ଓଡିଶା

odisha

ETV Bharat / bharat

ରାଜସ୍ଥାନରେ କଂଗ୍ରେସର ନିର୍ବାଚନୀ ଇସ୍ତାହାର, ହାତ ଦେଲା ଏହି ପ୍ରତିଶ୍ରୁତି

ଆସନ୍ତା 23 ତାରିଖରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ମଝିରେ ଆଉ ମାତ୍ର 2ଦିନ ବାକି ରହିଛି । ଏ ନେଇ ରାଜ୍ୟବାସୀଙ୍କ ପାଇଁ ପ୍ରତିଶ୍ରୁତି ପେଡି ଖୋଲିଛି କଂଗ୍ରେସ । ଅଧିକ ପଢନ୍ତୁ

Congress releases manifesto for Rajasthan Election
Rajasthan Assembly Election

By ETV Bharat Odisha Team

Published : Nov 22, 2023, 9:27 AM IST

ଜୟପୁର/ରାଜସ୍ଥାନ: ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନୀ ପାଇଁ ଆଉ ମଝିରେ 2ଦିନ ବାକି ରହିଛି । ଏହା ପୂର୍ବରୁ ରାଜ୍ୟବାସୀଙ୍କ ପାଇଁ ପ୍ରତିଶ୍ରୁତି ପେଡ଼ି ଖୋଲିଛି କଂଗ୍ରେସ । ନିର୍ବାଚନୀ ଇସ୍ତାହାର ଜାରି ରାଜ୍ୟବାସୀଙ୍କୁ 7 ପ୍ରତିଶ୍ରୁତି ଦେଇଛି ଦଳ । ଜୟପୁରସ୍ଥିତ ଦଳୀୟ କାର୍ଯ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜନ ଖଡଗେଙ୍କ ହାତରେ ଇସ୍ତାହାର ଜାରି ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, କଂଗ୍ରେସ ନେତା ସଚିନ ପାଇଲଟ ପ୍ରମୁଖ ଉପସ୍ଥିତ ଥିଲେ ।

ରାଜସ୍ଥାନକୁ କଂଗ୍ରେସର 7 ଗ୍ୟାରେଣ୍ଚି: ନିର୍ବାଚନୀ ଇସ୍ତାହାରରେ ଯୁବଗୋଷ୍ଠୀ, ମହିଳା, ଚାଷୀ ସମାଜର ସବୁ ବର୍ଗଙ୍କୁ ଗୁରୁତ୍ବ ଦେଇଛି ଦଳ । ରାଜ୍ୟରେ ପୁଣ ଥରେ କ୍ଷମତା ଆସିଲେ 10 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଜାତିଗତ ଜନଗଣନା ହେବ । ମୁଖ୍ୟମନ୍ତ୍ରୀ ନିଶୁକ୍ଳ ଚିରଞ୍ଜିବୀ ସ୍ବାସ୍ଥ୍ୟ ବୀମା ଯୋଜନା ରାଶିକୁ 25 ଲକ୍ଷରୁ 50 ଲକ୍ଷ ବୃଦ୍ଧି କରାଯିବ । ଚାଷୀଙ୍କୁ ବିନା ସୁଧରେ 2 ଲକ୍ଷ ଟଙ୍କା ଯାଏ ଋଣ ପ୍ରଦାନ କରାଯିବ । ବିପିଏଲ ଏବଂ ଉଜ୍ବଳା ଗ୍ୟାସ ସଂଯୋଗ ଥିବା ପରିବାରକୁ 400 ଟଙ୍କାରେ ଗ୍ୟାସ ସିଲିଣ୍ଡର ମିଲିବ । ସରକାରୀ କର୍ମଚାରୀଙ୍କୁ ଚତୁର୍ଥ ବେତନ ସ୍କେଲ୍‌ ସିରିଜ ଦିଆଯିବ । ଗୋବର କେଜି 2 ଟଙ୍କା ଦରରରେ ସରକାର କିଣିବେ ବୋଲି କଂଗ୍ରେସ ପକ୍ଷରୁ ନର୍ବାଚନୀ ଇସ୍ତାହାରରେ କୁହାଯାଇଛି ।

