କୋଲକାତା:ଦୂରରୁ ଦେଖିଲେ ଲାଗିବ ଅବିକଳ ଟ୍ରେନ । ଗୋଟିଏ ଗୋଟିଏ ବଗି ଟ୍ରେନ ଭଳି ଝରକା ସବୁ ରହିଛି । ହେଲେ ଭିତରର ଦୃଶ୍ୟ କିଛି ଅଲଗା । ଟ୍ରେନର ଭ୍ରମ ସୃଷ୍ଟି କରୁଥିବା ସ୍ଥାନଟି ଏକ ରେସ୍ତୋରାଁ । ଟେବୁଲ ପଡିଛି ଓ ସେଫ୍ ବି ରହିଛନ୍ତି । ଆଉ ଭିତରେ ମିଳୁଛି ମନ ପସନ୍ଦର ଖାଇବା । ଦାମ ବି ବେଶି ନୁହେଁ । ଉପଯୁକ୍ତ ଦାମ ରହିଛି । ରେସ୍ତୋରାଁରେ ପରିଣତ ହୋଇଛି ରେଳ କୋଚ । ପଶ୍ଚିମ ବଙ୍ଗ ଉତ୍ତର-ପୂର୍ବ ସୀମା ରେଳ ସିଲିଗୁଡି ନୂଆ ଜଲପାଲିଗୁଡି ଷ୍ଟେସନରେ ପର୍ଯ୍ୟଟକଙ୍କ ପାଇଁ ଏହି ରେସ୍ତୋରାଁର ଶୁଭାରମ୍ଭ ହୋଇଛି । ରେଳ ବଗିକୁ ରେସ୍ତୋରାଁର ରୂପ ଦିଆଯାଇଛି । ଯେଉଁଠି ପର୍ଯ୍ୟଟକମାନେ ଆସି ବେଶ୍ ଖୁସ ଥିବା କହିଛନ୍ତି ।
ଉତ୍ତର-ପୂର୍ବ ରେଳପଥ ଦ୍ବାରା ଏପରି ଅନ୍ୟନ୍ୟ ଉଦ୍ଭାବନ ହୋଇଛି । ପ୍ରଥମରୁ ଦେଖିଲେ ଲାଗିବ ଷ୍ଟେସନରେ ଟ୍ରେନ ଛି଼ଡାହୋଇଛି । ମାତ୍ର କୋଚ ଭିତରକୁ ଯିବା ମାତ୍ରେ ଏକ ଏୟାର କଣ୍ଡିସନର ରେସ୍ତୋରାଁ ଦେଖିବାକୁ ମିଳିବ । ଯେଉଁଠି ଭଳିକି ଭଳି ଖାଦ୍ୟ ପରସା ଯାଉଛି । ଆମିଷ ନିରାମିଷଠୁ ନେଇ ସାଉଥ ଇଣ୍ଡିଆନ ଓ ଚାଇନିଜରୁ ସବୁ ପ୍ରକାର ଖାଦ୍ୟ ମିଳୁଛି । ଥଣ୍ଡା ପାନୀୟ ମଧ୍ୟ ମିଳୁଛି । ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ଖାଦ୍ୟ ସାମଗ୍ରୀ ପରସି ଦେଉଛନ୍ତି ସେଫ୍ । ପ୍ରଥମ ଥର ପାଇଁ ରେଳ କର୍ତୃପକ୍ଷଙ୍କ ପକ୍ଷରୁ ଏପରି ରେଳ କୋଚକୁ ରେସ୍ତୋରାଁରେ ପରିଣତ କରାଯାଇଛି । ବର୍ତ୍ତମାନ ଏହି କୋଚ ରେସ୍ତୋରାଁ କେବଳ ନୂଆ ଜଲପାଲିଗୁଡି ଷ୍ଟେସନରେ ରହିଛି । ଆଗାମୀ ଦିନରେ ଏହିପରି ରେସ୍ତୋରାଁ ସୁକନା, ତିନଧାରିଆସ କୁରସୋଙ୍ଗ ଏବଂ ଦାର୍ଜିଲିଙ୍ଗରେ ଆରମ୍ଭ ହେବାକୁ ଯାଉଛି । ପର୍ଯ୍ୟଟକ ମାନେ ଟଏ ଟ୍ରେନ ଭଳି ଖାଦ୍ୟ ଖାଇପାରିବେ ।