ନୂଆଦିଲ୍ଲୀ:ଜେରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଛାଡିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିବା ରାହୁଲ ପ୍ରାୟ 3 ଘଣ୍ଟାର ଜେରା ପରେ କାର୍ଯ୍ୟାଳୟରୁ ବାହାରିଛନ୍ତି ।
ନ୍ୟାସନାଲ ହେରାଲ୍ଡ ଆର୍ଥିକ ଠକେଇ ଅଭିଯୋଗରେ ହାଜର ହେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଥିଲା । ଉଭୟ ରାହୁଲ ଓ ମା’ ତଥା କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ହାଜର ପାଇଁ ସମନ ଥିଲା । ସୋନିଆ ଏବେ କୋରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।