ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରୋନାର ସଂକ୍ରମଣ ମଧ୍ୟରେ ବଡ ସମସ୍ୟା ହୋଇ ଛିଡା ହୋଇଛି ଅକ୍ସିଜେନର ଅଭାବ । କୋରୋନା ଯୋଗୁଁ ଦେଶରେ ଏବେ ସ୍ଥିତି ନିୟନ୍ତ୍ରଣା ବାହାରେ ଥିବାବେଳେ ଏହାର ପରିଚାଳନାକୁ ନେଇ ସମାଲୋଚନାର ସାମ୍ନା କରୁଛନ୍ତି କେନ୍ଦ୍ର ସରକାର । ଏଭଳିସ୍ଥିତିରେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରିଥିଲା #ResignModi । ହେଲେ ପରେ ଫେସବୁକ ଏହାକୁ କିଛି ସମୟ ପରେ ବ୍ଲକ୍ କରିଦେଇଥିବା ଦେଖିବାକୁ ମିଳୁଛି ।
କାହିଁକି ବ୍ଲକ ହେଲା #ResignModi? ପ୍ରଶ୍ନ ଘେରରେ ଫେସବୁକ - #ResignModi
କୋଭିଡ ପରିଚାଳନାକୁ ନେଇ ସମାଲୋଚନାର ସାମ୍ନା କରୁଛନ୍ତି କେନ୍ଦ୍ର ସରକାର । ଏଭଳି ସ୍ଥିତିରେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରିଥିଲା #ResignModi । ହେଲେ ପରେ ଫେସବୁକ ଏହାକୁ କିଛି ସମୟ ପରେ ବ୍ଲକ୍ କରିଦେଇଥିଲା । ଏହାକୁ ନେଇ ପ୍ରଶ୍ନ ଘେରରେ ଫେସବୁକ । ଅଧିକ ପଢନ୍ତୁ...
କାହିଁକି ବ୍ଲକ ହେଲା #ResignModi? ପ୍ରଶ୍ନ ଘେରରେ ଫେସବୁକ
ସୋସିଆଲ ମିଡିଆରୁ #ResignModi ବ୍ଲକ ହେବା ମାମଲା ଏବେ ବିବାଦର ରୂପ ନେଇଛି । ତେବେ ପରେ ଏହାକୁ ପ୍ରକ୍ରିୟାଗତ ତ୍ରୁଟି ଦର୍ଶାଇ ପୁନର୍ବାର ଅନବ୍ଲକ କରି ଦେଇଥିଲା ଫେସବୁକ । ତେବେ କଣ ପାଇଁ ଫେସବୁକ ଏହି ହ୍ୟାଶଟ୍ୟାଗକୁ କରିଥିଲା ବ୍ଲକ ? ଏହାକୁ ବ୍ଲକ କରିବାକୁ ସରକାର ଦେଇଥିଲେ କି ନିର୍ଦ୍ଦେଶ ? ଏସବୁ ପ୍ରଶ୍ନ ମଧ୍ୟରେ ବିବାଦ ଘେରକୁ ଆସିଛନ୍ତି ସରକାର ।
ତେବେ ଘଟଣାକୁ ନେଇ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ଆସିଛି । ଫେସବୁକକୁ ଏଭଳି କରିବାକୁ କୁହାଯାଇନଥିବା ସଫେଇ ଦେଇଛନ୍ତି ସରକାର ।