ଗାନ୍ଧୀନଗର:AIMIM ମୁଖ୍ୟ ଅସାଦୁଦ୍ଦିନ ଓଓ୍ବେସୀଙ୍କୁ ଗୁଜୁରାଟରେ ବିରୋଧ କରାଯାଇଛି । ଅହମ୍ମଦାବାଦର ଜୁହାପୁରାରେ ସ୍ଥାନୀୟ ଲୋକେ ଓଓ୍ବେସୀଙ୍କୁ ବିରୋଧରେ କଳାପତାକା ଦେଖାଇ ବିରୋଧ ପ୍ରର୍ଦଶନ କରିଥିଲେ । ଆଉ ଏହି ବିକ୍ଷୋଭରେ ମହିଳାମାନେ ମଧ୍ୟ ସାମିଲ ହୋଇଥିଲେ।
All India Majlis-e-Ittehadul Muslimeen (MIM's) ମକ୍ତମପୁରାର ନବ ନିର୍ବାଚିତ କର୍ପୋରେଟର ସୁହାନା ମନସୁରୀ, ଜାଇନାବ ଶେଖ ଓ ଜୁବିର ଖାନ୍ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିବାରୁ ଏଭଳି ପ୍ରତିବାଦ କରିଥିଲେ ସ୍ଥାନୀୟ ଲୋକେ । ଅସାଦୁଦ୍ଦିନ ଓଓ୍ବେସୀଙ୍କୁ କଳା ପତାକା ଦେଖାଇ ବିରୋଧ ପ୍ରର୍ଦଶନ କରିଥିଲେ । ସୂଚନା ଅନୁସାରେ, AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀ ଗୁରୁବାର ସକାଳେ ଅହମ୍ମଦାବାଦରେ ପହଞ୍ଚିଥିଲେ ।