ଲକ୍ଷ୍ନୌ:ପୋଲିସ କଷ୍ଟଡିରୁ ଚମ୍ପଟ ମାରିଲା କଏଦୀ । ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ସୀତାପୁର ଜେଲରେ । ଶୁକ୍ରବାର ଅପରାହ୍ନରେ କଏଦୀଙ୍କୁ ଶୁଣାଣି ପାଇଁ ଜିଲ୍ଲା ଜେଲରୁ କୋର୍ଟକୁ ଅଣାଯାଇଥିଲା । ଶୁଣାଣି ପରେ କଏଦୀ ଦାୟିତ୍ବରେ ଥିବା କନେଷ୍ଟବଳ ଏବଂ କଏଦୀ ଉଭୟ ଥାନାକୁ ଫେରି ନଥିଲେ । ସୀତାପୁର ପୋଲିସ ଉଭୟଙ୍କୁ ଖୋଜିବାକୁ ଆରମ୍ଭ କରିଥିଲା । ହେଲେ ଉଭୟଙ୍କ କୌଣସି ସନ୍ଧାନ ମିଳିନଥିଲା ।ଏହାକୁ ନେଇ ବରିଷ୍ଠ ପୋଲିସ ଅଧିକ କନେଷ୍ଟବଳଙ୍କୁ ହେପାଜତକୁ ନେବା ସହ କଏଦୀକୁ ଖୋଜିବା ପାଇଁ 3ଟି ଟିମ୍ ଗଠନ କରିଥିଲେ । ପରେ ପୋଲିସ କନେଷ୍ଟବଳଙ୍କୁ ତାଙ୍କ ଭଡା ଘରେ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ ।
ସୂଚନା ଅନୁଯାୟୀ, 2018 ମସିହାରେ ଉତ୍ତର ପ୍ରଦେଶର କୋତୱାଲି ଜିଲ୍ଲାର ସୀତପୁର ଥାନା ଅଞ୍ଚଳର ରାମପୁର ଗାଁର ଫୁରକାନ ଏକ ଚୋରି ମାମଲାରେ ଗିରଫ ହୋଇଥିଲା ଅଭିଯୁକ୍ତ । ଏହି ଘଟଣା ପରେ ଫୁରକାନ୍ କାରାଗାରରେ ରହି ନିଜର ସଜା କାଟୁଥିଲା । ଅଗଷ୍ଟ 4 ଅର୍ଥାତ୍ ଶୁକ୍ରବାର ଏହି ମାମଲାର ଶୁଣାଣି ପାଇଁ ଫୁରକାନକୁ କୋର୍ଟରେ ହାଜର କରାଯାଇଥିଲା । କନେଷ୍ଟବଳ ଉମାନାଥ ଶ୍ରୀବାସ୍ତବଙ୍କ ସହ କଏଦୀ ଫୁରକାନର କୋର୍ଟରେ ହାଜର ହୋଇଥିଲା । ପରେ ଉଭୟ ସନ୍ଧ୍ୟା ପର୍ଯ୍ୟନ୍ତ ଥାନାକୁ ଫେରି ନଥିବାରୁ ଥାନା ଅଧିକାରୀ ଉଭୟଙ୍କୁ ଖୋଜିବା ପାଇଁ ଏକ ଟିମ୍ ଗଠନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।