ଓଡିଶା

odisha

ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ଭେଟିଲେ ରାହୁଲ ଗାନ୍ଧୀ

By

Published : Jun 7, 2022, 12:43 PM IST

Updated : Jun 7, 2022, 1:42 PM IST

ପଞ୍ଜାବୀ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲା(Sidhu Moose Wala) ହତ୍ୟା ଘଟଣା । ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଅଧିକ ପଢନ୍ତୁ

Punjabi singer Moose Wala Death: ପରିବାରକୁ ଭେଟିଲେ ରାହୁଲ
Punjabi singer Moose Wala Death: ପରିବାରକୁ ଭେଟିଲେ ରାହୁଲ

ଚଣ୍ଡିଗଡ଼:କଂଗ୍ରେସ ନେତା ରାହୁଲ ଗାନ୍ଧୀ(Rahul Gandhi) ଆଜି (ମଙ୍ଗଳବାର) ପଞ୍ଜାବ ଗସ୍ତ କରି ମାନସା ଜିଲ୍ଲା ମୁସା ଗ୍ରାମରେ ପହଞ୍ଚିଛନ୍ତି । ସେଠାରେ ସେ ପଞ୍ଜାବୀ ଲୋକପ୍ରିୟ ଗାୟକ ମୁସେୱାଲାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ହତ୍ୟାର ଶିକାର ହୋଇଥିବା ଏହି ଗାୟକଙ୍କ ପରିବାରକୁ ଜଣକ ପରେ ଜଣେ ନେତା ଭେଟୁଥିବା ବେଳେ ରାହୁଲ ସେଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଶୋକସନ୍ତପ୍ତ ପରିବାର ସଦସ୍ୟକୁ ଭେଟି ସମବେଦନା ଜଣାଇଛନ୍ତି ।

ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ଭେଟିଲେ ରାହୁଲ ଗାନ୍ଧୀ

ଏଥିସହ ହତ୍ୟାକାରୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟଙ୍କ ସମେତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ମଧ୍ୟ ମୁସେୱାଲାଙ୍କ ପରିବାରକୁ ଭେଟିଥିଲେ । ସୂଚନା ଥାଉ କି ଗତ ମେ ୨୯ ତାରିଖରେ ନିଜ କାରରେ ଘରକୁ ଫେରୁଥିବାବେଳେ ମୁସେୱାଲାଙ୍କୁ ଗୁଳି କରାଯାଇଥିଲା । ଏହି ଗୁଳିକାଣ୍ଡରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହା ବି ପଢନ୍ତୁ- କାଲି ସିଦ୍ଧୁ ମୁସେଓ୍ବାଲାଙ୍କ ପରିବାରକୁ ଭେଟିବେ ରାହୁଲ

ତେବେ ବ୍ୟବଚ୍ଛେଦ ବେଳେ ତାଙ୍କ ଶରୀରରୁ ୨୪ଟି ଗୁଳି ବାହାରିଥିଲା । ଶରୀରର ଆଭ୍ୟନ୍ତରୀଣ ଅଙ୍ଗରେ ଏକାଧିକ କ୍ଷତ ସହିତ ଅଧିକ ରକ୍ତ ବାହାରିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା କହିଛି ଡାକ୍ତରୀ ଟିମ । ପୂର୍ବ ଶତ୍ରୁତା ଓ ଗ୍ୟାଙ୍ଗଓ୍ବାର ହିଁ ହତ୍ୟାକାଣ୍ଡର କାରଣ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସକୁ ସୂଚନା ମିଳିଛି ।

Last Updated : Jun 7, 2022, 1:42 PM IST

ABOUT THE AUTHOR

...view details