ଓଡିଶା

odisha

ETV Bharat / bharat

Rahul Gandhi Disqualification: ଏପ୍ରିଲ ୨୨ସୁଦ୍ଧା ଘର ଖାଲି କରିବାକୁ ରାହୁଲଙ୍କୁ ନୋଟିସ - ଘର ଖାଲି କରିବାକୁ ରାହୁଲଙ୍କୁ ନୋଟିସ

ସାଂସଦ ପଦ ରଦ୍ଦ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ଜାରି ହେଲା ନୋଟିସ । ଅଧିକ ପଢନ୍ତୁ

Rahul Gandhi Disqualification
Rahul Gandhi Disqualification

By

Published : Mar 27, 2023, 7:56 PM IST

ନୂଆଦିଲ୍ଲୀ: ସାଂସଦ ପଦ ରଦ୍ଦ ହେବା ପରେ କଂଗ୍ରେସ ନେତା ରାହୁଲଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ଆସିଲା ନୋଟିସ । ତୁଘଲକ ଲେନ୍‌ର ବଙ୍ଗଳା ନଂ ୧୨କୁ ଆସନ୍ତା ଏପ୍ରିଲ ୨୨ ତାରିଖ ସୁଦ୍ଧା ଖାଲି କରିବାକୁ କୁହାଯାଇଛି । ଲୋକସଭା ହାଉସିଂ କମିଟି ପକ୍ଷରୁ ରାହୁଲଙ୍କୁ ଏହି ନୋଟିସ ଜାରି କରଯାଇଛି । ରାହୁଲ ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଗତ ୨୪ ତାରିଖରେ ଲୋକସଭା ସଚିବାଳୟ ବିଜ୍ଞପ୍ତି ଜାରି କରି ତାଙ୍କର ସଦସ୍ୟତା ରଦ୍ଦ କରିଥିଲେ ।

ଏହାର ଗୋଟିଏ ଦିନ ପୂର୍ବରୁ (ମାର୍ଚ୍ଚ ୨୩) ତାରିଖରେ ସୁରଟ ସେସନ କୋର୍ଟ ଏହି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ଜଣେ ସାଂସଦ ନିଜର ସଦସ୍ୟତା ପଦ ହରାଇବାର ଗୋଟିଏ ମାସ ମଧ୍ୟରେ ନିଜ ସରକାରୀ ବାସଭବନ ଖାଲି କରିବା ନିୟମ ରହିଛି । ଏଣୁ ରାହୁଲ ନିଜ ସଦସ୍ୟତା ପଦ ହରାଇବା ପରେ ତାଙ୍କୁ ଘର ଖାଲି କରିବାକୁ ନୋଟିସ ଜାରି କରାଯାଇଛି । ସେପଟେ ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଘର ଛାଡ଼ିବା ସମୟ ସୀମାକୁ ବୃଦ୍ଧି କରିବା ଲାଗି ରାହୁଲ ହାଉସିଂ କମିଟିକୁ ଚିଠି ଲେଖି ଜଣାଇପାରନ୍ତି ।

ଏହା ବି ପଢନ୍ତୁ- ଆଦାନୀ ପ୍ରସଙ୍ଗକୁ ନେଇ ପୁଣି ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, କହିଲେ କାହିଁକି ଏତେ ଡର ?

ଲୋକସଭା ସଚିବାଳୟ ଘର ଛାଡ଼ିବା ଲାଗି ନୋଟିସ ଜାରି କରିବା ପରେ ଏନେଇ ନୂଆଦିଲ୍ଲୀ ମ୍ୟୁନିସପାଲ କାଉନସିଲ, ଇଷ୍ଟେଟ ନିର୍ଦ୍ଦେଶାଳୟ ଓ ଅନ୍ୟାନ୍ୟ ବିଭାଗକୁ ସୂଚିତ କରାଇଛି । ରାହୁଲ ସାଂସଦ ଭାବେ ଯେଉଁଯେଉଁ ବିଭାଗ ପକ୍ଷରୁ ସୁବିଧା ସୁଯୋଗ ପାଉଥିଲେ ସେହି ସମସ୍ତ ବିଭାଗକୁ ଏ ନେଇ ସୂଚିତ କରାଯାଇଛି । ରାହୁଲଙ୍କୁ ଘର ଖାଲି କରିବାକୁ ୩୦ଦିନ ସମୟ ଦିଆଯାଇଛି । ଏହି ସମୟ ସୀମା ମଧ୍ୟରେ ଘର ନଛାଡିଲେ ଏହାକୁ ଜବରଦଖଲ ଭାବେ ବିବେଚିତ କରାଯାଇ ସରକାରଙ୍କ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ ବୋଲି ନୋଟିସରେ କୁହାଯାଇଛି ।

ଅନ୍ୟପଟେ ରାହୁଲଙ୍କ ସଦସ୍ୟତା ରଦ୍ଦକୁ ନେଇ ଦେଶବ୍ୟାପୀ କଂଗ୍ରେସ ବ୍ଲାକ ମାର୍ଚ୍ଚ ଆରମ୍ଭ କରିଛି । ଏ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିବା ସହିତ ଏଭଳି ନିଷ୍ପତ୍ତି ବିରୋଧରେ ଆଇନଗତ ଓ ରାଜନୈତିକ ଲଢେଇ ଜାରି ରଖିବ ବୋଲି କହିଛି । ସୂଚନା ଥାଉ କି ଗତ ୨୦୧୯ ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ମୋଦି ସରନେମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ ମୋଦି ସରନେମ ଥିବା ସମସ୍ତେ ଚୋର କାହିଁକି ? ଏପରି କହି ସେ ପରୋକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ । ଯାହା ବିରୋଧରେ ଜଣେ ବିଜେପି ନେତା ମାମଲା ରୁଜୁ କରିଥିଲେ । କୋର୍ଟ ରାୟ ଶୁଣାଇବା ସମୟରେ ରାହୁଲଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ହଜାର ଟଙ୍କା ଜରିମାନା ଭରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ABOUT THE AUTHOR

...view details