ଟୋକିଓ:କ୍ବାଡ ସମ୍ମିଳନୀ (QUAD Summit)ର ପରବର୍ତ୍ତୀ ତଥା 2023 ସଂସ୍କରଣ ଆୟୋଜନ ଭାର ନେବ ଅଷ୍ଟ୍ରେଲିଆ । ଆଜି ଏନେଇ କ୍ବାଡ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟର ସହମତି ପ୍ରକାଶ ପାଇଛି । ଆଜି ଜାପାନ ରାଜଧାନୀ ଟୋକିଓରେ ଆୟୋଜିତ କ୍ବାଡ ସମ୍ମିଳନୀ 2023ରେ ଅଂଶଗ୍ରହଣ କରିଥିବା ସମସ୍ତ 4 ରାଷ୍ଟ୍ରମୁଖ୍ୟ ମିଳିତ ମନ୍ତବ୍ୟରେ ପ୍ରକାଶ କରିଛନ୍ତି ।
ଚଳିତ ବର୍ଷର କ୍ବାଡ ସମ୍ମିଳନୀ ଜାପାନ ରାଜଧାନୀ ଟୋକିଓରେ ଆୟୋଜିତ ହେଉଅଛି । ଏଥିରେ 4 କ୍ବାଡ ସଦସ୍ୟ ରାଷ୍ଟ୍ର ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଅଂଶଗ୍ରହଣ କରିଥିଲେ । ସମସ୍ତ ସଦସ୍ୟ ଦେଶମାନଙ୍କ ମଧ୍ୟରେ ପାରସ୍ପାରିକ ସମ୍ପର୍କ, ସାମ୍ପ୍ରତିକ ବିଶ୍ବର ପରିବର୍ତ୍ତିତ ସ୍ଥିତି ଓ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ଥିରତା ଆଦି ପ୍ରସଙ୍ଗରେ ରାଷ୍ଟ୍ରମୁଖ୍ୟମାନେ ଆଲୋଚନା କରିବା ସହ ମତ ବିନିମୟ କରିଥିଲେ ।