ଚଣ୍ଡିଗଡ: ଆଉ କିଛି ଦିନ ପରେ ଅନୁଷ୍ଠିତ ହେବ ୫ ରାଜ୍ଯରେ ବିଧାନସଭା ନିର୍ବାଚନ । ବାଜି ସାରିଛି ବିଗୁଲ ଆଉ ସବୁ ଦଳର ନେତାମାନେ ଆରମ୍ଭ କରିଦେଇଛନ୍ତି ମାନସ ମନ୍ଥନ । ଭୋଟରଙ୍କ ମନ ଜିତିବାକୁ ଅଣ୍ଟା ଭିଡିଲେଣି ନେତା । ଏହାରି ଭିତରେ ପଞ୍ଜାବ ନିର୍ବାଚନ ଘୁଞ୍ଚାଇବା ପାଇଁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି। ନିର୍ବାଚନକୁ ୬ ଦିନ ଆଗକୁ ବଢ଼ାଇବା ପାଇଁ ଚିଠିରେ ଅନୁରୋଧ କରିଛନ୍ତି ଚନ୍ନି (Punjab CM writes to EC seeking postponement) ।
ନିର୍ବାଚନ ଆୟୋଗଙ୍କୁ ଲେଖିଥିବା ଚିଠିରେ ଚନ୍ନି କହିଛନ୍ତି, ୧୬ ଫେବ୍ରୁଆରୀରେ ଶ୍ରୀ ଗୁରୁ ରବିଦାସ ଜୟନ୍ତୀରେ ଅଂଶଗ୍ରହଣ କରିବାକୁ ଚାହୁଁଛି । ଏହି ଅବସରରେ, ଫେବ୍ରୁଆରୀ ୧୦ରୁ ଫେବ୍ରୁଆରୀ ୧୬ ମଧ୍ୟରେ ଉତ୍ତରପ୍ରଦେଶର ବନାରସରେ ପ୍ରାୟ ୨୦ଲକ୍ଷ ଦଳିତ ଭକ୍ତ ଯିବା ସମ୍ଭାବନା ରହିଛି । ଏଭଳି ପରିସ୍ଥିତିରେ ଏହି ସମ୍ପ୍ରଦାୟର ଅଧିକାଂଶ ଲୋକ ନିଜ ନିଜ ମତଦାନ ସାବ୍ୟସ୍ତ କରିପାରିବେ ନାହିଁ, ଯାହା ସେମାନଙ୍କର ସାମ୍ବିଧାନିକ ଅଧିକାର ଅଟେ । ତେଣୁ ନିର୍ବାଚନ ତାରିଖକୁ ଆଗକୁ ବଢ଼ାଇବା ପାଇଁ ସମ୍ପ୍ରଦାୟ ଅନୁରୋଧ କରିଛି।