ନୂଆଦିଲ୍ଲୀ: କୋରୋନା ଟିକାକୁ ନେଇ ପୁଣି ମୋଦି ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦେଶରେ ଟିକାର ଘୋର ଅଭାବ ପରିଲକ୍ଷିତ ହେଉଛି । ତେବେ ଜୁଲାଇ ମାସ ଆସି ସାରିଥିବା ବେଳେ ଟିକାର ଅଭାବକୁ ନେଇ ସେ ନିଜ ଟ୍ବିଟର ଆକାଉଣ୍ଟରେ ଏକ ପୋଷ୍ଟ କରି ମୋଦି ସରକାରକୁ ଟାର୍ଗେଟ କରିଛନ୍ତି ।
ରାହୁଲ ଏହି ପ୍ରସଙ୍ଗକୁ ନେଇ କରିଥିବା ଟ୍ବିଟରେ 'ହ୍ୟାସ ଟାଗ୍ ହ୍ବେୟାର ଆର ଦି ଭ୍ୟାକ୍ସିନ' ଲେଖିଛନ୍ତି । ଜୁଲାଇ ମାସ ଚାଲିଥିବା ବେଳେ ଦେଶରେ କେବେ ଟୀକାକରଣ ଶେଷ ହେବ ବୋଲି ସେ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମନ କି ବାତ କାର୍ଯ୍ୟକ୍ରମ'କୁ ନେଇ ମଧ୍ୟ ରାହୁଲ ଏକ ଟ୍ବିଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ଯେ ପ୍ରଥମତଃ ଦେଶର ସମସ୍ତ ନାଗରିକଙ୍କ ନିକଟରେ ଟିକା ପହଞ୍ଚାଅ । ଏହାପରେ ମନ କି ବାତ୍ କାର୍ଯ୍ୟକ୍ରମ କର ବୋଲି ସେ ମୋଦିଙ୍କୁ କହିଥିଲେ । ଏହି ପୋଷ୍ଟରେ ସେ 'ହ୍ୟାସ ଟାଗ୍ ଭ୍ୟାକ୍ସିନେଟ ଇଣ୍ଡିଆ'ର ବ୍ୟବହାର କରିଥିଲେ ।