ଓଡିଶା

odisha

ETV Bharat / bharat

ଟୀକାକରଣ ପାଇଁ ସ୍ବର ଉତ୍ତୋଳନ କରିବାକୁ ରାହୁଲଙ୍କ ଆହ୍ବାନ

ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ସମସ୍ତେ ମୁହଁ ଖୋଲିବାକୁ ଦେଶବାସୀଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ...

ଟିକାକରଣ ପାଇଁ ସ୍ବର ଉତ୍ତୋଳନ କରିବାକୁ ଜନତାଙ୍କୁ ରାହୁଲଙ୍କ ଆହ୍ବାନ
ଟିକାକରଣ ପାଇଁ ସ୍ବର ଉତ୍ତୋଳନ କରିବାକୁ ଜନତାଙ୍କୁ ରାହୁଲଙ୍କ ଆହ୍ବାନ

By

Published : Apr 12, 2021, 1:18 PM IST

ନୂଆଦିଲ୍ଲୀ:ଦେଶରେ ଦିନକୁ ଦିନ ଅଣାୟତ୍ତ ହେବାକୁ ଲାଗିଛି କୋରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ବର୍ତ୍ତମାନ ଲକ୍ଷେ ଉପରେ ରହୁଥିବା ବେଳେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତେବେ ଟୀକାକରଣ ପାଇଁ ସମସ୍ତେ ମୁହଁ ଖୋଲନ୍ତୁ ବୋଲି ରାହୁଲ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ।

ଆମ ଦେଶ ଭାରତକୁ କୋରୋନା ବିରୋଧରେ ଲଢିବା ପାଇଁ ଟିକା ନେବା ନିହାତି ଆବଶ୍ୟକ । ପ୍ରତ୍ୟେକ ବ୍ୟକ୍ତିକୁ ଏକ ସୁରକ୍ଷିତ ଜୀବନ ବଞ୍ଚିବାର ଅଧିକାର ଅଛି । ଏଣୁ ସମସ୍ତେ ଟୀକାକରଣ ପାଇଁ ମୁହଁ ଖୋଲିବା ଉଚିତ ବୋଲି ସେ ନିଜ ଟ୍ବିଟ ଯୋଗେ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ସମସ୍ତ ଦେଶବାସୀଙ୍କୁ କମ ସମୟ ମଧ୍ୟରେ ଟିକା ଯୋଗାଇବା ପାଇଁ ରାହୁଲ ସାମାଜିକ ଗଣମାଧ୍ୟମରେ ଏକ ଭିଡିଏ ସେୟାର କରି କେନ୍ଦ୍ର ସରକାରଙ୍କୁ କହିଛନ୍ତି । ଏହାସହିତ ଅନ୍ୟ ଦେଶକୁ କୋଭିଡ ଟିକା ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସେ ଦାବି କରିଛନ୍ତି ।

ଅନ୍ୟପଟେ ଟୀକାକରଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସସୀମା ନ ରଖି ସବୁ ବର୍ଗର ଲୋକଙ୍କୁ ଟିକା ଯୋଗାଇବା ପାଇଁ ଅନ୍ୟ ରାଜନୈତିକ ଦଳର ନେତାମାନଙ୍କ ସହ ଆପ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ଦେଶରେ କୋରୋନା ସଂକ୍ରମଣର ବୃଦ୍ଧି ଘଟିଥିଲେ ମଧ୍ୟ କେନ୍ଦ୍ର ସରକାର ଅନ୍ୟ ରାଷ୍ଟ୍ରକୁ ଟିକା ରପ୍ତାନୀ କରୁଛନ୍ତି । ତେବେ ବର୍ତ୍ତମାନ ଦେଶରେ କୋଭିଡ ସ୍ଥିତି ଦେଖି ସରକାର ସବୁ ବୟସର ଲୋକଙ୍କୁ ଟିକା ଯୋଗାନ୍ତୁ ବୋଲି ରାହୁଲ କହିଛନ୍ତି ।

ଏହାରି ମଧ୍ୟରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1 ଲକ୍ଷ 68 ହଜାର 912 ଜଣ କୋଭିଡ ଆକ୍ରାନ୍ତ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 35 ଲକ୍ଷ 27 ହଜାର 717ରେ ପହଞ୍ଚିଛି । ସେପଟେ ଦେଶରେ ଗତ ରବିବାରଠାରୁ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଟିକା ଉତ୍ସବକୁ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ଏପ୍ରିଲ 2 ତାରିଖଠାରୁ ଦେଶରେ 45 ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି ।

@ANI

ABOUT THE AUTHOR

...view details