ଓଡିଶା

odisha

ETV Bharat / bharat

ଲିଙ୍ଗାୟତ ମଠରେ ଦୀକ୍ଷା ନେଲେ ରାହୁଲ: ପୂଜକ କହିଲେ ହେବେ ପ୍ରଧାନମନ୍ତ୍ରୀ, ମନ୍ତବ୍ୟରେ ହସ୍ତକ୍ଷେପ କଲେ ମଠାଧୀଶ - ରାହୁଲ ଗାନ୍ଧୀଙ୍କ କର୍ଣ୍ଣାଟକ ଗସ୍ତ

କର୍ଣ୍ଣାଟକରେ ଲିଙ୍ଗାୟତ ସମ୍ପ୍ରଦାୟର ଏକ ମଠରେ ଦୀକ୍ଷା ନେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜଣେ ମହନ୍ତ କହିଲେ ରାହୁଲ ହେବେ ପ୍ରଧାନମନ୍ତ୍ରୀ । ମୁଖ୍ୟ ମଠାଧୀଶ କହିଲେ ଲୋକମାନେ ହିଁ ନିଷ୍ପତ୍ତି ନେବେ । ଅଧିକ ପଢନ୍ତୁ

କର୍ଣ୍ଣାଟକ ଲିଙ୍ଗାୟତ ମଠରେ ରାହୁଲ, ମହନ୍ତ କହିଲେ ହେବେ ପ୍ରଧାନମନ୍ତ୍ରୀ
କର୍ଣ୍ଣାଟକ ଲିଙ୍ଗାୟତ ମଠରେ ରାହୁଲ, ମହନ୍ତ କହିଲେ ହେବେ ପ୍ରଧାନମନ୍ତ୍ରୀ

By

Published : Aug 3, 2022, 8:40 PM IST

ବେଙ୍ଗାଲୁରୁ:ଦେଶର ପ୍ରଧାନମନ୍ତ୍ରୀ ହେବେ ରାହୁଲ ଗାନ୍ଧୀ । ରାହୁଲଙ୍କୁ ନେଇ ଏପରି ଏକ ଭବିଷ୍ୟବାଣୀ କରିଛନ୍ତି କର୍ଣ୍ଣାଟକର ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ମଠର ମହନ୍ତ । ଆଜି (ବୁଧବାର) କର୍ଣ୍ଣାଟକର ଚିତ୍ରଦୁର୍ଗାଠାରେ ଏକ ପ୍ରସିଦ୍ଧ ଲିଙ୍ଗାୟତ ସମ୍ପ୍ରଦାୟର ମଠରେ ଦୀକ୍ଷା ଗ୍ରହଣ କରିଛନ୍ତି ରାହୁଲ ଗାନ୍ଧୀ । ଏହି ଅବସରରେ ମଠାଧୀଶ ଶିବମୂର୍ତ୍ତି ମୁରୁଗା ସରଣରୁ ସ୍ବାମୀ ରାହୁଲଙ୍କୁ ଲିଙ୍ଗାୟତ ଦୀକ୍ଷାରେ ଦୀକ୍ଷିତ କରିଛନ୍ତି । କାର୍ଯ୍ୟକ୍ରମ ଅବସରରେ ମଠର ଅନ୍ୟଜଣେ ମହନ୍ତ, ରାହୁଲଙ୍କୁ ଆର୍ଶୀବାଦ ଦେବା ବେଳେ ସେ ପ୍ରଧାନମନ୍ତ୍ରୀ ହେବା ନେଇ କହିଥିବା ଦେଖିବାକୁ ମିଳିଥିଲା। ତେବେ ମୁଖ୍ୟ ମଠାଧୀଶ କିନ୍ତୁ ଏପରି ଟିପ୍ପଣୀକୁ ନେଇ ଭିନ୍ନ ବାଖ୍ୟା କରିଥିବା ଦେଖିବାକୁ ମିଳିଥିଲା ।

ମଠାଧୀଶଙ୍କ ଦ୍ବାରା ରାହୁଲ ଦୀକ୍ଷିତ ହେବା ପରେ ମଠର ଅନ୍ୟ ଜଣେ ମହନ୍ତ ହାଭେରୀ ହୋସାମତ୍ତ ସ୍ବାମୀ (Haveri Hosamutt Swami ) ରାହୁଲଙ୍କୁ ଆଶୀର୍ବାଦ କରିବା ସହ ଏପରି ଟିପ୍ପଣୀ କରିଥିଲେ । ହୋସାମତ୍ତ ସ୍ବାମୀ କହିଥିଲେ ‘‘ରାହୁଲଙ୍କ ଜେଜେ ମା’ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ପିତା ରାଜୀବ ଗାନ୍ଧୀ ମଧ୍ୟ ଏହି ମଠ ସହ ଜଡିତ ହୋଇ ଦୀକ୍ଷିତ ହୋଇଥିଲେ । ଏବେ ରାହୁଲ ମଧ୍ୟ ଦୀକ୍ଷିତ ହୋଇଛନ୍ତି । ତେଣୁ ସେ ଦିନେ ମଧ୍ୟ ନିଶ୍ଚୟ ପ୍ରଧାନମନ୍ତ୍ରୀ ହେବେ ।’’ ତେବେ ଏପରି ଟିପ୍ପଣୀରେ ହସ୍ତକ୍ଷେପ କରିଥିଲେ ମଠର ମୁଖ୍ୟ ମଠାଧୀଶ ଶିବମୂର୍ତ୍ତି ମୁରୁଗା । ସେ କହିଥଲେ ‘‘ଏମିତି କହିବା ଉଚିତ ନୁହେଁ, ଏହା ପ୍ରକୃତ ସମୟ ନୁହେଁ ବରଂ ଲୋକେ ତାହା ସ୍ଥିର କରିବେ ।’’

ତେବେ କର୍ଣ୍ଣାଟକ ରାଜନୀତିରେ ଲିଙ୍ଗାୟତ ସମ୍ପ୍ରଦାୟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟ ଜନସଂଖ୍ୟାର ମୋଟ 17 ପ୍ରତିଶତ ହେଉଛନ୍ତି ଲିଙ୍ଗାୟତ ସମ୍ପ୍ରଦାୟ । ତେବେ ଏହି ସମ୍ପ୍ରଦାୟ ପାରମ୍ପାରିକ ଭାବେ ଭାରତୀୟ ଜନତା ପାର୍ଟିର ଭୋଟ ଭାବେ ରହି ଆସିଥିବା ବେଳେ ଏହି ଏବେ କଂଗ୍ରେସ ମଧ୍ୟ ସମାନଙ୍କ ସମର୍ଥନ ହାତେଇବା ନେଇ ମିଶନ ଆରମ୍ଭ କରିଛି । ଆସନ୍ତାବର୍ଷ (2023) ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏପରି ସ୍ଥିତିରେ ଲିଙ୍ଗାୟତ ସମ୍ପ୍ରଦାୟକୁ ବିଜେପି ଠାରୁ ଛଡାଇ ପକେଟକୁ ଆଣିବାକୁ ପ୍ରଚେଷ୍ଟା ମଧ୍ୟରେ ରାହୁଲଙ୍କ ଲିଙ୍ଗାୟତ ସମ୍ପ୍ରଦାୟ ଦୀକ୍ଷା ଗ୍ରହଣ ଦଳକୁ କେତେ ଲାଭାନ୍ବିତ କରୁଛି, ତାହା ଦେଖିବାକୁ ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details