ଓଡିଶା

odisha

ETV Bharat / bharat

ଲଖୀମପୁର ହିଂସାକାଣ୍ଡ; ଆଜି ଅମିତ ଶାହାଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ - ପଞ୍ଜାବ ମୁଖ୍ୟମନ୍ତ୍ରୀ

ଉତ୍ତରପ୍ରଦେଶ ଲଖୀମପୁର ଖେରୀ ହିଂସା ଘଟଣାକୁ ନେଇ ଆଜି ଅମିତ ଶାହାଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି । ଅଧିକ ପଢନ୍ତୁ...

ଆଜି ଅମିତ ଶାହାଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ
ଆଜି ଅମିତ ଶାହାଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

By

Published : Oct 5, 2021, 11:50 AM IST

ଚଣ୍ଡିଗଡ: ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି । ଉତ୍ତରପ୍ରଦେଶ ଲଖୀମପୁର ଖେରୀ ହିଂସା ଘଟଣାକୁ ନେଇ ଆଜି ଅମିତ ଶାହାଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଆଲୋଚନା କରିପାରନ୍ତି ବୋଲି ସୂଚନା ମିଳିଛି । ସନ୍ଧ୍ୟା ୬ଟା ସମୟରେ ଶାହାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ବିଶେଷ ସୁତ୍ରରୁ ଜଣାପଡିଛି ।

ସୂଚନାଅନୁଯାୟୀ, ଗତକାଲି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ଭେଟିଥିଲେ । ଏହି ସମୟରେ ଖେରୀ ହିଂସା ଘଟଣାରେ ମୃତକଙ୍କୁ ନ୍ୟାୟ ଦିଆଯାଉ ଓ ତିନି କୃଷି ଆଇନକୁ ତୁରନ୍ତ ରଦ୍ଧ କରାଯିବା ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହାର ଏକ ନକଲ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ପଠାଯାଇଛି । ତେବେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବାପରେ ଅକ୍ଟୋବର ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ ଚନ୍ନି ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଲଖୀମପୁର ଖେରୀରେ ଚାଷୀଙ୍କ ପ୍ରଦର୍ଶନ ଚାଲିଥିବା ବେଳେ ଚାଷୀଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ କାର ଚଢାଇ ଦେଇଥିବା ଅଭିଯୋଗ ହୋଇଥିଲା । ଏଥିରେ ୮ଜଣ ଚାଷୀ ପ୍ରାଣ ହରାଇଥିଲେ । ଏହି ଘଟଣା ଏବେ ଉଗ୍ର ରୂପ ଧାରଣ କରିଛି ।

@ANI

ABOUT THE AUTHOR

...view details