ଓଡିଶା

odisha

ETV Bharat / bharat

Rajasthan Assembly Election: କିଏ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ? ବସୁନ୍ଧରାଙ୍କୁ ଟିକେଟ ପରେ ସବୁ ଅଙ୍କ ଫେଲ ! - ରାଜସ୍ଥାନ ବିଜେପିର କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ରାଜସ୍ଥାନ ଲଢେଇ ବର୍ତ୍ତମାନ ସୁଦ୍ଧା ବିଜେପି 124 ପ୍ରାର୍ଥୀ ଘୋଷଣା କରିସାରିଛି । ଦଳ କେଉଁ ରଣନୀତି ଆଧାରରେ ଲଢିବ ଆପାତଃ ସ୍ପଷ୍ଟ ହୋଇଛି । ବିଜେପି ଆଜି ଯେଉଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ସେଥିରେ ଭେଟେରାନ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଟିକେଟ ଦେଇଥିବା ବେଳେ, ବସୁନ୍ଧରାଙ୍କ ଅନୁଗତ ଭାବେ ଜଣାଶୁଣା ତାଙ୍କର ପ୍ରାୟ 12 ଜଣଙ୍କୁ ବିଜେପି ଟିକେଟ ଦେଇଛି । ଅଧିକ ପଢନ୍ତୁ

Rajasthan Assembly Election: କିଏ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା? ବସୁନ୍ଧରାଙ୍କୁ ଟିକେଟ ପରେ ସବୁ ଅଙ୍କ ଫେଲ !
Rajasthan Assembly Election: କିଏ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା? ବସୁନ୍ଧରାଙ୍କୁ ଟିକେଟ ପରେ ସବୁ ଅଙ୍କ ଫେଲ !

By ETV Bharat Odisha Team

Published : Oct 21, 2023, 10:58 PM IST

ନୂଆଦିଲ୍ଲୀ: କାହାର ହେବ ରାଜସ୍ଥାନ ? କ୍ଷମତା ବଜାୟ ରଖିବ କଂଗ୍ରେସ ନା ସରକାରକୁ ଫେରିବ ବିଜେପି ? କିଏ ହେବେ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଯଦି କଂଗ୍ରେସ କ୍ଷମତା ବଜାୟ ରଖେ ଅଶୋକ ଗେହଲଟ ରିପିଟ ହେବ ନା ସଚ୍ଚିନଙ୍କୁ ମିଳିବ ସୁଯୋଗ । ନା ପରମ୍ପରାଗତ ଭାବେ ପରିବର୍ତ୍ତନ ହେବ ସରକାର । ଏମିତି ହୁଏ ଯଦି ବିଜେପି କାହାକୁ କରିବ ଭରସା । ଏପରି ସ୍ଥିତିରେ ଯୁଦ୍ଧ ପୂର୍ବରୁ ପ୍ରସ୍ତୁତ ହେଉଛନ୍ତି ଯୋଦ୍ଧା । ରଣନୀତି ପ୍ରସ୍ତୁତ କରୁଛନ୍ତି ସେନାପତି । ଲଢେଇକୁ ଓହ୍ଲାଇବେ ଉଭୟ ଦଳର ଶୀର୍ଷ ନେତା । ଯାହାକୁ ନେଇ ଜୋରଦାର ହେବ ରାଜସ୍ଥାନ ଲଢେଇ । କଂଗ୍ରେସ ଗେହଲଟଙ୍କ ବିକାଶକୁ ଭରସା କରିଥିବା ବେଳେ, ବିଜେପି କେନ୍ଦ୍ର ସରକାରଙ୍କ ବିକାଶ ଓ ମୋଦିଙ୍କ ନେତୃତ୍ବକୁ ଅସ୍ତ୍ର କରିଛି । ନିର୍ବାଚନ ଆଉ ଏକ ମାସରୁ କମ ସମୟ ଥିବା ବେଳେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ବିଜେପି 83 ଜଣ ଯୋଦ୍ଧାଙ୍କୁ ରଣଭୂମିକୁ ଛାଡିଛି । କଂଗ୍ରେସ ମଧ୍ୟ ବହୁ ବିଚାର ବିମର୍ଶ ପରେ ଆଜି ପ୍ରଥମ ପର୍ଯ୍ୟାୟରେ 33 ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ହେଲେ ବିଜେପିର ଆଜିର ପ୍ରାର୍ଥୀ ତାଳିକାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଥିବା ବେଳେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଉତ୍କଣ୍ଠା ବଢିଛି ।

ଅଧିକ ପଢନ୍ତୁ- Rajasthan polls: 2ୟ ପର୍ଯ୍ୟାୟରେ 83 ପ୍ରାର୍ଥୀ ଘୋଷଣା କଲା BJP, ଝଲରାପଟନରୁ ଲଢିବେ ବସୁନ୍ଧରା

ରାଜସ୍ଥାନ ଲଢେଇ ବର୍ତ୍ତମାନ ସୁଦ୍ଧା ବିଜେପି 124 ପ୍ରାର୍ଥୀ ଘୋଷଣା କରିସାରିଛି । ଦଳ କେଉଁ ରଣନୀତି ଆଧାରରେ ଲଢିବ ଆପାତଃ ସ୍ପଷ୍ଟ ହୋଇଛି । ବିଜେପି ଆଜି ଯେଉଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ସେଥିରେ ଭେଟେରାନ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଟିକେଟ ଦେଇଥିବା ବେଳେ, ବସୁନ୍ଧରାଙ୍କ ଅନୁଗତ ଭାବେ ଜଣାଶୁଣା ତାଙ୍କର ପ୍ରାୟ 12 ଜଣଙ୍କୁ ବିଜେପି ଟିକେଟ ଦେଇଛି । ଏଥିରୁ ସ୍ପଷ୍ଟ ଦଳରେ ଏବେବି ବସୁନ୍ଧରାଙ୍କ ପ୍ରଭାବ ରହିଛି । ସେହିପରି ବିଜେପି ଯୁବନେତା ତଥା ସାଂସଦ ରାଜବର୍ଦ୍ଧନ ସିଂ ରାଠୋର, ଭେଟେରାନ ସତୀସ ପୁନିଆଙ୍କୁ ମଧ୍ୟ ମୈଦାନକୁ ଛାଡିଛି । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ?

