ଜୟପୁର:ରାକ୍ଷୀ ପୂର୍ଣ୍ଣିମା, ଭାଇ ଉଭଣୀର ପବିତ୍ର ସ୍ନେହ ବନ୍ଧନକୁ ଦୃଢ କରିଥାଏ ରାକ୍ଷୀ । ଭାଇ ହାତରେ ଏହି ରେଶମୀ ସୂତା ବାନ୍ଧି ସୁରକ୍ଷାର ପ୍ରତିଶୃତି ମାଗିଥାଏ ଭଉଣୀ । ଉଭଣୀ ମାଗିଥିବା ପ୍ରତିଶୃତିକୁ ପାଳନ କରିବାକୁ ଭାଇଟିଏ ସବୁବେଳେ ତା' ଛାଇ ପରି ରହିଥାଏ । ଆଜି ଉଉଣୀ ସିନା ନାହିଁ, ଭାଇ କିନ୍ତୁ ତାଙ୍କ କର୍ତ୍ତବ୍ୟରୁ ଓହରି ନାହାନ୍ତି । ଆମେ କହୁଛୁ ରାଜସ୍ଥାନ ଯୋଧପୁରର ଧନରାଜ ଦାଧିଚଙ୍କ କଥା । ଯିଏକି ନିଜ ସ୍ବର୍ଗତ ଭଉଣୀର ସ୍ମୃତିରେ ପ୍ରତିବର୍ଷ ରକ୍ଷା ବନ୍ଧନ ଦିନ ମହିଳାଙ୍କୁ ମାଗଣା ଅଟୋ ସେବା ଯୋଗାଇଥାନ୍ତି ।
ଧନରାଜ ଦୀର୍ଘ ୭ ବର୍ଷ ଧରି ରକ୍ଷା ବନ୍ଧନ ଦିନ ମହିଳାଙ୍କୁ ମାଗଣା ଅଟୋ ସେବା ଯୋଗାଇ ଆସୁଛନ୍ତି । ବୁଧବାର ସେ ନିଜ ଓଟୋରେ ମାଗଣା ସେବାର ବ୍ୟାନର ଲଗାଇ ଫେସବୁକ ପେଜରେ ଏହି ବିଷୟରେ ସୂଚନା ଦେଇଥିଲେ । ସେଥିରେ ତାଙ୍କ ମୋବାଇଲ ନମ୍ବର ମଧ୍ୟ ଉଲ୍ଲେଖ ଥିଲା । ବ୍ୟାନରେ ଉଲ୍ଲେଖ କରାଯାଇଥିଲା ଯେ, ରକ୍ଷା ବନ୍ଧନ ଦିନ ଯେଉଁ ମହିଳା ମାଗଣା ଅଟୋ ସେବା ପାଇବାକୁ ଚାହୁଁଛନ୍ତି ତାଙ୍କୁ ଯୋଗାଯୋଗ କରିବେ । ସେ ଆହୁରି ମଧ୍ୟ ଲେଖିଥିଲେ, "କିଛି ବର୍ଷ ପୂର୍ବେ ମୋର ମଧ୍ୟ ଏକ ଭଉଣୀ ଥିଲା । କିନ୍ତୁ ସେ ଆଜି ଆମ ପାଖରେ ନାହିଁ । ପ୍ରତିବର୍ଷ ଏହି ଦିନ ତାଙ୍କ କଥା ଅଧିକ ମନେ ପଡ଼େ । ତେଣୁ ତାଙ୍କ ସ୍ମୃତିରେ ରକ୍ଷା ବନ୍ଧନ ଅବସରରେ ମୁଁ ସମସ୍ତ ଭଉଣୀ ମାନଙ୍କୁ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ମାଗଣା ଅଟୋ ସେବା ଯୋଗାଉଛି ।"