ଓଡିଶା

odisha

By ETV Bharat Odisha Team

Published : Aug 25, 2023, 3:15 PM IST

ETV Bharat / bharat

କାର୍ଗିଲରୁ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ: କହିଲେ ଭାରତର ଜାଗା ଅକ୍ତିଆର କରିଛି ଚୀନ, ମିଛ କହୁଛନ୍ତି ପ୍ରଧାନମନ୍ତ୍ରୀ

କାର୍ଗିଲରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଟାକ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଚୀନ ଭାରତ ଜାଗା ଅକ୍ତିଆର କରିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ରାହୁଲ । ଅଧିକ ପଢନ୍ତୁ

କାର୍ଗିଲରୁ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ
Rahul gandhi targets pm modi from kargil

କାର୍ଗିଲ: ପୁଣି ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କାର୍ଗିଲରୁ ପୁଣି ପିଏମ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ଦେଶରେ ବିଜେପି ଓ ଆରଏସଏସ ଘୃଣା ଓ ହିଂସା ସୃଷ୍ଟି କରିଛି । ଏହା ସ୍ପଷ୍ଟ ଯେ ଚୀନ ସୀମା ଅତିକ୍ରମ କରି ଭାରତର ଜାଗା ଅକ୍ତିଆର କରିଛି ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

କାର୍ଗିଲରୁ ପିଏମ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି,"ଲଦ୍ଦାଖ ଏକ ଷ୍ଟ୍ରାଟିଜିକ୍‌ ସ୍ଥାନ । ଗୋଟିଏ କଥା ସମ୍ପୂର୍ଣ୍ଣ ସ୍ପଷ୍ଟ ଚୀନ ଭାରତର ଅନେକ ଅଞ୍ଚଳ ପାଖାପାଖି 1000 କିମି ଜାଗା ଅକ୍ତିଆର କରିଛି । ମାତ୍ର ଏହା ଅତ୍ୟନ୍ତ ଦୁଃଖର ବିଷୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳ ବୈଠକରେ ଚୀନ ଭାରତର ଇଞ୍ଚେ ବି ଜାଗା ନେଇ ନାହିଁ ବୋଲି କହିଥିଲେ, ଏହା ମିଛ । ଲଦ୍ଦାଖର ପ୍ରତ୍ୟେକ ବ୍ୟକ୍ତି ଜାଣନ୍ତି ଲଦ୍ଦାଖ ଜମି ହିନ୍ଦୁସ୍ଥାନଠୁ ଚୀନ ନେଇଛି । ପ୍ରଧାନମନ୍ତ୍ରୀ ସତ କହୁ ନାହାନ୍ତି ।"

ଏହା ବି ପଢନ୍ତୁ...ଲଦାଖରୁ କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ: ସୀମା ପାର କରିଛି ଚୀନ, ଏମିତି ଜବାବ ଦେଲା BJP

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆହୁରି କହିଛନ୍ତି,"କିଛି ମାସ ପୂର୍ବରୁ ଆମେ କନ୍ୟାକୁମାରୀଠୁ କାଶ୍ମୀରକୁ ଭାରତ ଯୋଡ ଯାତ୍ରା କରିଥିଲୁ । ଆମର ଲକ୍ଷ୍ୟ ଥିଲା ଦେଶରେ ବିଜେପି ଓ ଆରଏସଏସ ଯେଉଁ ହିଂସା ଓ ଘୃଣା ବିସ୍ତାର କରିଛନ୍ତି ତା ବିରୋଧରେ ସ୍ବର ଉଠାଇବା । ଦେଶରେ ଭାଇଚାରା ଓ ପ୍ରେମ ସ୍ଥାପନା ପାଇଁ ପ୍ରୟାସ କରିଥିଲୁ । ଘୃଣାର ବଜାରରେ ଆମେ ପ୍ରେମର ଦୋକାନ ଖୋଲିବାକୁ ଯାତ୍ରା କରିଥିଲୁ । ଯାତ୍ରା ସମୟରେ ଶୀତ ଯୋଗୁଁ ଲଦ୍ଦାଖ ଆସି ପାରି ନଥିଲୁ । ମୋ ହୃଦୟରେ ଏବେ ବି ଅଛି କି ଲଦ୍ଦାଖରେ ସେହି ଯାତ୍ରା କରିବା ଦରକାର । ପାଦରେ ନହେଲେ ବି ମୋଟର ସାଇକେଲରେ ଏହି ଯାତ୍ରା କରିଛି । ଲଦ୍ଦାଖର କୋଣ ଅନୁକୋଣରେ ଲୋକଙ୍କ ସହ କଥା ହୋଇଛି ।"

ଏହା ବି ପଢନ୍ତୁ...Congress CWC Board: ମହିଳାଙ୍କୁ ମିଳିଲା ଗୁରୁତ୍ବ ! କମିଟିରେ ସୋନିଆ, ପ୍ରିୟଙ୍କାଙ୍କ ସମେତ 15ନେତ୍ରୀ

ପ୍ରକାଶ ଥାଉ କି, ପୂର୍ବରୁ ଗତ ଅଗଷ୍ଟ 20 ତାରିଖରେ ଲଦାଖ ପାଙ୍ଗୋଙ୍ଗ ଦ୍ରଦ ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ 79ତମ ଜନ୍ମଜୟନ୍ତୀ ପାଳନ କରି ମୋଦି ସରକାରଙ୍କୁ ଆଟାକ କରିଥିଲେ । ଲଦାଖବାସୀ କହୁଛନ୍ତି ସୀମାକୁ ଧଶେଇ ପଶିଛି ଡ୍ରାଗନ ସେନା । ଚୀନ ସୀମା ଅତିକ୍ରମ କରିଛି । ସ୍ଥାନୀୟ ଲୋକ ଏହା କହୁଛନ୍ତି । ଭାରତର ଅନେକ ଅଞ୍ଚଳକୁ ଅକ୍ତିଆର କରି ସାରିଛି ଚୀନ ମାତ୍ର ପ୍ରଧାନମନ୍ତ୍ରୀ କହୁଛନ୍ତି ଲଦାଖରେ ଇଞ୍ଚେ ଜାଗା ନେଇନାହିଁ ଚୀନ ଲଦାଖରେ ଚୀନର ସେନା ସୀମା ଅତିକ୍ରମ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ କରି ଏହା କହିଥିଲେ ରାହୁଲ ।

ABOUT THE AUTHOR

...view details