ଓଡିଶା

odisha

ETV Bharat / bharat

କେରଳବାସୀଙ୍କୁ କୋଭିଡ ଗାଇଡଲାଇନ ମାନିବାକୁ ଅନୁରୋଧ କଲେ ରାହୁଲ - କେରଳ

ସଂକ୍ରମଣରେ ରୋକ ଲଗାଇବା ପାଇଁ କେରଳବାସୀଙ୍କୁ କୋରୋନା କଟକଣା ମାନିବାକୁ ଅନୁରୋଧ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

covid guideline ମାନିବାକୁ କେରଳବାସୀଙ୍କୁ ଅନୁରୋଧ କଲେ ରାହୁଲ
covid guideline ମାନିବାକୁ କେରଳବାସୀଙ୍କୁ ଅନୁରୋଧ କଲେ ରାହୁଲ

By

Published : Jul 30, 2021, 12:38 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ପୁରା ଦେଶରେ କାୟା ବିସ୍ତାର କରିଛି । ଲକଡାଉନ, ସଟଡାଉନ କଟକଣା ଯୋଗୁଁ ଧିରେ ଧିରେ ସ୍ଥିତିରେ ସୁଧାର ଆସିବା ସହ ମୃତ ସଂଖ୍ୟା ମଧ୍ୟ କମୁଥିବାର ନଜିର ରହିଛି । ଦେଶରେ ଅଧିକାଂଶ ରାଜ୍ୟରେ ସଂକ୍ରମଣ କମ ଥିବାବେଳେ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି ।

ସଂକ୍ରମଣରେ ରୋକ ଲଗାଇବା ପାଇଁ କେରଳବାସୀଙ୍କୁ କୋରୋନା କଟକଣା ମାନିବାକୁ ଅନୁରୋଧ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଟୁଇଟ ଜରିଆରେ ସେ କହିଛନ୍ତି ଯେ, କେରଳରେ ବଢୁଥିବା କୋଭିଡ ମାମଲା ଚିନ୍ତାଜନକ ଏବଂ ରାଜ୍ୟର ଭାଇ ଓ ଭଉଣୀମାନଙ୍କୁ କୋରୋନା କଟକଣା ପାଳନ କରିବାକୁ ଅନୁରୋଧ କରିଛନ୍ତି ରାହୁଲ ।

ରାଜ୍ୟ ଗୁରୁବାର ଦିନ 22,064 ନୂଆ କୋଭିଡ ମାମଲା ଚିହ୍ନଟ ହୋଇଛି । ଏହାର ପରୀକ୍ଷଣ ପଜିଟିଭିଟି ହାର 13.53 ପ୍ରତିଶତକୁ ବୃଦ୍ଧି ପାଇଛି । ରାଜ୍ୟ ସରକାର ଜୁଲାଇ 31 ଏବଂ ଅଗଷ୍ଟ 1ରେ ସମ୍ପୂର୍ଣ୍ଣ ତାଲା କରିବାକୁ ଘୋଷଣା କରିଛନ୍ତି । ବଢୁଥିବା ମାମଲା ନେଇ କେନ୍ଦ୍ର ସରକାର ଏକ ୬ ଜଣିଆ କେନ୍ଦ୍ରୀୟ ଦଳକୁ ରାଜ୍ୟକୁ ପଠାଇବାକୁ କହିଛନ୍ତି। ସେପଟେ, ରାଜ୍ୟରେ 1,50,040 ସକ୍ରିୟ ମାମଲା ରହିଥିବା ବେଳେ 31,60,804 ଲୋକେ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ 16,457କୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

@ ANI

ABOUT THE AUTHOR

...view details