ନୂଆଦିଲ୍ଲୀ:3 ଦିନିଆ ଭାରତ ଗସ୍ତରେ ଆସିବେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା । ଆସନ୍ତା ମାସ (ଏପ୍ରିଲ) ପହିଲାରୁ ୩ ତାରିଖ ପର୍ଯ୍ୟନ୍ତ ସେ ଭାରତ ଗସ୍ତରେ ଆସିପାରନ୍ତି ବୋଲି ସୂତ୍ରରୁ ସୂଚନା ମିଳିଛି । ତେବେ ସରକାରୀ ଭାବେ ତାଙ୍କ ଗସ୍ତ ନେଇ ବୈଦେଶିକ ମନ୍ତ୍ରଣାଳୟ କିଛି ସ୍ପଷ୍ଟ କରିନାହିଁ ।
କେବଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତ ଗସ୍ତରେ ଆସିବାକୁ ଥିବା ନେପାଳ ପ୍ରଧାନମନ୍ତ୍ରୀ ଦେଉବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ସହ ଆଲୋଚନା ମଧ୍ୟ କରିପାରନ୍ତି । ଦୁଇ ଦେଶର ସାମ୍ପ୍ରତିକ ଦ୍ବିପାକ୍ଷିକ ସମ୍ପର୍କ ଆଲୋଚନାରେ ସ୍ଥାନ ପାଇପାରେ । ତେବେ ବାହାଦୁର ଦେଉବା ନେପାଳ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବାକୁ ଯାଉଛି । ଗତବର୍ଷ ଜୁଲାଇରେ ନେପାଳ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ବାହାଦୂର ଦେଉବା ।