ଓଡିଶା

odisha

ETV Bharat / bharat

ଜରୁରୀକାଳୀନ ଲାଗୁ ଥିଲା ଭୁଲ ନିଷ୍ପତ୍ତି, ଦଳରେ ଗଣତନ୍ତ୍ର ଆବଶ୍ୟକ: ରାହୁଲ - ରାହୁଲ ଗାନ୍ଧୀ ବୟାନ

1975 ମସିହାର ଜରୁରୀକାଳୀନ ସ୍ଥିତି ଲାଗୁ କରିବାର ନିଷ୍ପତ୍ତି ଭୁଲ ଥିଲା ବୋଲି ସ୍ବୀକାର କରିଛନ୍ତି ରାହୁଲ । କେବଳ ଏତିକି ନୁହେଁ, କଂଗ୍ରେସରେ ଏବେ ଗଣତନ୍ତ୍ର ଆଣିବାର ଆବଶ୍ୟକତା ଥିବା କହିଛନ୍ତି ରାହୁଲ । ଅଧିକ ପଢନ୍ତୁ...

ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲଙ୍କ ବଡ ବୟାନ, '1975 ଜରୁରୀ କାଳୀନ ଲାଗୁ ଥିଲା ଭୁଲ ନିଷ୍ପତ୍ତି'
ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲଙ୍କ ବଡ ବୟାନ, '1975 ଜରୁରୀ କାଳୀନ ଲାଗୁ ଥିଲା ଭୁଲ ନିଷ୍ପତ୍ତି'

By

Published : Mar 2, 2021, 10:47 PM IST

ନୂଆଦିଲ୍ଲୀ:ଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ତଥା କଂଗ୍ରେସରେ ନେତୃତ୍ବ ସଙ୍କଟ ମଧ୍ୟରେ ବଡ ବୟାନ ଦେଇଛନ୍ତି ରାହୁଲ ଗାନ୍ଧୀ । 1975 ମସିହାର ଜରୁରୀକାଳୀନ ସ୍ଥିତି ଲାଗୁ କରିବାର ନିଷ୍ପତ୍ତି ଭୁଲ ଥିଲା ବୋଲି ସ୍ବୀକାର କରିଛନ୍ତି ରାହୁଲ । କେବଳ ଏତିକି ନୁହେଁ, କଂଗ୍ରେସରେ ଏବେ ଗଣତନ୍ତ୍ର ଆଣିବାର ଆବଶ୍ୟକତା ଥିବା କହିଛନ୍ତି ରାହୁଲ ।

ମଙ୍ଗଳବାର ପ୍ରତିଷ୍ଠିତ କର୍ଣ୍ଣେଲ ୟୁନିଭର୍ସିଟିର ଏକ ଭର୍ଚୁଆଲ ପ୍ରୋଗ୍ରାମରେ ଯୋଡି ହୋଇ ଗଣତନ୍ତ୍ର ଓ ବିକାଶ ବିଷୟରେ ଉତ୍ତର ରଖିଛନ୍ତି ରାହୁଲ । ପ୍ରଫେସର କୌଶିକ ବସୁଙ୍କ ସହ ଆଲୋଚନା କରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଜରୁରୀକାଳୀନ ସ୍ଥିତି ଲାଗୁ କରିବା ସହିତ ବର୍ତ୍ତମାନର ରାଜନୈତିକ ସ୍ଥିତି ସମ୍ପର୍କରେ ନିଜ ମତ ରଖିଛନ୍ତି ରାହୁଲ ଗାନ୍ଧୀ ।

1975ରେ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଲଗାଯାଇଥିବା ଜରୁରୀକାଳୀନ ସ୍ଥିତି ପ୍ରଶ୍ନ ଉପରେ ରାହୁଲ କହିଛନ୍ତି, ଏହା ଭୁଲ ନିଷ୍ପତ୍ତି ଥିଲା ହେଲେ ସେବେ ଯାହା ହେଲା ଆଜି ମଧ୍ୟ ତାହା ହେଉଛି ସେଥିରେ ପାର୍ଥ୍ୟକ ରହିଛି । ନିଜ ଭୁଲ ମାନିବା ସାହସର କାମ ବୋଲି କହିଛନ୍ତି ରାହୁଲ ।

ରାହୁଲ କହିଛନ୍ତି, ଆମକୁ ସଂସଦରେ କହିବା ପାଇଁ ଅନୁମତି ନାହିଁ । ନ୍ୟାୟପାଳିକାଙ୍କ ପାଖିରୁ କୌଣସି ଆଶା ନାହିଁ । ଆରଏସଏସ ଓ ବିଜେପି ପାଖରେ ପ୍ରଚୁର ଆର୍ଥିକ ଶକ୍ତି ରହିଛି । ଗଣତନ୍ତ୍ର ଉପରେ ଏହା ଜାଣିଶୁଣି ଆକ୍ରମଣ ବୋଲି କହିଛନ୍ତି କଂଗ୍ରେସ ନେତା ।

ୱାୟନାଡ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, ଏକ ଦଶନ୍ଧି ଧରି କଂଗ୍ରେସରେ ଆନ୍ତରୀଣ ଗଣତନ୍ତ୍ର ପକ୍ଷଧର ରହିଛି । ମୁଁ ଯବ ଓ ଛାତ୍ର ସଙ୍ଗଠନରେ ନିର୍ବାଚନକୁ ପ୍ରୋତ୍ସାହିତ କରିଛି । ମୁଁ ପ୍ରଥମ ବ୍ୟକ୍ତି ଯିଏ ଦଳରେ ଗଣତାନ୍ତ୍ରିକ ନିର୍ବାଚନକୁ ଗୁରୁତ୍ବପୂର୍ଣ୍ଣ ମାନିଛି । ଆମ ପାଇଁ କଂଗ୍ରେସର ମାନେ ହେଉଛି ସ୍ବତନ୍ତ୍ରତା ପାଇଁ ଲଢିଥିବା ସଂସ୍ଥା, ଯିଏ ଭାରତକୁ ସମ୍ବିଧାନ ଦେଇଛି । ଆମ ପାଇଁ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ପ୍ରକ୍ରିୟା ବଜାୟ ରଖିବାର ଆବଶ୍ୟକତା ରହିଛି ।

ରାହୁଲଙ୍କ ବୟାନ ଏପରି ସମୟରେ ଆସିଛି ଯେବେ ନେତୃତ୍ବ ସଙ୍କଟକୁ ନେଇ ଦଳରେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି । କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ ଖୋଲାଖୋଲି ଭାବେ ଗାନ୍ଧୀ ପରିବାରକୁ ଉପଦେଶ ଦେବାରେ ଲାଗିଛନ୍ତି । ଏଭଳି ସମୟରେ ରାହୁଲଙ୍କ ମନ୍ତବ୍ୟ ବିଦ୍ରୋହୀ ନେତାଙ୍କୁ ଚେତାବନୀ କୁହାଯାଇପାରେ ।

ABOUT THE AUTHOR

...view details