ଓଡିଶା

odisha

Morbi bridge Collapsed: ମୋର୍ବି ଗସ୍ତ କରି ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଗୁଜୁରାଟର ମୋର୍ବି ଝୁଲାପୋଲ ଭୁଶୁଡ଼ିବା ଘଟଣାରେ ସାରା ଦେଶ ସ୍ତବ୍ଧ । ଏହି ଅଘଟଣ ଘଟିଥିବା ସ୍ଥାନ ଆଜି ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସେନା ଯବାନ ଏବଂ ଉଦ୍ଧାରକାରୀ ଦଳ ସହିତ ଆଲୋଚନା କରିଛନ୍ତି । ହସ୍ପିଟାଲ ଯାଇ ଆହତଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢ଼ନ୍ତୁ

By

Published : Nov 1, 2022, 5:27 PM IST

Published : Nov 1, 2022, 5:27 PM IST

prime Minister Narendra Modi visit Morbi to review bridge Collapsed accident after situation
Morbi bridge Collapsed: ମୋର୍ବି ଗସ୍ତ କରି ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଗାନ୍ଧୀନଗର: ଗୁଜୁରାଟର ମୋର୍ବି ଝୁଲାପୋଲ ଭୁଶୁଡ଼ିବା ଘଟଣାରେ ସାରା ଦେଶ ସ୍ତବ୍ଧ । ଅନେକ ନିଜ ଅତ୍ମୀୟଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି । ଏଯାବତ ମୃତ୍ୟୁସଂଖ୍ୟା 135ରେ ପହଞ୍ଚିଥିବାବେଳେ ଅନେକ ଚିକିତ୍ସିତ ହେଉଛନ୍ତି । ଏହି ଅଘଟଣରେ ଅନେକ ପରିବାର ଉଜୁଡ଼ି ଯାଇଛି । ଏହ ଏହି ଅଘଟଣ ଘଟିଥିବା ସ୍ଥାନ ଆଜି ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସେନା ଯବାନ ଏବଂ ଉଦ୍ଧାରକାରୀ ଦଳ ସହିତ ଆଲୋଚନା କରିଛନ୍ତି । ଏହାପରେ ସେ ଏହି ଅଘଟଣରେ ଆହତ ହୋଇ ଚିକିତ୍ସିତ ହେଉଥିବା ହସ୍ପିଟାଲ ଯାଇ ଆହତଙ୍କ ସହ କଥା ହୋଇଛନ୍ତି ।

ଗତ ରବିବାର ସନ୍ଧ୍ୟାରେ ଗୁଜରାଟର ମୋର୍ବିରେ ଥିବା ୧୪୩ ବର୍ଷ ପୁରୁଣା ଏକ ଝୁଲାପୋଲର ଅଚାନକ ଖସି ପଡି଼ଥିଲା । ସେତେବେଳେ ଝୁଲାପୋଲ ଉପରେ ଶତାଧିକ ଲୋକ ଥିଲେ । ଏହାକୁ ନେଇ ଗତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀନଗରର ରାଜଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତି ସମୀକ୍ଷା କରିଥିଲେ । ଏହି ବୈଠକରେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଗୃହମନ୍ତ୍ରୀ ହର୍ଷ ସାଙ୍ଘବୀ ସାମିଲ ଥିଲେ । ଏହାପରେ ଆଜି(ମଙ୍ଗଳ) ଖୋଦ୍‌ ପ୍ରଧାନମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

ଏହି କ୍ରମରେ ପ୍ରଧାନମନ୍ତ୍ରୀ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଯବାନଙ୍କ ସହ ଆଲୋଚନା କରିଛନ୍ତି । ଯବାନଙ୍କ ସହ ଉଦ୍ଧାର କାର୍ଯ୍ୟ ନେଇ ଆଲୋଚନ କରିଛନ୍ତି ନରେନ୍ଦ୍ର ମୋଦି । ଉଦ୍ଧାରକାରୀ ଦଳ ପାଖରେ ଆବଶ୍ୟକ ସମସ୍ତ ସହାୟତା ପହଞ୍ଚି ପାରୁଛି ତାହାକୁ ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ଉଦ୍ଧାର କାର୍ଯ୍ୟରେ ଯେଭଳି କୌଣସି ତୃଟି ନରୁହେ ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ଘଟଣାର ତଦନ୍ତ ପାଇଁ ଗୁଜରାଟ୍ ସରକାର ଏକ ୫ ଜଣିଆ କମିଟି ଗଠନ କରିଛି ।

ମୋର୍ବିରେ ସ୍ଥିତି ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ଗୁଜରାଟ ମୁଖ୍ୟମନ୍ତ୍ର ଭୁପେନ୍ଦ୍ର ପଟେଲଙ୍କ ସହ ସିଭିଲ ହସ୍ପିଟାଲ୍‌ ଗସ୍ତ କରିଛନ୍ତି । ସେଠାରେ ମୋର୍ବି ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ABOUT THE AUTHOR

...view details