ରାଜସ୍ଥାନ ବିଧାନସଭାକୁ ନେଇ ବିଜେପିର ପ୍ରଥମ ପ୍ରାର୍ଥୀ ତାଳିକାରେ ବସୁନ୍ଧରା ରାଜେଙ୍କ ନା ନଥିଲା । ଯାହାକୁ ନେଇ ରାଜନୀତି ଗଳିରେ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିଲା । କୁହାଯାଉଥିଲା ବସ୍ତୁତଃ ବସୁନ୍ଧରାଙ୍କୁ ବିଜେପି କେନ୍ଦ୍ରୀୟ ରାଜନୀତିକୁ ଆଣି ରାଜସ୍ଥାନରେ ନୂଆ ଚେହେରାଙ୍କୁ ସୁଯୋଗ ଦେବ । ଏହାବି ଚର୍ଚ୍ଚା ହେଉଥିଲା ବସୁନ୍ଧରାଙ୍କୁ ବିଜେପି ନିର୍ବାଚନ ଲଢାଇବ ନାହିଁ କିନ୍ତୁ ନିର୍ବାଚନ ପରିଚାଳନା ପାଇଁ ଦାୟିତ୍ବ ଦେବ । ବସୁନ୍ଧରା ମଧ୍ୟ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଳିକା ପରେ ଅସମ୍ଭବ ନୀରବତା ଅବଲମ୍ବନ କରୁଆସୁଥିଲେ । ହେଲେ ଆଜି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପରେ ଦଳ ବସୁନ୍ଧରାଙ୍କ ସମେତ ତାଙ୍କର ଅନୁଗତଙ୍କୁ ମଧ୍ୟ ଟିକେଟ ଦେଇଛି । ଯାହାକୁ ନେଇ ଏବେ ପୁଣି ରାଜସ୍ଥାନ ରାଜନୀତି ସରଗରମ ହୋଇଉଠିଛି । କାରଣ ଯଦି ବସୁନ୍ଧରା ନିର୍ବାଚନ ଲଢିବେ ତେବେ ମୁଖ୍ୟମନ୍ତ୍ରୀ ଚେହେରା ହେବେ କି ? କାରଣ ବିଜେପି ପାଖରେ ରାଜସ୍ଥାନ ପ୍ରଦେଶ ପାଇଁ ମାଳ ମାଳ ମୁଖ୍ୟମନ୍ତ୍ରୀ ଚେହେରା ଅଛନ୍ତି । ଯାହାକୁ ନେଇ ଯଦି ଦଳ କ୍ଷମତାକୁ ଆସେ ମୁଖ୍ୟମନ୍ତ୍ରୀ ଚୟନ କରିବା ମଧ୍ୟ କଠିନ ହୋଇପାରେ । କାରଣ ମୁଖ୍ୟମନ୍ତ୍ରୀ ଦୌଡରେ ବସୁନ୍ଧରା ରାଜେ ଥିବା ବେଳେ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଅର୍ଜୁନ ରାମ ମେଘାୱାଲ, ସାଂସଦ ତଥା ବିଧାୟକ ପ୍ରାର୍ଥୀ ରାଜବର୍ଦ୍ଧନ ସିଂ ରାଠୋର, ଅଲୱର ସାଂସଦ ଯୋଗୀ ବାଳକନାଥ ପ୍ରମୁଖ ମୁଖ୍ୟମନ୍ତ୍ରୀ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି ।

ସେହିପରି କଠୋର ଫାୟାରବ୍ରାଣ୍ଡ ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସତୀଶ ପୁନିଆଙ୍କୁ ମଧ୍ୟ ବିଜେପି ଟିକେଟ ଦେଇଛି । ସତୀଶ କଂଗ୍ରେସ ବିରୋଧରେ କଠୋର ଆଭିମୁଖ୍ୟ ଆପଣାଇଥାନ୍ତି । କଂଗ୍ରେସକୁ ଅସୁବିଧାରେ ପକାଇବାରେ ମାହିର ସତୀଶ । ରାଜସ୍ଥାନ ବିଜେପିର ଜଣେ ବରିଷ୍ଠ ଓ ଅନୁଭବୀ ନେତା ହେଉଛନ୍ତି ସତୀଶ ପୁନିଆ । ଚର୍ଚ୍ଚା ହେଉଥିଲା ସତୀଶଙ୍କୁ ଏଥର ଦଳ ଟିକେଟ ଦେଇନପାରେ । କିନ୍ତୁ ସବୁ ଚର୍ଚ୍ଚାକୁ ଭୁଲ ପ୍ରମାଣିତ କରି ବିଜେପି ସତୀଶଙ୍କୁ ମଧ୍ୟ ମୈଦାନକୁ ଛାଡିଛି । ଏପରି ସ୍ଥିତିରେ ବିଜେପି କଣ ସଂକେତ ଦେବାକୁ ଚାହୁଁଛି ସ୍ପଷ୍ଟ ହୋଇନଥିଲେ ମଧ୍ୟ ରାଜସ୍ଥାନ ରାଜନୀତିରେ ନିର୍ବାଚନ ତାତି ବଢିବାରେ ଲାଗିଛି ।

ABOUT THE AUTHOR

...view details