ନୂଆଦିଲ୍ଲୀ: ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । ରାଫେଲ ଚୁକ୍ତି ଓ ଇନ୍ଧନ ମୂଲ୍ୟ ବୃଦ୍ଧି ନେଇ ଆଜି କେନ୍ଦ୍ରକୁ ଟାର୍ଗେଟ କରି ରାହୁଲ କହିଛନ୍ତି ଯେ ଯେଉଁ ମାନେ ସରକାରଙ୍କୁ ଏନେଇ ପ୍ରଶ୍ନ କରୁଛନ୍ତି ସେମାନେ ଜେଲରେ ଅଛନ୍ତି ।
ସେ ଟ୍ବିଟ କରି କହିଛନ୍ତି ଯେ ଶୂନ୍ୟସ୍ଥାନ ପୂରଣ କରନ୍ତୁ । ମିତ୍ରୋ ବାଲା ରାଫେଲ ହୈ, ଟ୍ୟାକ୍ସ ବସୁଲି -ମହଙ୍ଗା ତେଲ ହୈ, PSU-PSB କି ଅନ୍ଧି ସେଲ ହୈ, ସବାଲ କରୋ ତୋ ଜେଲ ହୈ, ମୋଦି ସରକାର----ହୈ । ରାଫେଲ ଓ ତୈଳଦର ମହଙ୍ଗା ନେଇ କେନ୍ଦ୍ରକୁ ଏପରି କଟାକ୍ଷ କରିଛନ୍ତି ରାହୁଲ ଗାନ୍ଧୀ । ଏହା ପୂର୍ବରୁ ଓ୍ବାଇନାଡ ସାଂସଦ କେନ୍ଦ୍ରକୁ ମଧ୍ୟ ନିନ୍ଦା କରିଥିଲେ ଏବଂ କହିଥିଲେ ଯେ ରାଫେଲ ଚୁକ୍ତିରେ ମିଳିତ ସଂସଦୀୟ କମିଟି ଯାଞ୍ଚ ପାଇଁ କେନ୍ଦ୍ର କାହିଁକି ପ୍ରସ୍ତୁତ ନୁହେଁ ବୋଲି ପ୍ରଶ୍ନ କରିଥିଲେ।