ଓଡିଶା

odisha

By

Published : Oct 10, 2021, 9:07 AM IST

ETV Bharat / bharat

ଆଜି ବାରଣାସୀରେ ପ୍ରତିଜ୍ଞା ରାଲିକୁ ସମ୍ବୋଧିତ କରିବେ ପ୍ରିୟଙ୍କା

ଆଗକୁ ଆସୁଛି ୟୁପି ବିଧାନସଭା ନିର୍ବାଚନ । ଏନେଇ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ବାରଣାସୀରେ ପ୍ରତିଜ୍ଞା ରାଲିକୁ ସମ୍ବୋଧିତ କରିବେ । ଅଧିକ ପଢନ୍ତୁ...

ଆଜି ବାରଣାସୀରେ ପ୍ରତିଜ୍ଞା ରାଲିକୁ ସମ୍ଭୋଧିତ କରିବେ ପ୍ରିୟଙ୍କା
ଆଜି ବାରଣାସୀରେ ପ୍ରତିଜ୍ଞା ରାଲିକୁ ସମ୍ଭୋଧିତ କରିବେ ପ୍ରିୟଙ୍କା

ଲକ୍ଷ୍ନୌ: ଆଗକୁ ଆସୁଛି ୟୁପି ବିଧାନସଭା ନିର୍ବାଚନ । ଏନେଇ କଂଗ୍ରେସ ଏବେଠୁ ଆରମ୍ଭ କଲାଣି କସରତ । ତେବେ କଂଗ୍ରେସର ସାଧାରଣ ସମ୍ପାଦିକ ତଥା ଉତ୍ତରପ୍ରଦେଶ ଦାୟିତ୍ବରେ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ବାରଣାସୀରେ ପ୍ରତିଜ୍ଞା ରାଲିକୁ ସମ୍ବୋଧିତ କରିବେ । ଯାହା ୟୁପି ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ରାଲି ବୋଲି କୁହାଯାଇପାରିବ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ତଳୀରୁ ଆରମ୍ଭ ହେବ ।

ବାରାଣାସୀରେ ଏହି ରାଲିର ଆୟୋଜନ କରାଯିବ ଏବଂ ଏଥିପାଇଁ ଆଠଟି ଜିଲ୍ଲାର କଂଗ୍ରେସ କର୍ମୀଙ୍କୁ ଲୋକଙ୍କୁ ଏକତ୍ରିତ କରିବା ପାଇଁ କାର୍ଯ୍ୟରେ ଲଗାଯାଇଛି ବୋଲି ଉତ୍ତରପ୍ରଦେଶ କଂଗ୍ରେସର ଉପାଧ୍ୟକ୍ଷ ବିଶ୍ୱ ବିଜୟ ସିଂ କହିଛନ୍ତି । ମିର୍ଜାପୁର, ଚାନ୍ଦୁଲି, ସୋନଭଦ୍ର, ଜୁନପୁର, ଆଜାମଗଡ, ମାଉ ଓ ବାଲିଆ ଜିଲ୍ଲାକୁ ସାମିଲ କରାଯାଇଛି । ଲଖିମପୁର ଖେରୀ ହିଂସାକାଣ୍ତକୁ ଦଳ ଅସ୍ତ୍ର କରି ଲୋକଙ୍କ ପାଖରେ ପହଞ୍ଚିବ ।

ଏ ହିଂସାକାଣ୍ତରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମଧ୍ୟ ଗିରଫ କରାଯାଇଛି । ଏ ହିଂସାରେ ୮ ଜଣ ଚାଷୀ ପ୍ରାଣ ହରାଇଥିଲେ । ପାର୍ଟି ବିଧାୟକ ଦୀପକ ସିଂ କହିଛନ୍ତି ଯେ, ବାରାଣସୀରେ କଂଗ୍ରେସ ଯେଉଁ ପ୍ରତିଶ୍ରୁତି ଦେବ । ସମସ୍ତ ପ୍ରତିଶ୍ରୁତି ପାଳନ ମଧ୍ୟ କରିବେ । ଏଠାରୁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀକୁ ଏ ବାର୍ତ୍ତା ଦିଆଯିବ। ଯେପରି ଦଳ ଛତିଶଗଡରେ ସମସ୍ତ କାର୍ଯ୍ୟ କରିଛି । ରାଜ୍ୟରେ କୃଷକ ସମସ୍ୟାକୁ ପ୍ରିୟଙ୍କା ଗାନ୍ଧୀ ଯେପରି ମୁଦ୍ଧା କରୁଛନ୍ତି । ଯାହା ଦଳକୁ ରାଜ୍ଯରେ ପୂର୍ବ ଅବସ୍ଥାକୁ ଫେରାଇ ଆଣିବ ବୋଲି ଆଶା କରାଯାଉଛି ।

ସେପଟେ, ଖେରୀ ହିଂସା ନେଇ ଗୁରୁବାର ପ୍ରତିକ୍ରିୟା ରଖିଥିଲେ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ଏ ଘଟଣାର ତଦନ୍ତ ସୁପ୍ରିମକୋର୍ଟର କି ହାଇକୋର୍ଟଙ୍କ ଦ୍ବାରା କାର୍ଯ୍ୟରତ ବିଚାରପିତଙ୍କ ଦ୍ବାରା କରାଇବା ପାଇଁ ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ମନ୍ତ୍ରୀ ପଦରୁ ହଟାଯାଉ । ଯାହା ଦ୍ବାରା ତଦନ୍ତ ବାଟବଣା ହେବନି । ଲଖିମପୁର ହିଂସା ଘଟଣାର ଯାଞ୍ଚ ପାଇଁ ରାଜ୍ୟ ସରକାର ଗୁରୁବାର ଅବସରପ୍ରାପ୍ତ ହାଇକୋର୍ଟର ବିଚାରପତି ପ୍ରଦୀପ ଶ୍ରୀବାସ୍ତବଙ୍କୁ ନିଯୁକ୍ତ କରିଛନ୍ତି।

ABOUT THE AUTHOR

...view details