ତ୍ତେ 25 ରେ ଭୋଟିଂ
Rajasthan Poll: ବଦଳିଲା ରାଜସ୍ଥାନ ମତଦାନ ତାରିଖ, 23 ପରିବର୍ତ୍ତେ 25 ରେ ଭୋଟିଂ

ଜୟପୁର:ବଦଳିଲା ରାଜସ୍ଥାନ ମତଦାନ ତାରିଖ । ଗୋଟିଏ ପର୍ଯ୍ୟାୟରେ ରାଜ୍ୟରେ ହେବାକୁ ଥିବା ମତଦାନ ସୂଚୀରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ ଆୟୋଗ । ଆସନ୍ତାମାସ (ନଭେମ୍ବର) 23 ତାରିଖ ପରିବର୍ତ୍ତେ 25 ତାରିଖରେ ଭୋଟିଂ ହେବ । ଗଣତି ତାରିଖରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପୂର୍ବଘୋଷିତ ଡିସେମ୍ବର 3 ତାରିଖରେ ଅନ୍ୟ 4 ରାଜ୍ୟ ସହ ରାଜସ୍ଥାନରେ ଗଣତି ହେବା ସହ ଜନାଦେଶ ପ୍ରକାଶ ପାଇବ । 23 ତାରିଖରେ ରାଜ୍ୟରେ ବହୁସଂଖ୍ୟାରେ ବିବାହ ବ୍ରତ ଓ ସାମାଜିକ କାର୍ଯ୍ୟକ୍ରମ ଥିବାରୁ ତାରିଖ ପରିବର୍ତ୍ତନ କରିବା ପାଇଁ ଏକାଧିକ ରାଜନୈତିକ ଓ ସାମାଜିକ ସଂଗଠନ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ମତଦାନ ସୂଚୀରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମଣ୍ଡଳୀ ଏବଂ ସାମାଜିକ ସଂଗଠନ କାର୍ଯ୍ୟକର୍ତ୍ତା ନିର୍ବାଚନ ତାରିଖ ପରିବର୍ତ୍ତନ କରିବାକୁ ଆବେଦନ କରିଥିଲେ । କାରଣ ଏହି ଦିନରେ ଏକାଧିକ ସାମାଜିକ କାର୍ଯ୍ୟକ୍ରମ ଓ ବିବାହ ବ୍ରତ ଆଦି ରହିଛି । ତେଣୁ ଏହି ତାରିଖରେ ଭୋଟିଂ କଲେ ଭୋଟିଂ ପ୍ରକ୍ରିୟା ପ୍ରଭାବିତ ହେବା ସହ ଭୋଟରଙ୍କ ଅଂଶଗ୍ରହଣ ସଂଖ୍ୟା ମଧ୍ୟ ହ୍ରାସ ପାଇପାଇବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଆୟୋଗ 25 ତାରିଖରେ ଭୋଟିଂ କରିବା ପାଇଁ ନୂତନ ତାରିଖ ଘୋଷଣା କରିଛନ୍ତି ।

ନୂତନ ନିର୍ବାଚନ ସୂଚୀ ଅନୁଯାୟୀ ଚଳିତ 30 ତାରିଖରେ ବିଜ୍ଞପ୍ତି ଜାରି କରାଯିବ । ନାମାଙ୍କନ ଦାଖଲର ଶେଷ ତାରିଖ ନଭେମ୍ବର 6 ପର୍ଯ୍ୟନ୍ତ ରହିବ । ପରଦିନ ଅର୍ଥାତ 7 ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ନାମାଙ୍କନ ପ୍ରତ୍ୟାହାର ପାଇଁ 9 ତାରିଖକୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । 25 ତାରିଖରେ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବା ସହ ପୂର୍ବନିର୍ଦ୍ଧାରିତ ଡିସେମ୍ବର 3ରେ ମତଗଣନା ଓ ଜନାଦେଶ ପ୍ରକାଶ ପାଇବ ।

ଏହା ମଧ୍ୟ ପଢନ୍ତୁ:- ବାଜିଲା 5 ରାଜ୍ୟର ବିଧାନସଭା ନିର୍ବାଚନୀ ବିଗୁଲ: ନଭେମ୍ବର 7ରେ ମତଦାନ, ଡିସେମ୍ବର 3ରେ ଗଣତି

​9 ତାରିଖରେ 5ଟି ରାଜ୍ୟ ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ ଓ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ ନିିର୍ବାଚନ କମିଶନର । ନଭେମ୍ବର 7ରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । କେବଳ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଯାଉଛି । ନଭେମ୍ବର 7ରେ ମିଜୋରାମରେ ଗୋଟିଏ ପର୍ଯ୍ୟାୟରେ, ଛତିଶଗଡରେ ନଭେମ୍ବର 7 ଓ 17 ରେ ଦୁଇଟି ପର୍ଯ୍ୟାୟରେ, 17 ତାରିଖରେ ମଧ୍ୟ ପ୍ରଦେଶ, 23ରେ ରାଜସ୍ଥାନ ଓ 30ରେ ତେଲେଙ୍ଗାନାରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବା ନେଇ ତାରିଖ ଘୋଷଣା ହୋଇଥିଲା । ଆଜି ରାଜସ୍ଥାନରେ ମତଦାନ ସୂଚୀ ବଦଳିଛି । ସମସ୍ତ 5 ରାଜ୍ୟରେ ଡିସେମ୍ବର 3 ତାରିଖରେ ମତଗଣନା ହେବ । ଯାହା ଅପରିବର୍ତ୍ତିତ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 11, 2023, 5:29 PM IST

ABOUT THE AUTHOR

...view details