ଓଡିଶା

odisha

ETV Bharat / bharat

କଂଗ୍ରେସର ଭାରତଯୋଡ଼ ଅଭିଯାନ, ପଦଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କୁ ମିଳିଲା ବିବାହ ପ୍ରସ୍ତାବ

କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ଼ ଅଭିଯାନ । କଂଗ୍ରେସ ପକ୍ଷରୁ ପଦଯାତ୍ରା କରାଯାଉଥିବା ବେଳେ ରାହୁଲ ଗାନ୍ଧୀଙ୍କୁ କିଛି ମନରେଗା ମହିଳା ବିବାହ ପ୍ରସ୍ତାବ ଦେଇଥିଲେ । ଅଧିକ ପଢ଼ନ୍ତୁ

କଂଗ୍ରେସର ଭାରତଯୋଡ଼ ଅଭିଯାନ, ପଦଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କୁ ମିଳିଲା ବିବାହ ପ୍ରସ୍ତାବ
କଂଗ୍ରେସର ଭାରତଯୋଡ଼ ଅଭିଯାନ, ପଦଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କୁ ମିଳିଲା ବିବାହ ପ୍ରସ୍ତାବ

By

Published : Sep 11, 2022, 10:42 PM IST

ଚେନ୍ନାଇ: ଦଳ ସଜାଡ଼ିବା ପାଇଁ ତଥା ସଦସ୍ୟତା ବଢ଼ାଇବା ପାଇଁ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ଼ ଅଭିଯାନ । ଏହି ଅଭିଯାନରେ କଂଗ୍ରେସ ପକ୍ଷରୁ ପଦଯାତ୍ରା କରାଯାଉଥିବା ବେଳେ ଗତ ଶନିବାର ଏହି ପଦଯାତ୍ରା ତାମିଲନାଡ଼ୁରେ ଏହାର ମିଶନ ଶେଷ କରିଥିଲା । ଏହି ସମୟରେ ରାହୁଲ ଗାନ୍ଧୀଙ୍କୁ କିଛି ମନରେଗା ମହିଳା ବିବାହ ପ୍ରସ୍ତାବ ଦେଇଥିଲେ । ତାଙ୍କ ପାଇଁ ଏକ ତାମିଲ ଝିଅ ଖୋଜି ଦେବେ ବୋଲି କହିଥିଲେ ମହିଳା । ଏହାକୁ ନେଇ ଚର୍ଚ୍ଚ ଜୋର ଧରିଥିବା ବେଳେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶ ।

ଜୟରାମ ରମେଶ ଟ୍ବିଟ୍‌ କରି କହିଛନ୍ତି, "ଭାରତଯୋଡ଼ି ଅଭିଯାନ ବେଳେ ରାହୁଲ ଗାନ୍ଧୀ ଏକ ମହିଳା ସମୂହ ସହ କଥା ହେଉଥିଲେ । ଏହି ସମୟରେ ଜଣେ ମହିଳା କହିଥିଲେ ଯେ, ରାହୁଲ ଗାନ୍ଧୀ ତାମିଲନାଡ଼ୁକୁ ଖୁବ୍‌ ଭଲ ପାଉଛନ୍ତି । ତେଣୁ ତାଙ୍କ ବାହାଘର ଏକ ତାମିଲ ଝିଅ ସହ କରାଇବା ପାଇଁ ଆମେ ପ୍ରସ୍ତୁତ ଅଛୁ ।" କଂଗ୍ରେସ ଆରମ୍ଭ କରିଥିବା ‘ଭାରତ ଯୋଡୋ’ ଯାତ୍ରା ପ୍ରଥମ ରାଜ୍ୟ ଭାବେ ତାମିଲନାଡୁରେ ମିଶନ ଗତକାଲି (ଶନିବାର) ଶେଷ ହୋଇଛି ।

ଏହି ଅବସରରେ କଂଗ୍ରେସ ନେତା ତଥା ଯାତ୍ରାର ନେତୃତ୍ବ ନେଉଥିବା ରାହୁଲ ଗାନ୍ଧୀ କର୍ମକର୍ତ୍ତାଙ୍କ ସହ ଚା’ ପିଇବା ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା । ସେପ୍ଟେମ୍ବର 7 ତାରିଖରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପ୍ରଥମ ରାଜ୍ୟ ଭାବେ 4 ଦିନରେ ତାମିଲନାଡୁ ମିଶନ ପୂରଣ କରିଛି । ତାମିଲନାଡୁରେ ପଦଯାତ୍ରା କରିବାବେଳେ, କେନ୍ଦ୍ର ବିରୋଧରେ ବର୍ଷିଥିଲା ଦଳ ।

ଶୋଭାଯାତ୍ରା ସମୟରେ ରାହୁଲ ଗାନ୍ଧୀ କିଛି ଦିବ୍ୟାଙ୍ଗଙ୍କ ସମେତ ତାମିଲନାଡୁର ପ୍ରଥମ ମହିଳା ବସ୍‌ ଡ୍ରାଇଭର ବସନ୍ତ କୁମାରୀଙ୍କ ସହ ସାକ୍ଷାତ କରିଥିଲେ । ତାମିଲନାଡୁର ଅନେକ ଶିକ୍ଷିତ ବେରୋଜଗାର ଯୁବକଙ୍କ ସହ ରାହୁଲ ଆଲୋଚନା କରିବା ସହ ସେମାନେ ମଧ୍ୟ ଯାତ୍ରାରେ ଅଂଶଗ୍ରହଣ କରିଥିଲେ । ତେବେ 4 ଦିନରେ ଦଳ ଯାତ୍ରାର ତାମିଲନାଡୁ ପ୍ରଦେଶ ମିଶନ ଶେଷ କରିଛି କେରଳରେ ପ୍ରବେଶ କରିଛି କଂଗ୍ରେସର ଅଭିଯାନ ।

ABOUT THE AUTHOR

...view details