ନିର୍ବାଚନୀ ଇସ୍ତାହାର ଜାରି କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଯୋଗ ଦେଇ କହିଛନ୍ତି, '' ରାଜସ୍ଥାନରେ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛୁ କରିବୁ ମଧ୍ୟ । 90 ପ୍ରତିଶତ ପ୍ରତିଶ୍ରୁତି ପୂରଣ କରିଛୁ । ଯଦି ଏକ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିର 90% ପୂରଣ ହୋଇଛି ତେବେ ତାହା ରାଜସ୍ଥାନ ଓ କଂଗ୍ରେସ ଦଳ ପାଇଁ ଏକ ବଡ଼ ସଫଳତା ।''

ନିର୍ବାଚନୀ ଇସ୍ତାହାର ଜାରି କରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି,''ରାଜସ୍ଥାନରେ ଯେଉଁଭଳି ଭାବେ ଆମେ ଆର୍ଥିକ ସ୍ଥିତି ସମ୍ବାଳିଛୁ ତାକୁ ନେଇ ଲୋକ ଗର୍ବ ଅନୁଭବ କରୁଥିବେ । 5 ବର୍ଷର ଅର୍ଥିକ ସ୍ଥିତି କଥା କହିଲେ ରାଜ୍ୟରେ ମୁଣ୍ଡ ପିଛା ଆୟ 46.48 ପ୍ରତିଶତ ବୃଦ୍ଧି ହୋଇଛି । 2017-18ରେ ମୁଣ୍ଡପିଛା ଆୟ ତୁଳନାରେ 30ତମ ସ୍ଥାନରେ ରହିଥିଲୁ । ଏବେ 12ତମ ସ୍ଥାନରେ ପହଞ୍ଚିଛୁ । 2030 ସୁଦ୍ଧା ମୁଣ୍ଡପିଛା ଆୟରେ ଆମେ ଏକ ନମ୍ବରରେ ରହିବୁ ଏହା ଆମ ସ୍ବପ୍ନ । ରାଜ୍ୟ ଜିଡିପି 19.50ରେ ପହଞ୍ଚିଛି ଯାହା ଦଶନ୍ଧିରେ ସର୍ବାଧିକ ।''

କଂଗ୍ରେସ ନେତା ସଚିନ ପାଇଲଟ କହିଛନ୍ତି, ବହୁତ ଭଲ ଘୋଷଣାନାମା ରହିଛି । ସବୁ ବର୍ଗର ଲୋକଙ୍କୁ ଧ୍ୟାନ ରଖି ଏହା କରାଯାଇଛି । କଂଗ୍ରେସର ଘୋଷଣା ଉପରେ ଜନତାଙ୍କ ବିଶ୍ବାସ ଅଛି । ଭାଜପାର ଘୋଷଣା ଉପରେ ଲୋକଙ୍କ ବିଶ୍ବାସ ଶେଷ ହୋଇଛି । ଆମକୁ ବହୁମତ ମିଳିବ । 30 ବର୍ଷରେ ଯାହା ହୋଇନାହିଁ ତାହା ଏଥର ହେବ । ପୁଣିଥରେ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ ।''

ଏହା ବି ପଢନ୍ତୁ...ନିର୍ବାଚନୀ ମଞ୍ଚରେ ବିଶ୍ବକପ ରାଜନୀତି: ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, ‘ପନୌତି ପାଇଁ ହାରିଲା ଇଣ୍ଡିଆ’

ଏହା ବି ପଢନ୍ତୁ...ସଠିକ ଆକାର ପାଇବା ପୂର୍ବରୁ ଗଭୀର ହେଉଛି ‘ଇଣ୍ଡିଆ’ ମେଣ୍ଟରେ ଫାଟ ! କଂଗ୍ରେସକୁ ଦାୟୀ କଲେ ସହଯୋଗୀ ଦଳ

ପ୍ରକାଶ ଥାଉ କି, ଦେଶରେ 5 ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଛି । ମିଜୋରାମ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ନିର୍ବାଚନ ଶେଷ ହୋଇଛି । ଆସନ୍ତା 25 ତାରିଖରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟରେ 200ଟି ଆସନରେ ମତଦାନ ହେବ । ଡିସେମ୍ବର 3 ତାରିଖରେ ସମସ୍ତ 5 ରାଜ୍ୟର ଭୋଟ ଫଳାଫଳ ପ୍ରକାଶ ପାଇବ ।

ABOUT THE AUTHOR

...view details