ନୂଅଦେିଲ୍ଲୀ: କୋରୋନା ସଂକ୍ରମଣ ମଧ୍ୟରେ ରେଳବାଇ ଯାତ୍ରୀମାନଙ୍କ ସୁବିଧା ପାଇଁ ବହୁ ସଂଖ୍ୟକ ସଂରକ୍ଷିତ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି । ତେବେ ଆଜିଠାରୁ ଭାରତୀୟ ରେଳବାଇ ପକ୍ଷରୁ ୭୧ଟି ଅଣ ସଂରକ୍ଷିତ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଏହି ଟ୍ରେନଗୁଡିକ ବାରଣାସୀ-ସୁଲତାନପୁର,ଅମୃତସର-ପଠାନକୋଟ୍, ଜଳନ୍ଦର ସିଟି-ପଠାନକୋଟ୍, ଫିରୋଜପୁର-ଲୁଧିଆନା, ଭଟିଣ୍ଡା-ଫିରୋଜପୁର, ଦିଲ୍ଲୀ-ରୋହତକ ଓ ଦିଲ୍ଲୀ-ପାନିପଥ ମଧ୍ୟରେ ଚଳାଚଳ କରିବ । ଉତ୍ତର ରେଳବାଇ ପକ୍ଷରୁ ଏହି ଟ୍ରେନଗୁଡିକ ଚଳାଚଳ କରାଯାଉଛି ।
ଆଜିଠୁ ଚାଲିବ ୭୧ଟି ଅଣ ସଂରକ୍ଷିତ ଟ୍ରେନ
ଆଜିଠାରୁ ଭାରତୀୟ ରେଳବାଇ ପକ୍ଷରୁ ୭୧ଟି ଅଣ ସଂରକ୍ଷିତ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । କୋରୋନା ସଂକ୍ରମଣ ମଧ୍ୟରେ ରେଳବାଇ ଯାତ୍ରୀମାନଙ୍କ ସୁବିଧା ପାଇଁ ବହୁ ସଂଖ୍ୟକ ସଂରକ୍ଷିତ ଟ୍ରେନ ଚଳାଚଳ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...
ଭାରତୀୟ ରେଳବାଇ ପକ୍ଷରୁ ଆଜିଠୁ ୭୧ଟି ଅଣ ସଂରକ୍ଷିତ ଟ୍ରେନ ଚଳାଚଳ ଆରମ୍ଭ
ଏହି ଟ୍ରେନଗୁଡିକ ଯାତ୍ରୀମାନଙ୍କ ଆରାମଦାୟକ ଓ ନିରାପଦ ଯାତ୍ରାକୁ ସୁନିଶ୍ଚିତ କରିବ ବୋଲି ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି । କୋଭିଡ କାରଣରୁ ସଂରକ୍ଷିତ ଟ୍ରେନ୍, ସ୍ବତନ୍ତ୍ର ଟ୍ରେନ୍ ନାମରେ ଚାଲିବ | ଯଦିଓ ଏହି ଟ୍ରେନଗୁଡିକର ଭଡା ଯାତ୍ରୀବାହୀ ଟ୍ରେନ୍ ଭଳି ଶସ୍ତା ହେବ ନାହିଁ ବରଂ ମେଲ୍ ଏବଂ ଏକ୍ସପ୍ରେସ ଟ୍ରେନ୍ ଭଡ଼ା ସହିତ ସମାନ ହେବ |