ଓଡିଶା

odisha

ETV Bharat / bharat

ରାହୁଲଙ୍କ ‘ପନୌତି’ ମନ୍ତବ୍ୟ: 8 ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

Rahul Gandhi Remarks On PM Modi: ‘ପନୌତି’ ଓ ‘ପିକପକେଟ’ ଶବ୍ଦ ପ୍ରୟୋଗ କରିବା ମାମଲାରେ ବଢିଲା ରାହୁଲଙ୍କ ଅଡୁଆ । 8 ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ରାହୁଲଙ୍କ ‘ପନୌତି’ ମନ୍ତବ୍ୟ: 8 ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ
ରାହୁଲଙ୍କ ‘ପନୌତି’ ମନ୍ତବ୍ୟ: 8 ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

By ETV Bharat Odisha Team

Published : Dec 21, 2023, 6:07 PM IST

ନୂଆଦିଲ୍ଲୀ:କଂଗ୍ରେସ ସାଂସଦରାହୁଲ ଗାନ୍ଧୀଙ୍କ ପିଚ୍ଛା ଛାଡୁନି ବିବାଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିବା ଉଦ୍ଦେଶ୍ୟରେ ‘ପନୌତି’ ଓ ‘ପିକପକେଟ’ ପରି ଅପଶବ୍ଦ ପ୍ରୟୋଗ କରିବା ମାମଲାରେ ଏବେ ରାହୁଲଙ୍କ ଅଡୁଆ ବଢିଛି । 8 ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

ଅହମ୍ମଦାବାଦରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ ବିଶ୍ବକପ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହୋଇଥିଲେ । ତେବେ ଭାରତର ପରାଜୟ ସହ ପ୍ରଧାନମନ୍ତ୍ରୀଙ୍କ ମ୍ୟାଚ ଦେଖିବାକୁ ଯୋଡି ସମାଲୋଚନା କରିଥିଲେ କିଛି ବିରୋଧୀ । ନିଜେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏପରି କଟାକ୍ଷମୂଳକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ନିର୍ବାଚନୀ ସଭାମଞ୍ଚରେ ଏପରି କହିଥିଲେ ରାହୁଲ । ଯାହାକୁ ନେଇ ବିରୋଧୀ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ । ପରେ ଏହି ମାମଲା ନ୍ୟାୟାଳୟ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଥିଲା । ତେବେ ଏବେ 5 ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଏହି ମାମଲାରେ ରାହୁଲଙ୍କ ଅଡୁଆ ବଢିବାରେ ଲାଗିଛି । ମାମଲାରେ ନିର୍ବାଚନ କମିଶନ 8 ସପ୍ତାହ (ଦୁଇ ମାସ) ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ।

ଏହି ମାମଲାଟି ଭରତ ନାଗର ନାମକ ଜଣେ ଆଇନଜୀବୀଙ୍କ ଦ୍ବାରା ଦାଏର କରାଯାଇଥିଲା । ନିର୍ବାଚନ ସଭାରେ ଏଭଳି ମିଥ୍ୟା ଓ ଅପଶବ୍ଦ ବ୍ୟବହାରକୁ ରୋକିବା ପାଇଁ କୋର୍ଟ ନିର୍ଦ୍ଦେଶନାମା ଜାରି କରନ୍ତୁ ବୋଲି ଆବେଦନରେ ଦର୍ଶାଯାଇଛି । ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୋହନଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ଆଜି ଏହି ମାମଲାର ଶୁଣାଣି କରିଛନ୍ତି । ତେବେ ଏପରି ବିବୃତ୍ତି ବନ୍ଦ କରିବା ପାଇଁ ଆଇନ ଆଣିବା ସଂସଦର କାମ, କୋର୍ଟ ଏଥିରେ ହସ୍ତକ୍ଷେପ କରିବେ ନାହିଁ ବୋଲି ଖଣ୍ଡପୀଠ ଟିପ୍ପଣୀ କରିବା ସହ ରାହୁଲଙ୍କ ବିରୋଧରେ ନିର୍ବାଚନ ଆୟୋଗକୁ ଆଠ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ ।

ଏହା ମଧ୍ୟ ପଢନ୍ତୁ:- ପ୍ରଧାନମନ୍ତ୍ରୀଙ୍କୁ ‘ପନୌତି’ କହି ଅଡୁଆରେ ରାହୁଲ, ନୋଟିସ ଜାରି କଲା ନିର୍ବାଚନ ଆୟୋଗ

ସୂଚନା ଅନୁସାରେ, ରାଜସ୍ଥାନର ଜାଲୋରେ ଜିଲ୍ଲାରେ ଏକ ନିର୍ବାଚନୀ ସଭାରେ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ବେଳେ ଉପସ୍ଥିତ ଜନତା ପନୌତି... ପନୌତି ନାରା ଦେଇଥିଲେ । ତେବେ ରାହୁଲ ମଧ୍ୟ ଏହି ଶବ୍ଦକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାର କୌଣସି ଅବସର ଛାଡି ନଥିଲେ । କହିଥିଲେ, ‘‘ ଆମ ଖେଳାଳି ବିଶ୍ବକପ ଜିତି ଯାଇଥାଆନ୍ତେ, ମାତ୍ର ପନୌତି (ଅଶୁଭ ବ୍ୟକ୍ତି) ମ୍ୟାଚ୍‌ ହାରାଇ ଦେଲା । କିନ୍ତୁ ଟିଭି ଓ୍ବାଲା ଏକଥା କହିବେ ନାହିଁ । ମାତ୍ର ଜନତା ଜାଣିଛନ୍ତି ।’’ ଏହି କଟାକ୍ଷ ସହ ରାହୁଲ ପୁଣି ତାଙ୍କ ପୂର୍ବ ପ୍ରସଙ୍ଗକୁ ଫେରିଥିଲେ । ଏହା ପୂର୍ବରୁ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ପରୋକ୍ଷରେ ଟାର୍ଗେଟ କରି ପକେଟ ମାର ପିକପକେଟ ବୋଲି କହିଥିବା ଅଭିଯୋଗ ହୋଇଥିଲା । ଉଭୟ ଆପତ୍ତିଜନକ ମନ୍ତବ୍ୟ ବିରୋଧରେ ଏବେ ରାହୁଲଙ୍କ ଅଡୁଆ ବଢିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details