ପଞ୍ଜାବ: ଅଗ୍ନିପଥ ଯୋଜନାକୁ ନେଇ ଆଜି ଏକ ବଡ଼ ଫୈସଲା ନେଇଛନ୍ତି ପଞ୍ଜାବ ସରକାର । ଏହି ଯୋଜନା ନେଇ ପ୍ରତିରକ୍ଷା ମନ୍ତ୍ରୀ ଘୋଷଣା କରିବା ପରେ ଲଗାତାର ବିବାଦରେ ରହି ଆସିଛି । ତେବେ ଆଜି(ଗୁରୁବାର) ପଞ୍ଜାବ ବିଧାନସଭାରେ ଅଗ୍ନିପଥ ଯୋଜନା ବିରୋଧରେ ଏକ ସଂକଳ୍ପ ପାରିତ ହୋଇଛି ।
Agnipath Scheme: ଅଗ୍ନିପଥ ଯୋଜନା ବିରୋଧରେ ପଞ୍ଜାବ ବିଧାନସଭାରେ ସଂକଳ୍ପ ପାରିତ - ଅଗ୍ନିପଥ ଯୋଜନା ବିରୋଧରେ ସଂକଳ୍ପ ପାରିତ
ପଞ୍ଜାବ ବିଧାନସଭାରେ ଅଗ୍ନିପଥ ଯୋଜନା ବିରୋଧରେ ଏକ ସଂକଳ୍ପ ପାରିତ ହୋଇଛି । ଅଧିକ ପଢ଼ନ୍ତୁ
ଏହି ସଂକଳ୍ପକୁ ଆଜି ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମାନ । ତେବେ ଏହି ସଂକଳ୍ପକୁ ବିଜେପି ବିଧାୟକ ବିରୋଧ କରିଥିଲେ । ଏହି ସଂକଳ୍ପକୁ ନେଇ ଆଲୋଚନା କରି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଯୋଜନାରେ ସଂଶୋଧନର ଆବଶ୍ୟକତା ରହିଛି । ଏହାକୁ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।
ଅଗ୍ନିପଥ ଯୋଜନା ଦେଶର ଯୁବକଙ୍କ ପାଇଁ ହାନୀକାରକ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ ହେବାପରେ ଦେଶର ବିଭିନ୍ନ ସ୍ଥାନରେ ହିଂସା ଘଟାଇଥିଲେ ଆଶାୟୀ । ଦେଶର ପ୍ରମୁଖ ରେଳ ଷ୍ଟେସନରେ ଭଙ୍ଗା ରୁଜା ସହ ୧୨ଟି ଟ୍ରେନ୍ରେ ଅଗ୍ନକାଣ୍ଡ କରିଥିଲେ ଆଶାୟୀ । ଯାହାଫଳରେ ଦେଶକୁ ୧୨୦୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିଲା । ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ବାୟୁସେନାରେ ଭର୍ତ୍ତି ହେବାକୁ ୧ ଲକ୍ଷ ୮୪ ହଜାର ଆଶାୟୀ ଅଗ୍ନିପଥ ଯୋଜନାରେ ଆବେଦନ କରିଛନ୍ତି । ଏହାକୁ ନେଇ ଭାରତୀୟ ବାୟୁସେନା ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଥିଲା ।